ETV Bharat / state

୨୪ବର୍ଷ ପରେ ବ୍ରଜରାଜନଗରରେ ହେବ ଉପନିର୍ବାଚନ, ପ୍ରସ୍ତୁତ ତିନି ପ୍ରମୁଖ ରାଜନୈତିକ ଦଳ - Jharsuguda News

୧୯୯୭ ମସିହାରେ ବିଧାୟକ ପ୍ରସନ୍ନ ପଣ୍ଡାଙ୍କ ବିୟୋଗ ପରେ ଏହି ଆସନରେ ବାମପନ୍ଥୀ ଦଳର ପ୍ରଭାବ କମିବାରେ ଲାଗିଥିଲା। ଫଳରେ ସେତେବେଳେ ଶାସନରେ ଥିବା କଂଗ୍ରେସ ଏହି ଗଡ଼ ପୁଣି ଥରେ ଦଖଲ କରିବାରେ ସଫଳ ହୋଇଥିଲା। ୧୯୯୮ ମସିହାରେ ବ୍ରଜରାଜନଗର ପ୍ରଥମ ଥର ପାଇଁ ଏକ ଉପନିର୍ବାଚନର ସମ୍ମୁଖୀନ ହୋଇଥିଲା । ସେହି ଉପ-ନିର୍ବାଚନରେ କଂଗ୍ରେସର କେଶବ ସାହୁ ୫୨୨ ଭୋଟ ଅଧିକ ପାଇ ବିଜେଡିର ରାଧାରାଣୀ ପଣ୍ଡାଙ୍କଠାରୁ ବିଜୟୀ ହୋଇଥିଲେ । ଅଧିକ ପଢନ୍ତୁ

୨୪ ବର୍ଷ ପରେ ବ୍ରଜରାଜନଗରରେ ହେବ ଉପ-ନିର୍ବାଚନ, କଣ ରହିଛି ଇତିହାସ

author img

By

Published : May 6, 2022, 9:05 PM IST

ଝାରସୁଗୁଡା : ଦୀର୍ଘ ୨୪ ବର୍ଷ ପରେ ବ୍ରଜରାଜନଗରରେ ପୁଣି ଥରେ ଉପ-ନିର୍ବାଚନ ହେବାକୁ ଯାଉଛି। ତତ୍କାଳାନ ବିଧାୟକ ପ୍ରସନ୍ନ କୁମାର ପଣ୍ଡାଙ୍କ ବିୟୋଗ ପରେ ୧୯୯୮ ମସିହାରେ ଏଠାରେ ପ୍ରଥମ କରି ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଂପ୍ରତି ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ମେ ୩୧ ତାରିଖ ଦ୍ବିତୀୟ ଥର ପାଇଁ ଉପନିର୍ବାଚନ ହେବାକୁ ଯାଉଛି।୧୯୬୧ ମସିହାରେ ବିଧାନସଭା ଆସନର ମାନ୍ୟତା ପାଇଥିବା ବ୍ରଜରାଜନଗର ଏକଦା ବାମପନ୍ଥୀ ଦଳର ଅଭେଦ୍ୟ ଦୁର୍ଗ ଥିଲା ।

୨୪ ବର୍ଷ ପରେ ବ୍ରଜରାଜନଗରରେ ହେବ ଉପ-ନିର୍ବାଚନ, କଣ ରହିଛି ଇତିହାସ

ଏହି ଅଞ୍ଚଳର ସୁନାମଧନ୍ୟ ବାମପନ୍ଥୀ ନେତା ସ୍ବର୍ଗତ ପ୍ରସନ୍ନ ପଣ୍ଡା ଏହି ବିଧାନସଭା ଆସନରୁ ସର୍ବାଧିକ ୬ ଥର ନିର୍ବାଚିତ ହୋଇ ରେକର୍ଡ କରିଥି‌ଲେ। ଏହା ପଛକୁ କଂଗ୍ରେସ ମଧ୍ୟ ଏଠାରେ ତାର ପତିଆରା ଜାହିର କରିଥିଲା। କଂଗ୍ରେସ ଓ ଓଡିଶା ଜନ କଂଗ୍ରେସ ଦଳ ଏହି ଆସନକୁ ୬ ଥର ଅକ୍ତିଆର କରିଥିଲା। ୧୯୬୧, ୧୯୬୭, ୧୯୭୪, ୧୯୮୫, ୧୯୯୦ ଓ ୧୯୯୫ ବିଧାନସଭା ନିର୍ବାଚନରେ ସିପିଆଇ ଦଳରୁ ପ୍ରସନ୍ନ କୁମାର ପଣ୍ଡା ଏଠାରୁ ବିଧାୟକ ହୋଇଥିଲେ। ସେହିପରି ଉପେନ୍ଦ୍ର ଦିକ୍ଷୀତ ୧୯୭୧ରେ ଓଡିଶା ଜନ କଂଗ୍ରେସରୁ, ୧୯୭୭ରେ କଂଗ୍ରେସରୁ, ୧୯୮୦ରେ କଂଗ୍ରେସ(ଆଇ)ରୁ ତିନିଥର ବିଧାୟକ ହୋଇଥିଲେ । ୨୦୦୦, ୨୦୦୪ ଓ ୨୦୦୯ରେ କଂଗ୍ରେସରୁ ଅନୁପ ସାଏ ବିଧାୟକ ଥିଲେ । ୨୦୧୪ ନିର୍ବାଚନ ପୂର୍ବରୁ ଅନୁପ ସାଏ କଂଗ୍ରେସ ଛାଡି ବିଜେଡି ଟିକେଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଏହି ନିର୍ବାଚନରେ ବିଜେପିରୁ ରାଧାରାଣୀ ପଣ୍ଡା ନିର୍ବାଚିତ ହୋଇଥିଲେ । ୨୦୧୯ ନିର୍ବାଚନରେ ବିଜେଡିରୁ ସ୍ବର୍ଗତ କିଶୋର ମହାନ୍ତି ଏଠାରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ।

୧୯୯୭ ମସିହାରେ ବିଧାୟକ ପ୍ରସନ୍ନ ପଣ୍ଡାଙ୍କ ବିୟୋଗ ପରେ ଏହି ଆସନରେ ବାମପନ୍ଥୀ ଦଳର ପ୍ରଭାବ କମିବାରେ ଲାଗିଥିଲା । ଫଳରେ ସେତେବେଳେ ଶାସନରେ ଥିବା କଂଗ୍ରେସ ଏହି ଗଡ଼ ପୁଣି ଥରେ ଦଖଲ କରିବାରେ ସଫଳ ହୋଇଥିଲା । ୧୯୯୮ ମସିହାରେ ବ୍ରଜରାଜନଗର ପ୍ରଥମ ଥର ପାଇଁ ଏକ ଉପନିର୍ବାଚନର ସମ୍ମୁଖୀନ ହୋଇଥିଲା । ସେହି ଉପ-ନିର୍ବାଚନରେ କଂଗ୍ରେସର କେଶବ ସାହୁ ୫୨୨ ଭୋଟ ଅଧିକ ପାଇ ବିଜେଡିର ରାଧାରାଣୀ ପଣ୍ଡାଙ୍କଠାରୁ ବିଜୟୀ ହୋଇଥିଲେ । ସାହୁ ୨୮ ହଜାର ୪୭୬ ଭୋଟ ପାଇଥିବା ବେଳେ ପଣ୍ଡା ୨୭, ୯୫୪ ଭୋଟ ପାଇଥିଲେ ।

ଏହି ନିର୍ବାଚନରେ ସିପିଆଇର ମହମ୍ମଦ ଜାକିରୁଲ୍ଲା ୨୫ ହଜାର ୮୦୬ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ବିଜେଡିରୁ ସ୍ବର୍ଗତ ମହାନ୍ତି ୮୦ ହଜାର ୧୫୨ ଭୋଟ ପାଇଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ୬୮ ହଜାର ୧୫୩ ଭୋଟ ପାଇଥିଲେ। କଂଗ୍ରେସ ଆସନ ବୁଝାମଣା କରି ସିପିଆଇକୁ ଏଠାରେ ସୁଯୋଗ ଦେଇଥିବା ବେଳେ ସିପିଆଇର ରମେଶ ତ୍ରିପାଠୀ ମାତ୍ର ୯,୩୫୦ ଭୋଟ ପାଇଥିଲେ । ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ପ୍ରାର୍ଥୀ ଚୟନ ପାଇଁ ସମସ୍ତ ରାଜନୈତିକ ଦଳ ମଧ୍ୟ ଆରମ୍ଭ ହେଲାଣି ଅଙ୍କକଷା । ଆସନ୍ତା ମେ’ ୩୧ରେ ଉପ-ନିର୍ବାର୍ଚନ ପାଇଁ ପଡିବ ଭୋଟ । କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନରେ ଭୋଟ ହେବାକୁ ଯାଉଥିବାବେଳେ ୩ ଜୁନରେ ପ୍ରକାଶ ପାଇବ ଫଳ । ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ତିନି ପ୍ରମୁଖ ଦଳର କସରତ ଆରମ୍ଭ ହୋଇ ସାରିଛି । ତିନି ପ୍ରମୁଖ ଦଳରେ କିଏ ହେବ ପ୍ରାର୍ଥୀ ସେନେଇ ଚର୍ଚ୍ଚା ଜୋର ଧରିଛି ।

ଗତ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ଅଦ୍ଭୁତ ସଫଳତା ପରେ ବିଜେଡିର କିଏ ହେବ ପ୍ରାର୍ଥୀ ସେନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ଖାସକରି ୨ଟି ନାଁକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଛି । କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା କରାଯାଉଥିବାବେଳେ ଅନ୍ୟପଟେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲି ଦାସ ନିଜ ସମର୍ଥକଙ୍କ ମାଧ୍ୟମରେ ଦାବିଦାର କଥା କହୁଛନ୍ତି । ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯାହାକୁ ପ୍ରାର୍ଥୀ କରିବେ ଦଳ ସଂଗଠିତ ହୋଇ ନିର୍ବାଚନ ଲଢିବ ବୋଲି ହେବିୱେଟ ନେତା କହିଛନ୍ତି। ଅନ୍ୟପଟେ ପ୍ରମୁଖ ବିରୋଧୀ ବିଜେପି ରାଧାରାଣୀ ପଣ୍ଡା ନା ଅନ୍ୟ କାହାକୁ ପ୍ରାର୍ଥୀ କରିବ ସେନେଇ ଦଳ ଭିତରେ ଅଙ୍କକଷା ଚାଲିଛି ।

ଯେହେତୁ ପୂର୍ବରୁ ରାଧାରାଣୀ ଏହି ଆସନରୁ ବିଜୟୀ ହୋଇଥିଲେ ତେଣୁ ଦଳ ତାଙ୍କ ଉପରେ ଭରସା କରିପାରେ । ତେବେ ଜିଲ୍ଲା ସଭାପତି ମଙ୍ଗଳ ସାହୁ ଓ ରଘୁନନ୍ଦନ ପଣ୍ଡା ମଧ୍ୟ ପ୍ରାର୍ଥୀ ରେସରେ ଥିବା ମଧ୍ୟ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଗତକାଲି ରାଜ୍ୟସ୍ତରୀୟ ଏକ ଦଳ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ପ୍ରାର୍ଥୀ ଚୟନକୁ ନେଇ କର୍ମୀଙ୍କ ମତାମତ ନେଇଥିବାର ଜଣାପଡିଛି। ସେହିଭଳି କଂଗ୍ରେସର ଗଡ କୁହାଯାଉଥିବା ବ୍ରଜରାଜନଗର ପାଇଁ ଟାଣୁଆ ନେତା କିଶୋର ପଟେଲ ନା ଆଉ କାହାକୁ ମଇଦାନକୁ ଓହ୍ଲାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ତେବେ କଂଗ୍ରେସ ପକ୍ଷରୁ ୩ଜଣଙ୍କ ନା ଏବେ ଚର୍ଚ୍ଚା ହେଉଥିବା ଦେଖାଦେଇଛି। ଏହି ଦୌଡରେ ବ୍ରଜରାଜନଗରର ଜୀବନ ସାର୍ଥକ ଦାସ ଓ ପ୍ରମୋଦ ପଣ୍ଡାଙ୍କ ନା ଚର୍ଚ୍ଚା ହେଉଥିବା ବେଳେ, ଲଖନପୁର ବ୍ଳକର ସୁବ୍ରତ ପ୍ରଧାନଙ୍କ ନା ଚର୍ଚ୍ଚା ଜୋର ଧରିଛି।

ତେଣୁ ବିଜେଡି ଏହି ଆସନକୁ ପୁଣିଥରେ ଅକ୍ତିଆର କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଦେଖାଦେଇଛି। ଅନ୍ୟପଟେ ପଞ୍ଚାୟତ, ପୌର ନିର୍ବାଚନ ଫଳାଫଳ ପରେ ବ୍ରଜରାଜନଗର ନିର୍ବାଚନ ସବୁ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ସମୟ ହିଁ କହିବ ।

ଝାରସୁଗୁଡାରୁ ଗୁରୁ ଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.