ETV Bharat / state

ଝାରସୁଗୁଡା ହାର୍ଟ ହସ୍ପିଟାଲ ପରିଚାଳନାରୁ ଓହରିଲା କେୟାର ହସ୍ପିଟାଲ

author img

By

Published : Sep 5, 2022, 7:19 AM IST

ଝାରସୁଗୁଡାରେ ନବନିର୍ମିତ ହାର୍ଟ ହସ୍ପିଟାଲ ପରିଚାଳନା କରିବା ପାଇଁ ହୋଇଥିବା ସ୍ବାକ୍ଷରକୁ କେୟାର ହସ୍ପିଟାଲ ପ୍ରତ୍ୟାହାର କରିଛି । ଅଧିକ ପଢ଼ନ୍ତୁ

care hospital withdrawal mou to management heart hospital in jharsuguda
ଝାରସୁଗୁଡା ହାର୍ଟ ହସ୍ପିଟାଲ ପରିଚାଳନାରୁ ଓହରିଲା କେୟାର ହସ୍ପିଟାଲ

ଝାରସୁଗୁଡା: ଜିଲ୍ଲାରେ ନବ ନିର୍ମିତ ହାର୍ଟ ହସ୍ପିଟାଲ ପରିଚାଳନାରୁ ଓହରିଲା କେୟାର ହସ୍ପିଟାଲ । ଝାରସୁଗଡା ଜିଲ୍ଲା ବାଲିଜୁରୀ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ଵରେ ଅବସ୍ଥିତ ଶହେ ଶଯ୍ୟା ବିଶିଷ୍ଟ ହାର୍ଟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister naveen patnaik) ଶିଳାନ୍ୟାସ କରିଥିଲେ । ଏହାର ପରିଚାଳନା କରିବା ପାଇଁ କେୟାର ହସ୍ପିଟାଲ ସହିତ MOU ମଧ୍ୟ ସ୍ବାକ୍ଷର ହୋଇଥିଲା। ହେଲେ ବର୍ତ୍ତମାନ ପରିଚାଳନା କରିବା ପାଇଁ କେୟାର ହସ୍ପିଟାଲ ଓହରି ଯାଇଛି (care hospital withdrawal mou to management heart hospital in Jharsuguda) । ଯାହାକୁ ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ଦେଖାଦେଇଛି।

ନବ ନିର୍ମିତ ହାର୍ଟ ହସ୍ପିଟାଲ (Jharsuguda cardiac hospital) ପାଇଁ ୨୦୧୨-୧୩ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ ଏବଂ ପରିଚାଳନା ପାଇଁ ୨୦୧୬ ମସିହାରେ କେୟାର ହସ୍ପିଟାଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ୧୫ବର୍ଷ ପାଇଁ MOU ସ୍ବାକ୍ଷର ହୋଇଥିଲା । ଝାରସୁଗୁଡାରେ ହାର୍ଟ ହସ୍ପିଟାଲ ପ୍ରତିଷ୍ଠା ଘୋଷଣା ହେବା ପରେ ଖାଲି ଜିଲ୍ଲାବାସୀ ନୁହେଁ ସମଗ୍ର ପଶ୍ଚିମ ଓଡ଼ିଶାର ଲୋକେ ଲାଭବାନ ହେବାନେଇ ଆଶାବାଦୀ ଥିଲେ । ବର୍ତ୍ତମାନ କୋଠା କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇ ସରିଥିବା ବେଳେ କୌଣସି କାରଣରୁ ପିପିପି ମୋଡ଼ରେ ଚୁକ୍ତି ସ୍ବାକ୍ଷର କରିଥିବା କେୟାର ହସ୍ପିଟାଲ ଓହରି ଯାଇଛି । କେଉଁ କାରଣରୁ କେୟାର ହସ୍ପିଟାଲ ପରିଚାଳନାରୁ ଓହରିଲା ସେନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।

ଏହା ମଧ୍ୟ ପଢ଼ନ୍ତୁ: ଝାରସୁଗୁଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ, ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ଏନେଇ ଝାରସୁଗୁ଼ଡାବାସୀ କହିଛନ୍ତି, "ଏହି ହସ୍ପିଟାଲରୁ ସୁବିଧା ପାଇବା ପାଇଁ ଜିଲ୍ଲାବାସୀ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି । ଅନ୍ୟ କୌଣସି ପ୍ରାଇଭେଟ ସେକ୍ଟର ହସ୍ପିଟାଲକୁ ଏହି ଦାୟିତ୍ବ ଦିଆଯାଉ । ଯାହାଦ୍ବାରା ସ୍ଥାନୀୟ ଜନସାଧାରଣ ହାର୍ଟ ହସ୍ପିଟାଲର ସୁବିଧା ପାଇପାରିବେ।" ଅନ୍ୟପକ୍ଷରେ ନିର୍ମାଣଧୀନ ହସ୍ପିଟାଲର ପରିଚାଳନାରୁ ଓହରିଥିବା ନେଇ ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି, " ବିଭିନ୍ନ ହସ୍ପିଟାଲ ସହ ଆମେ ଯୋଗାଯୋଗରେ ରହିଛୁ । ଖୁବଶୀଘ୍ର ତଦନ୍ତ ପାଇଁ ପଠାଯିବ ଏବଂ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହାର ପରିଚାଳନା ଦାୟିତ୍ବ ଅନ୍ୟ ହସ୍ପିଟାଲକୁ ଦିଆଯିବ ।" ତେବେ ସରକାର ନବ ନିର୍ମିତ ହସ୍ପିଟାଲ ପାଇଁ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଝାରସୁଗୁଡାବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.