ଝାରସୁଗୁଡା: ଝାରସୁଗୁଡା ମାଲିମୁଣ୍ଡା ଷ୍ଟାଡିୟମ ନିକଟରୁ 6 ଜଣ ମୋଟର ସାଇକେଲ ଚୋରଙ୍କୁ ପୋଲିସ ଗିରଫ କରିଛି l ଏହାସହ ସେମାନଙ୍କ ନିକଟରୁ 20 ଟି ଚୋରା ମୋଟର ସାଇକେଲ ଜବତ କରିଛି ପୋଲିସ l ଏହି ଚୋରମାନେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା, ଗଞ୍ଜାମ ଅଞ୍ଚଳର ବୋଲି ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି l
ଗିରଫ ଅଭିଯୁକ୍ତଙ୍କ ବିରୋଧରେ 9ରୁ ଅଧିକ ମାମଲା ବିଭିନ୍ନ ଥାନାରେ ରହିଛି l ଅନ୍ୟପଟେ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଫେରାର ଥିବାବେଳେ ତା’ ନାଁରେ 30ଟି ମାମଲା ରହିଥିବା ଏସପି ସୂଚନା ଦେଇଛନ୍ତି l ଚୋରମାନେ ଗାଡି ଚୋରି କଲା ପରେ ମାତ୍ର 3-4 ହଜାର ଟଙ୍କାରେ ଗାଡି ଗୁଡିକୁ ବିକ୍ରି କରୁଥିଲେ l ତେବେ ଝାରସୁଗୁଡା ପୋଲିସ ଏ ବିଷୟରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମାଲିମୁଣ୍ଡା ଷ୍ଟାଡିୟମ ଓ ଗାନ୍ଧୀଛକ ଅଞ୍ଚଳରୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି l
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ