ETV Bharat / state

Naba Das Murder: ଫିଟୁନି ନବ ଦାସ ହତ୍ୟା ରହସ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା ବିଜେପି - ଝାରସୁଗୁଡାରେ ବିଜେପି ସାମ୍ବାଦିକ ସମ୍ମିଳନୀ

ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ସରକାର ଗୋପାଳକୁ ପାଗଳ ସଜାଇ ତଦନ୍ତକୁ ବାଟବଣା କରିବାର ପ୍ରୟାସ ଜାରି ରଖିଛନ୍ତି ଅଭିଯୋଗ ଆଣିଲା ଦଳ । ଅଧିକ ପଢନ୍ତୁ

BJP press meet in Jharsuguda
BJP press meet in Jharsuguda
author img

By

Published : Apr 30, 2023, 9:29 AM IST

BJP press meet in Jharsuguda

ଝାରସୁଗୁଡା: ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡକୁ ୩ ମାସ ପୁରିଲାଣି । ହେଲେ ଆଜି ପର୍ଯ୍ୟନ୍ତ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇପାରିଲା ନାହିଁ । ହତ୍ୟା ପଛର କାରଣ ଓ ତଦନ୍ତ ପ୍ରସଙ୍ଗରେ ଭଗବାନଙ୍କ ଉପରେ ପୋଲିସ ଡିଜି ଭରସା କରୁଥିବାବେଳେ ବର୍ତ୍ତମାନ ନବ ଦାସଙ୍କ ପରିବାର ମଧ୍ୟ ଭଗବାନ ଭରସାରେ ରହିବା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିିଛି । ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ଓଡ଼ିଶାବାସୀଙ୍କ ଆଉ ଭରସା ନାହିଁ ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।

ଶନିବାର ଝାରସୁଗୁଡାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମନୋଜ କହିଛନ୍ତି ଯେ, ଘଟଣାର ୯୦ ଦିନ ପରେ ମଧ୍ୟ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚକୁ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଜଣାପଡିଲା ନାହିଁ । ସତ୍ୟାସତ୍ୟର ଉନ୍ମୋଚନ ପାଇଁ ରାଜ୍ୟ ସରକାର ସିବିଆଇ ଦ୍ୱାରା ତଦନ୍ତ ନକରାଇ ଆଜି ବି କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦେଇଛନ୍ତି । ରାଜ୍ୟ ସରକାର ଗୋପାଳକୁ ପାଗଳ ସଜାଇ ତଦନ୍ତକୁ ବାଟବଣା କରିବାର ପ୍ରୟାସ ଜାରି ରଖିଛନ୍ତି, ଯାହାକି ଅତ୍ୟନ୍ତ ଚିନ୍ତାଜନକ ।

ଅଭିଯୁକ୍ତ ଗୋପାଳ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛି । ଅତୀତରେ ଗୋପାଳକୁ ପାଗଳ ପ୍ରମାଣ କରିବାରେ ବିଫଳ ହୋଇଥିବା କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସମସ୍ତ ଆଇନ କାନୁନ ଓ ନୀତି ନିୟମକୁ ଜଳାଞ୍ଜଳି ଦେଇ ଗୋପାଳର ମାନସିକ ପରୀକ୍ଷା ପାଇଁ କୋର୍ଟଙ୍କ ବିନା ଅନୁମତିିରେ ସିଧାସଳଖ ବାଙ୍ଗାଲୋରସ୍ଥିତ ନିମ୍‌ହାନ୍ସକୁ ଚିଠି ଲେଖିଛନ୍ତି । ଏହାଦ୍ୱାରା କ୍ରାଇମବ୍ରାଞ୍ଚ କିମ୍ବା ରାଜ୍ୟ ସରକାରଙ୍କ ନ୍ୟାୟାଳୟଙ୍କ ପ୍ରତି ଆଦୌ ସମ୍ମାନ ନଥିବା ସ୍ପଷ୍ଟ ହେଉଛି । ଯେଣତେଣ ଭାବେ ଗୋପାଳ ଦାସକୁ ପାଗଳର ଆଖ୍ୟା ଦେବା କାର୍ଯ୍ୟରେ ସରକାର ଲାଗିପଡିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ମନୋଜ ମହାପାତ୍ର କହିଛନ୍ତି, ''ଗତ ମାର୍ଚ୍ଚ ମାସ ସଂସ୍କରଣ ଇଣ୍ଡିଆ ଟୁଡେ ପତ୍ରିକାରେ ପ୍ରକାଶ ପାଇଥିବା ‘ମର୍ଡର ଆଣ୍ଡ ଦି ଫାର୍ଷ୍ଟ ଫ୍ୟାମିଲି’ ଶୀର୍ଷକ ଲେଖାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନ ମୋହନ ରେଡ୍ଡିଙ୍କ କାକା ସ୍ୱର୍ଗତଃ ୱାଇ.ଏସ. ବିବେକାନନ୍ଦଙ୍କ ଝିଅ ସୁନୀତା ନିଜ ବାପାଙ୍କ ସନ୍ଦେହଜନକ ମୃତ୍ୟୁର ଖୁଲାସା କରିବା ପାଇଁ ତାଙ୍କ ଦଳର ଅତ୍ୟନ୍ତ ଲୋଭନୀୟ ଅଫର୍‌କୁ ପ୍ରତ୍ୟାଖାନ କରି ଶେଷରେ ପ୍ରକୃତ ସତ୍ୟାସତ୍ୟକୁ ସାମ୍ନାକୁ ଆଣିବା ପାଇଁ ଯେଉଁ ଧୈର୍ଯ୍ୟ ଓ ସାହସର ପରିଚୟ ଦେଇଥିଲେ, ତାହା ସମସ୍ତଙ୍କୁ ଆଚମ୍ବିତ କରିଥିଲା । ନବଙ୍କ ପରିବାର ବିଶେଷକରି ତାଙ୍କ ଝିଅ ମଧ୍ୟ ସୁନୀତାଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦିଅନ୍ତୁ । କେବଳ ଭଗବାନଙ୍କ ଭରସାରେ ନରହି ପରିବାର ଲୋକେ ତଦନ୍ତ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସାହସର ସହିତ ପଚାରିବା ଉଚିତ୍ । ନଚେତ୍ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ଯାଆନ୍ତୁ ।''

ଆହୁରିମଧ୍ୟ କହିଛନ୍ତି ଯେ, ନିର୍ବାଚନ ପ୍ରଚାରରେ ଆସି ଝାରସୁଗୁଡାର ଦାୟିତ୍ୱ ନେବେ ବୋଲି ଘୋଷଣା କରିବା ପୂର୍ବରୁ ବିଜୁ ଜନତା ଦଳର ସଭାପତି ଭାବେ ମୁଖ୍ୟମନ୍ତ୍ରୀ କିଛି ପ୍ରଶ୍ନର ଜବାବ ରଖିବା ଉଚିତ୍ । ୯୦ଦିନ ପରେ ବି ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା ତାହା ଜଣାପଡିଲା ନାହିଁ । ନିଜ କ୍ୟାବିନେଟର ମୁଖ୍ୟ ସହଯୋଗୀ ଥିବା ଜଣେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ସମଗ୍ର ଜିଲ୍ଲା ତଥା ରାଜ୍ୟବାସୀଙ୍କୁ କ’ଣ ଓ କିପରି ସୁରକ୍ଷା ଦେବେ ? କୋର୍ଟଙ୍କ ବିନା ଅନୁମତିରେ କାଇମବ୍ରାଞ୍ଚ କିପରି ଓ କାହିଁକି ନିମ୍‌ହାନ୍ସକୁ ପରୀକ୍ଷା ପାଇଁ ଚିଠି ଲେଖିଲେ ? ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ? କୁଆଡେ ଗଲା ଆମେରିକାର ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇର ତଦନ୍ତ ? ସିବିଆଇ ତଦନ୍ତ ପାଇଁ କେବେ ସୁପାରିଶ କରିବେ ? ନବ ଦାସଙ୍କ ହତ୍ୟାକାରୀକୁ ପାଗଳ ସଜାଇବା ପାଇଁ ରାଜ୍ୟ ସରକାରଙ୍କ ବ୍ୟଗ୍ରତା କ’ଣ ପାଇଁ ତାହା ଝାରସୁଗୁଡାବାସୀ ବିଚାର କରିବେ ବୋଲି ବିଜେପି ମୁଖପାତ୍ର କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.