ETV Bharat / state

ଲଳିତ ସାହୁ ମୃତ୍ୟୁ ଘଟଣା: CBI ତଦନ୍ତ ସହ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲା BJP

author img

By

Published : Apr 28, 2022, 5:34 PM IST

Updated : Apr 28, 2022, 5:54 PM IST

ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ଆତ୍ମହତ୍ୟା ଘଟଣା । CBI ତଦନ୍ତ ସହ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଇସ୍ତଫା ଦାବିକଲା BJP । ଅଧିକ ପଢନ୍ତୁ

ଲଳିତ ସାହୁ ମୃତ୍ୟୁ ଘଟଣା, CBI ତଦନ୍ତ କାହିଁକି ହେଉନି ପ୍ରଶ୍ନ କଲା BJP

ଝାରସୁଗୁଡା: ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ଆତ୍ମହତ୍ୟା ଘଟଣା । CBI ତଦନ୍ତ କାହିଁକି ହେଉନି ବୋଲି ସରକାରଙ୍କୁ ପ୍ରଶ୍ନ କରିଛି BJP । ଏ ନେଇ ଦଳ ଆଜି(ଗୁରୁବାର) ଏକ ସାମ୍ବାଦିକ ସମ୍ମିଳନୀରେ ଲଳିତ ସାହୁ ମୃତ୍ୟୁର ଉଚ୍ଚ ସ୍ତରୀୟ ତଦନ୍ତ ସହ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରିଛି ।

ଲଳିତ ସାହୁ ମୃତ୍ୟୁ ଘଟଣା: CBI ତଦନ୍ତ ସହ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲା BJP

ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଟଙ୍କଧର ତ୍ରିପାଠୀ ଓ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଏହି ଦାବି ରଖିଛନ୍ତି । ଦଳ ଆହୁରି କହିଛି ଯେ, ଗତ ୨୪ ତାରିଖରେ ବିଜେପି ମହିଳା କର୍ମୀମାନଙ୍କ ଉପରେ ବିଜେଡି ପକ୍ଷରୁ ଟମାଟୋ ମାଡ଼ ଓ ଚପଲ ମାଡ଼ କରାଯିବା ସହ ନିର୍ଯାତନା ଦିଆଯାଇଥିଲା ।

ଏହା ବି ପଢନ୍ତୁ- ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ଘଟଣା, ଟାଉନ ଥାନାରେ ଏତଲା ଦେଲେ ପରିବାର

ଏହି ଘଟଣାରେ ପୋଲିସ କାହିଁକି ତଦନ୍ତ କରିନାହିଁ ଓ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନେଇନାହିଁ ବୋଲି ଦଳ ପ୍ରଶ୍ନ କରିଛି । ସୂଚନା ଥାଉ କି, ଗତ ୧୭ ତାରିଖରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ଲଳିତଙ୍କ ଅନ୍ତିମ ସଂସ୍କାର ରାତି ଅଧିଆ କରାଯାଇଥିବାରୁ ଏହା ଏକ ହତ୍ୟା ଘଟଣା ବୋଲି ବିଜେପି କହିଛି ।

ଏହାପରେ ଲଳିତଙ୍କ ପରିବାର ଗତ ଏପ୍ରିଲ ୨୧ ତାରିଖରେ ଝାରସୁଗୁ଼ଡା ଟାଉନ ଥାନାରେ ଏତଲା ଦେଇଥିଲେ । ଏହାସହ ଘଟଣାରେ କୌଣସି ରାଜନୀତି କରାନଯାଉ ବୋଲି ଅନୁରୋଧ କରିଛନ୍ତି । ସେପଟେ ଏହି ଘଟଣା ଏବେ ଜିଲ୍ଲାରେ ଚହଳ ସୃଷ୍ଟି କରିଥିବାବେଳେ, ବିରୋଧୀ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : Apr 28, 2022, 5:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.