ETV Bharat / state

ବିଦେଶୀ ପୁଞ୍ଜି ନିବେଶକୁ ବିରୋଧ, ଆନ୍ଦୋଳନରେ ଭାରତୀୟ ମଜଦୁର ସଂଘ

କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜିନିବେଶକୁ ବିରୋଧ କରି ଏମସିଏଲ ଅନ୍ତର୍ଗତ 5ଟି ଶ୍ରମିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Sep 24, 2019, 10:17 PM IST

ଝାରସୁଗୁଡା: କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜିନିବେଶକୁ ବିରୋଧ । ଯାହାର ପ୍ରତିବାଦରେ ଧର୍ମଘଟକୁ ଓହ୍ଲାଇଛନ୍ତି ଏମସିଏଲ ଅନ୍ତର୍ଗତ 5ଟି ଶ୍ରମିକ ସଂଘ । ମଙ୍ଗଳବାର ଦିନିକିଆ ଖଣି ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଯହାଦ୍ବାରା କୋଇଲା ଖଣିରେ କୋଇଲା ଉତ୍ତୋଳନ ଓ ପରିବହନ ଠପ୍ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜି ନିବେଶ କରିବା ଦ୍ବାରା ବିଦେଶୀ କମ୍ପାନୀ ଲାଭବାନ ହେବେ । କିନ୍ତୁ ଶ୍ରମିକମାନେ ଅବହେଳିତ ହେବେ ବୋଲି ଅଭିଯୋଗ ହୋଇଛି । ଏହି କ୍ରମରେ ସୋମବାରଠୁ ଭାରତୀୟ ମଜଦୁର ସଂଘ ଆନ୍ଦୋଳନ କରିଛନ୍ତି । ଫଳରେ ଝାରସୁଗୁଡାର ଖଣି ଗୁଡ଼ିକରେ କୋଇଲା ଉତ୍ତୋଳନ ବାଧାପ୍ରାପ୍ତ ହେବା ସହ ଏମସିଏଲ ଅନ୍ତର୍ଗତ ଇବ ଭ୍ୟାଲି, ଓରିଏଣ୍ଟ, ଲଖନପୁର ଓ ବସୁନ୍ଧରା ଅଞ୍ଚଳରେ ମଧ୍ୟ କୋଇଲା ଉତ୍ତୋଳନ ଓ ପରିବହନ ଠପ୍ ହୋଇଯାଇଛି ।

ଗତ ଅଗଷ୍ଟ 28 ତାରିଖରେ କୋଇଲା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । କେନ୍ଦ୍ରର ଏହି ଘୋଷଣା ଶ୍ରମିକଙ୍କ ବିରୋଧୀ ଦର୍ଶାଇ ଭାରତୀୟ ମଜଦୁର ସଂଘ ସୋମବାର ଠାରୁ ୫ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro: କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜିନିବେଶକୁ ବିରୋଧ। ଏହାର ପ୍ରତିବାଦରେ ଧର୍ମଘଟକୁ ଓହ୍ଲାଇଛି 5ଟି ଶ୍ରମିକ ସଂଘ। ଆଜି ଦିନିକିଆ ଖଣି ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଫଳରେ କୋଇଲା ଉତ୍ତୋଳନ ବାଧାପ୍ରାପ୍ତ ହୋଇଛି। ଏମ୍‌ସିଏଲ୍‌ର
ଈବ କୋଲଫିଲଡ଼ ଅନ୍ତର୍ଗତ ଈବ ଭ୍ୟାଲି, ଓରିଏଣ୍ଟ, ଲଖନପୁର ଓ ବସୁନ୍ଧରା ଅଞ୍ଚଳ ର ସମସ୍ତ କୋଇଲା ଖଣିରୁ ଉତ୍ତୋଳନ ଓ ପରିବହନ ବନ୍ଦ ରହିଛି। କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜିନିବେଶ କରିବା ଦ୍ୱାରା ବିଦେଶୀ କମ୍ପାନୀ ଲାଭବାନ ହେବା ସହ ଶ୍ରମିକମାନେ ଅବେହେଳିତ ହେବେ ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ କୋଇଲା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ପ୍ରତିବାଦରେ ଭାରତୀୟ ମଜୁଦୁର ସଂଘ ସୋମବାରଠାରୁ ହରତାଳ ଯୋଗୁଁ ଝାରସୁଗୁଡାର ଖଣିଗୁଡ଼ିକରେ କୋଇଲା ଉତ୍ତୋଳନ ବାଧାପ୍ରାପ୍ତ ହୋଇଛି।MCL ଅନ୍ତର୍ଗତ ଈବ ଭ୍ୟାଲି,ଓରିଏଣ୍ଟ ଓ ଲଖନପୁର ଅଞ୍ଚଳର ସବୁ କୋଇଲା ଖଣିରେ କୋଇଲା ଉତ୍ତୋଳନ ଓ ପରିବହନ ଠପ୍ ହୋଇଯାଇଛି।କୋଇଲା କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ କରିବାକୁ ଗତ ଅଗଷ୍ଟ ୨୮ରେ କେନ୍ଦ୍ର ସରକାର ଘୋଷଣା କରିଥିଲେ।ଏହାକୁ ଶ୍ରମିକ ବିରୋଧୀ ଦର୍ଶାଇ ଭାରତୀୟ ମଜଦୁର ସଂଘ ସୋମବାରଠାରୁ ୫ ଦିନିଆ ହରତାଳକୁ ଓହ୍ଲାଇଛି ।
ବାଇଟ1:କୁଳମଣି ପରିଡା, ଶ୍ରମିକ ନେତା, ହିନ୍ଦ ମଜୁଦର ସଂଘ ,HMS ।
ବାଇଟ2:ଓମ ପ୍ରକାଶ ସିଂ, ଶ୍ରମିକ ନେତା,INTUC ।
ବାଇଟ3:ସଞ୍ଜୟ ମିଶ୍ର, AITUC ।Body:...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.