ETV Bharat / state

ଝାରସୁଗୁଡାରୁ ଜବତ ହେଲା 6 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ଝାରସୁଗୁରଡା ପୋଲିସର ନିର୍ବାଚନ ଫ୍ଲାଇଁ ସ୍କ୍ୱାର୍ଡ ବଡମାଲ ଥାନା ସମ୍ମୁଖରେ ଯାଞ୍ଚ ବେଳେ ପାଖାପାଖି 6 ଲକ୍ଷ ଟଙ୍କା ଜବତ କରିଛି । ନିର୍ବାଚନ ପୂର୍ବରୁ ଏତେ ପରିମାଣ ଟଙ୍କା ଜବତ ହେବା ନେଇ ଘଟଣାର ଯାଞ୍ଚ କରୁଛି ପୋଲିସ ।

author img

By

Published : Mar 30, 2019, 1:42 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ପୋଲିସର ନିର୍ବାଚନ ଫ୍ଲାଇଁସ୍କ୍ୱାର୍ଡ ବଡମାଲ ଥାନା ସମ୍ମୁଖରେ ଯାଞ୍ଚ ବେଳେ ପାଖାପାଖି 6 ଲକ୍ଷଟଙ୍କା ଜବତ କରିଛି । 2ଟି ପୃଥକ ପୃଥକ ଗାଡିରୁ ଜବତ ହୋଇଥିବା ବେଳେ ଗୋଟିଏ ଗାଡିରୁ 4 ଲକ୍ଷ 49 ହଜାର 500ଟଙ୍କା ଓ ଅନ୍ୟ ଏକ ଗାଡିରୁ 1 ଲକ୍ଷ 50ହଜାର ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନାନୁଯାୟୀ, OD 14H 7106 HYUNDAI ଆଇ10 ଗାଡିରେ ଇଫତିଆର ଅହମ୍ମଦ ନାମକ ବ୍ୟକ୍ତି ଅତାବିରାରୁ ରାଜଗାଙ୍ଗପୁର ଯାଉଥିବା ବେଳେ ପୋଲିସ ହାବୁଡରେ ପଡିଥିଲେ । ସେହିପରି CG 07 BR 9317 HYUNDAI ଆଇ 20 ଗାଡିରେ ଇମ୍ରାନ ଇକବାଲ ଭିଲାଇରୁ ଓପିଜିସିକୁ ଯିବା ସମୟରେ ଟଙ୍କା ଜବତ କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଇଫତିଆର ଅହମ୍ମଦ ଜଣେ ମଦ ବ୍ୟବସାୟୀ ହୋଇଥିବା ବେଳେ ଇମ୍ରାନ ଇକବାଲ ଜଣେ ଠିକାଦାର ।

ସେପଟେ, ଏହି ଦୁଇ ବ୍ୟକ୍ତିଙ୍କ ନିକଟରୁ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ତାକୁ ନେଇ ବଡମାଲ ଥାନାରେ ପଚରାଉଚରା କରୁଛି ପୋଲିସ ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡା ଜିଲ୍ଲା ନିର୍ବାଚନ ଅଧିକାରୀ ପକ୍ଷରୁ ବେଆଇନ ଟଙ୍କା ରୋକ ଲଗାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଝାରସୁଗୁଡା ପୌରପାଳିକାର ନିର୍ବାହୀ ଅଧିକାରୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବାବେଳେ ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା ନେତୃତ୍ୱରେ ନିର୍ବାଚନ ଫ୍ଲାଇଁସ୍କ୍ୱାର୍ଡ ଟଙ୍କା ଜବତ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା କହିଛନ୍ତି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅଧିକାରୀ ରାମଚନ୍ଦ୍ର ପ୍ରଧାନ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ସ୍ଲଗ -ପେଟ ପାଟଣା ପାଇଁ ଯାଇଥିଲେ ଦାଦନ ଖଟି, ଫେରି ପାରିଲାନି ଶିଶୁ କନ୍ୟା
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୨୮-୦୩-୧୯
ଫରମାଟ -ପେକେଜ
ଏଙ୍କର-
ବଲାଗିଂରର ପିଛା ଛାଡୁନି ଦାଦନ ଦୁଖଃ । ପେଟ ପାଟଣା ପାଇଁ ଦାଦନ ଖଟି ଯାଇ ନିର୍ଯ୍ୟାତନା ପାଇ ଥିବା ବେଲେ ନିଜ ଶିଶୁକନ୍ୟାକୁ ହରାଇ ଘରକୁ ଫେରିଛନ୍ତି ଦାଦନ ପରିବାର । ବଲାଗିଂର ବେଲପଡା ଅଞ୍ଚଲର ଗୋଟିଏ ପରିବାର ନିଜ ପେଟ ପାଟଣା ପାଇଁ ଇଟା ଗଢିବାକୁ ଆନ୍ଧ୍ର ଯାଇଥିଲେ । ଏବଂ ସେଠି ଗୋଟିଏ ପଟେ ସେମାନେ ଶାରିରିକ ମାନସିକ ନିର୍ଯ୍ୟାତନା ପାଇଥିଲେ । ଅନ୍ୟପଟେ ତାଙ୍କ ଛୋଟ ଶିଶୁ କନ୍ୟା ହଠାତ ଅସୁସ୍ଥ ହୋଇଥିବା ବେଲେ ତାର ମଧ୍ୟ ଚିକିତ୍ସା କରାଇବା ପାଇଁ ଅନୁମତି ନଦେଲା ଇଟା ଭାଟି ମାଲିକ । ଯାହାଫଲରେ ଶିଶି କନ୍ୟା ଅସମୟରେ ଆଖି ବୁଜିଥିବା ବେଲେ ପରିବାର ଲୋକେ କୌଣସି କ୍ରମେ ସେଠୁ ଲୁଚି ପଲାଇ ଆସି ଏବେ ବଲାଗିଂର ଶ୍ରମ ବିଭାଗର ଆଶ୍ରୟ ନେଇଛନ୍ତି । ଏବଂ କାମ କରିଥିବା ବକୟା ପାରିଶ୍ରମିକ ସହ କ୍ଷତି ପୁରଣ ପାଇଁ ଦାବୀ କରିଛନ୍ତି । 
ଭି ଓ ୧ 
ବଲାଗିଂରର ପିଛା ଛାଡୁ ନାହିଁ ଦାଦନ ସମସ୍ୟା । ପେଟ ପାଟଣା ପାଇଁ ଦାଦନ ଖଟି ଯାଇ ନିର୍ଯ୍ୟାତନା ପରେ ନିଜ ଶିଶୁ କନ୍ୟାକୁ ହରାଇଛନ୍ତି ଦାଦନ ପରିବାର । ଏଭଲି ଅଭିଯୋଗ ଆସିଛି ବଲାଗିଂର ବେଲପଡା ବ୍ଲକ ଅଞ୍ଚଲରୁ । ବଲାଗିଂର ବେଲପଡା ବ୍ଲକ ଅର୍ନ୍ତଗତ ଖଲି ପଥର ଗ୍ରାମର ଅରୁଣ ରାଉତ ଓ ତାଙ୍କ ପରିବାରର  ମୋଟ ସାତ ଜଣ ପେଟ ପାଟଣା ପାଇଁ ଆନ୍ଧ୍ର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ତେବେ ଚାରି ମାସ ହେବ ସେମାନେ ସେଠି ଏକ ଇଟା ଭାଟିରେ କାମ କରୁଥିଲେ । ଯେଉଁଥିରେ ତାଙ୍କ ତିନୋଟି ଝିଅ ଓ ଗୋଟିଏ ସାନ ପୁଅ ମଧ୍ୟ ସେଠି କାମ କରୁଥିଲେ । ତେବେ ଏଠୁ କିଛି ଅଗ୍ରୀମ ଟଙ୍କା ଦେଇ ଦଲାଲ ତାଙ୍କୁ ସେଠାକୁ ନେଇ ଛାଡି ଆସିଥିବା ବେଲେ ଏମାନଙ୍କୁ ସେଠିକାର ଇଟା ଭାଟି ମାଲିକ ଅକଥନୀୟ ନିର୍ଯ୍ୟାତନା ଦେଉଥିବାର ଏମାନେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ସାନ ଝିଅ ପ୍ରତିମା ରାଉତ ଗୁରୁତର ଅସୁସ୍ଥ ହୋଇଥିବା ବେଲେ ତାଙ୍କର ଚିକିତ୍ସା ମଧ୍ୟ ମାଲିକ କରାଇଲା ନାହିଁ । ଯାହାଫଲରେ ସାନ ଝିଅ ପ୍ରତିମା ରାଉତଙ୍କ ଗତ ୨୬ ତାରିଖରେ ମୃତ୍ୟୁ ହୋଇଥିଲା । ଏବଂ ମୁତ୍ୟୁ ପରେ ତାଙ୍କ ଶବକୁ ଇଟା ଭାଟି ମାଲିକ ସେଠୁ ନଛାଡି ଓଲଟା ସେଠି ଶବ ସକ୍ରାର କରାଇଥିଲା । ଗୋଟିଏ ପଟେ ନିର୍ଯାତନା ତ ଅନ୍ୟପଟେ ବିନା ପାରିଶ୍ରମିକରେ କାମ କରାଇବା ଓ ଟଙ୍କା ବଦଲରେ ନିର୍ଯାତନା ଏସବୁ ସହି ନପାରି ଏହି ପରିବାର କୌଣସି ମତେ ସେଠୁ ଖସି ଆସି ଏଠି ଶ୍ରମ ବିଭାଗର ଆଶ୍ରୟ ନେଇଛନ୍ତି । ଏବଂ ଉଚିତ ନ୍ୟାୟ ଦାବୀ କରିବା ସହ ବକୟା ପାରିଶ୍ରମିକ ତଥା କ୍ଷତି ପୁରଣ ଦାବୀ କରିଛନ୍ତି । 
ବାଇଟ- ଅରୁଣ ରାଉତ- ପିଡିତ
ବାଇଟ- ପଦ୍ମିନି ରାଉତ- ପିଡିତ 
ଭି ଓ ୨ 
ପେଟ ପାଟଣା ପାଇଁ ଭିଟା ମାଟି ଛାଡି ଅନ୍ୟ ରାଜ୍ୟ କୁ ଦାଦନ ଖଟି ଯିବା ଓ ସେଠି ଅକଥନୀୟ ନିର୍ଯ୍ୟାତନା ପାଇବା ପରେ ସେମାନେ କୌଣସି ମତେ ବଲାଗିଂର ଫେରିଛନ୍ତି । ଏବଂ ଲିଖିତ ଭାବରେ ବଲାଗିଂର ଶ୍ରମ ବିଭାଗରେ ଅଭିଯୋଗ କରିବା ପରେ ଏବେ ଶ୍ରମ ବିଭାଗ ଏହି ମାମଲାର ଖୋଲତାଡ ଆରମ୍ଭ କରିଛି । ତେବେ ଯେଉଁ ଦଲାଲ ଏମାନଙ୍କୁ ସେଠିକୁ ନେଇଥିଲା ତାର ଖୋଜବିନ କରା ଯାଉଥିବା ବେଲେ ସେଠିକାର ଇଟା ଭାଟି ଓ ସେହି ମାଲିକଙ୍କୁ ଠାବ କରିବାର ପ୍ରୟାଶ ଆରମ୍ଭ କରିଛି ବଲାଗିଂର ଶ୍ରମ ବିଭାଗ । ଏବଂ କେଉଁ ପରିସ୍ଥିିତିରେ ସେହି ଝିଅର ମୃତ୍ୟୁ ହେଲା ତାହା ମଧ୍ୟ ତଦନ୍ତ ହେବ ବୋଲି ଶ୍ରମ ବିଭାଗ କହିଛି । ସେହିପରି ଏହି ପରିବାରକୁ ସରକାରୀ ନିୟମ ଅନୁସାରେ ଯାହା ÷କ୍ଷତି ପୁରଣ ଦେବାର ବ୍ୟବସ୍ଥା ରହିଛି ତାହା ମଧ୍ୟ ଦିଆ ଯିବ ବୋଲି ଶ୍ରମ ଅଧିକାରୀ କହିଛନ୍ତି ।
ବାଇଟ- ଶୁରେଶ ବେହେରା - ଶ୍ରମ ଅଧିକାରୀ ବଲାଗିଂର
ଏଫ ଭି ଓ 
ବଲାଗିଂର ଜିଲ୍ଲାରୁ କାମ ଧନ୍ଧା ଅଭାବ ଓ  ପେଟ ପାଟଣା ପାଇଁ ଲକ୍ଷାଧିକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ତେବେ ସେମଧ୍ୟରୁ ଅଧିକାଂଶ ଲୋକଙ୍କ ସହ ଏହି ଭଲି ଘଟଣା ଘଟୁଥିଲେ ସୁଦ୍ଧା ଅନେକ ଲୁଚି ଯାଉଥିବା ବେଲେ କିଛି ମାତ୍ର ସାମନାକୁ ଆସିଥାଏ । ଏବଂ ତାହାହିଁ ଦାଦନ ସମସ୍ୟା ଓ ଦୁଖଃର ପ୍ରକୃତ ଚିତ୍ର ପ୍ରଦାନ କରିଥାଏ । ତେବେ ଏହି ମାମଲାରେ କଣ ପ୍ରଶାସନ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା । 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.