ETV Bharat / state

Brajarajnagar By Poll: ଅଳକାଙ୍କ ପାଇଁ ପ୍ରଚାର କଲେ ଦୀପାଳି

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଦୀପାଳି ଦାସ ପ୍ରଚାର ମଇଦାନକୁ ଓହ୍ଲାଇ ବିଜୁ ଜନତା ଦଳର ପ୍ରାର୍ଥିନୀ ଅଳକା ମହାନ୍ତିଙ୍କ ପାଇଁ ଭୋଟ ମାଗି ବିରୋଧୀଙ୍କ ସବୁ ଗଣିତକୁ ଫେଲ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : May 22, 2022, 8:04 PM IST

Brajarajnagar By Poll: ଅଳକା ପାଇଁ ପ୍ରଚାର କଲେ ଦୀପାଳି

ଝାରସୁଗୁଡା: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଦୀପାଳି ଦାସଙ୍କ ନାଁ ମଧ୍ୟ ବେଶ ଚର୍ଚ୍ଚାରେ ଥିଲା । ତେବେ ସେ ଆଜି(ରବିବାର) ପ୍ରଚାର ମଇଦାନକୁ ଓହ୍ଲାଇ ବିଜୁ ଜନତା ଦଳର ପ୍ରାର୍ଥିନୀ ଅଳକା ମହାନ୍ତିଙ୍କ ପାଇଁ ଭୋଟ ମାଗି ବିରୋଧୀଙ୍କ ସବୁ ଗଣିତକୁ ଫେଲ କରିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ସେ ଲୋକଙ୍କ ସହ ଯୋଡି ହୋଇ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରୁଥିଲେ ।

ଲୋକଙ୍କ ସୁଖ ଦୁଃଖରେ ଛିଡା ହୋଇଥିଲେ । ତେଣୁ ଦଳର ନିଷ୍ପତ୍ତି କ୍ରମେ ସେ ପୁଣି ଥରେ ଅଳକା ମହାନ୍ତିଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଏବଂ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳକୁ ବିପୁଳ ପରିମାଣରେ ଭୋଟ ଦେବେ ବୋଲି ଦୀପାଳି କହିଛନ୍ତି । ଅନ୍ୟପଟେ ଆଜି ଦୀପାଳି କଟକ ମେୟର ସୁବାଷ ସିଂଙ୍କ ଉପସ୍ଥିତିରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସମସ୍ତ ପାଚକ ପାଚିକାଙ୍କ ସହ ଆଲୋଚନା କରିଛନ୍ତି l ନବୀନ ପଟ୍ଟନାୟକଙ୍କ ସମସ୍ତ ଯୋଜନା ବାବଦରେ କହିବା ସହ ଆଗାମୀ ଦିନରେ ପାଚକ ପାଚିକାଙ୍କ ସମସ୍ତ ଅସୁବିଧା ଦୂର ହେବ ବୋଲି କହିଛନ୍ତି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.