ଝାରସୁଗୁଡା: ଲୋକଙ୍କୁ ସଚେତନ କରିବା ସହ ସୁଲଭ ଦରରେ ବିକ୍ରି ହେଉଛି ମାସ୍କ ଓ ସାନିଟାଇଜର । ଉଦଘାଟନ ହୋଇଛି କୋଭିଡ୍ କିଓସ୍କ । ଆଜି(ବୁଧବାର) କୋଭିଡ୍ କିଓସ୍କ ଝାରସୁଗୁଡା ଜିଲ୍ଲାପାଳ ଉଦଘାଟନ କରିଛନ୍ତି । କୋରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସତର୍କତା ଅବଲମ୍ବନ କରାଯାଉଛି। ଲୋକଙ୍କୁ ଅଧିକ ସଚେତନ ଓ ଜାଗୃତ କରିବା ପାଇଁ ପ୍ରଚାର କରାଯାଉଛି ।
ଝାରସୁଗୁଡା ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ ଓରମାସ ତରଫରୁ ଏକ କୋଭିଡ୍ କିଓସ୍କ ଖୋଲାଯାଇଛି । ଏଠାରେ ପ୍ରସ୍ତୁତ କରାଯାଇଥିବା ମାସ୍କ , ସାନିଟାଇଜର , ହ୍ୟାଣ୍ଡୱାସ୍ ଭଳି ଅନେକ ଜିନିଷ ସୁଲଭ ଦରରେ ବିକ୍ରି କରାଯାଉଛି । କୋରୋନା ଭାଇରସ ପ୍ରତି ଲୋକଙ୍କୁ ଅଧିକ ସଚେତନ କରିବା ପାଇଁ ଏଭଳି ପନ୍ଥା ଗ୍ରହଣ କରାଯାଇଛି।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ