ETV Bharat / state

ଧରାପଡିଲେ ୫ ଡକାୟତ, ମାରଣାସ୍ତ୍ର ସାମଗ୍ରୀ ଜବତ

author img

By

Published : Jul 14, 2022, 1:47 PM IST

ଝାରସୁଗୁଡ଼ା ପୋଲିସକୁ ମିଳିଛି ଆଉ ଏକ ସଫଳତା । ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ୫ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଧରାପଡିଲେ ୫ ଡକାୟତ, ମାରଣାସ୍ତ୍ର ସାମଗ୍ରୀ ଜବତ
ଧରାପଡିଲେ ୫ ଡକାୟତ, ମାରଣାସ୍ତ୍ର ସାମଗ୍ରୀ ଜବତ

ଝାରସୁଗୁଡ଼ା: ଝାରସୁଗୁଡ଼ା ପୋଲିସକୁ ମିଳିଛି ଆଉ ଏକ ସଫଳତା । ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ୫ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନାଅନୁସାରେ, ଗତ ମେ ମାସ ୮ତାରିଖ ଦିନ ଏହି ଦୁର୍ବୃତ୍ତ ମାନେ ବଢେଇମୁଣ୍ଡା ସ୍ଥିତ ଶାନ୍ତି ନଗରର ବିଶ୍ବାମୀତ୍ର ପରୁଆଙ୍କ ଘରେ ପସି ବିଭିନ୍ନ ମାରଣାସ୍ତ୍ର ଦେଖାଇ ଟଙ୍କା, ସୁନା ଗହଣା ଆଦି ଲୁଟି ନେଇଥିଲେ । ଏନେଇ ଥାନାରେ କେସ ନମ୍ବର ୨୪୫ରେ ଏକ ମାମଲା ରୁଜୁ ହୋଇଥିଲା । ଏହା ପରେ ପୁନର୍ବାର ଚଳିତ ମାସ ୭ ତାରିଖ ଦିନ ବଢେଇମୁଣ୍ଡା ଅଞ୍ଚଳରେ ଏହି ଡକାୟତ ମାନେ ଏଭଳି କାଣ୍ଡ ଭିଆଇଥିଲେ । ତେବେ ଏନେଇ ଟାଉନଥାନାରେ କେସ୍ ନମ୍ବର ୩୭୪ରେ ଏକ ମାମଲା ରୁଜୁ କରାଯାଇଥିଲା ।

ଏହି ଡକାୟତମାନଙ୍କୁ ଗିରଫ କରିବା ପାଇଁ ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ଏହି ଘଟଣାରେ ଆଜି(ଗୁରୁବାର) ୩ ଡକାୟତ ସମେତ ୨ଜଣ ସହଯୋଗୀଙ୍କୁ କେସ୍ ନମ୍ବର ୨୪୫ IPC ଧାରା u/s 457/392 ଏବଂ କେସ୍ ନମ୍ବର ୩୭୪ IPC ଧାରା u/s 458/392/34ରେ ଗିରଫ କରିଛି ପୋଲିସ । ଏହାସହ ବିଭିନ୍ନ ପ୍ରକାର ମାରଣାସ୍ତ୍ର ତଥା ଛୁରୀ, ଭୁଜାଲୀ ଏବଂ ଚୋରି କରିଥିବା ବିଭିନ୍ନ ସୁନା ଅଳଙ୍କାର ଆଦି ଜବତ କରାଯିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି ଝାରସୁଗୁଡା ପୋଲିସ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.