ETV Bharat / state

ହାତବାନ୍ଧି ବସିଥିବା ପ୍ରବାସୀଙ୍କୁ ମିଳିଲା କାମ, ଖୁସିବ୍ୟକ୍ତ କଲେ ଶ୍ରମିକ - mmigrants

ହାତରେ କୋଡି, କୋଦାଳ । ଚାଲିଛି ପୋଖରୀ ପୁନରୁଦ୍ଧାର କାମ । କିନ୍ତୁ ଏମାନେ କୌଣସି ଦିନ ମଜୁରିଆ ନୁହଁନ୍ତି, ଏମାନେ ହେଉଛନ୍ତି ପ୍ରବାସୀ ଶ୍ରମିକ । ପେଟର ଭୋକ ଏବଂ ପରିବାରର ଜ୍ବାଳା ପାଇଁ ଶ୍ରମିକ ସାଜିବାକୁ ବାଧ୍ୟ କରିଛି ପରିସ୍ଥିତି । ଆଉ ଏହି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବର୍ତ୍ତଣ୍ଡା ପଞ୍ଚାୟତରେ । ଅଧିକ ପଢନ୍ତୁ..

the-hand-held-immigrants-got-the-job-the-migrant-workers-cheered

author img

By

Published : Jun 23, 2020, 10:56 PM IST

ଯାଜପୁର: ସାରା ଦେଶରେ କରୋନା ଜନିତ ଲକଡାଉନ୍ ପ୍ରଭାବରେ ଜୀବିକା ହରାଇ ନିଜ ଘରକୁ ଫେରି ଆସୁଛନ୍ତି ଲକ୍ଷ ଲକ୍ଷ ପ୍ରବାସୀ । ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକକୁ ପରିବାର ପ୍ରତିପୋଷଣର ଚିନ୍ତା ଘାରିଛି । ତେବେ କାମଧନ୍ଦା ହରାଇ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଅଞ୍ଚଳରେ କାମ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ସହଯୋଗର ହାତ ବଢାଇଛନ୍ତି ସ୍ଥାନୀୟ ପ୍ରଶାସନ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ବର୍ତ୍ତଣ୍ଡା ପଞ୍ଚାୟତରେ ମନରେଗା ବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଏମାନଙ୍କୁ ଯୋଗାଇ ଦିଆଯାଇଛି କାମ । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସଙ୍ଗରୋଧ କେନ୍ଦ୍ରରୁ ଫେରି କାମରେ ନିୟୋଜିତ ହୋଇଥିବା ପ୍ରବାସୀ ଶ୍ରମିକ ।

ହାତବାନ୍ଧି ବସିଥିବା ପ୍ରବାସୀଙ୍କୁ ମିଳିଲା କାମ, ଖୁସିବ୍ୟକ୍ତ କଲେ ପ୍ରବାସୀ ଶ୍ରମିକ

ହାତରେ କୋଡି, କୋଦାଳ । ଚାଲିଛି ପୋଖରୀ ପୁନରୁଦ୍ଧାର । କିନ୍ତୁ ଏମାନେ କୌଣସି ଦିନ ମଜୁରିଆ ନୁହଁନ୍ତି, ଏମାନେ ହେଉଛନ୍ତି ପ୍ରବାସୀ ଶ୍ରମିକ । ପେଟର ଭୋକ ଏବଂ ପରିବାରର ଜ୍ବାଳା ପାଇଁ ଶ୍ରମିକ ସାଜିବାକୁ ବାଧ୍ୟ କରିଛି ପରିସ୍ଥିତି । ଆଉ ଏହି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବର୍ତ୍ତଣ୍ଡା ପଂଚାୟତର । ଏହି ଅଞ୍ଚଳର ଅନେକ ଲୋକ ବାହାର ରାଜ୍ୟରେ ରହି କାର୍ଯ୍ୟ କରୁଥିଲେ କିନ୍ତୁ କୋରୋନାର ପ୍ରାଦୁର୍ଭାବ ଏବଂ ଲକଡ଼ାଉନର କଟକଣା ଏମାନଙ୍କୁ ଘରକୁ ଫେରିବାକୁ ବାଧ୍ୟ କରିଥିଲା । ସେପଟେ ସଙ୍ଗରୋଧ କେନ୍ଦ୍ରରୁ ଫେରିବା ପରେ ପରିବାର ପ୍ରତିପୋଷଣର ଚିନ୍ତା ଘାରିଥିଲେ । ଅଭାବ ଅନଟନ ଭିତରେ ଅନେକ ପରିବାରରେ ଚୁଲି ଜଳିବା ମଧ୍ୟ ବନ୍ଦ ହୋଇଯାଇଥିଲା । ଏଭଳି ସ୍ଥିତିରେ ଏମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ଉଭୟ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ । ବ୍ଲକ ପ୍ରଶାସନ ଦ୍ବାରା ନିଜ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଯୋଗାଇ ଦିଆଯାଇଛି କାମ ।

ପ୍ରତ୍ୟେକ ଦିନ ମନେରେଗାରେ ୨୩୦ରୁ ଊର୍ଦ୍ଧ ପ୍ରବାସୀ ଶ୍ରମିକ କାମ କରୁଥିବା ବେଳେ ଅସମୟରେ ରୋଜଗାର ପାଇ ସରକାରଙ୍କୁ ଜଣାଇଛନ୍ତି ଧନ୍ୟବାଦ । ବର୍ଷବର୍ଷ ଧରି ଏହି ଅଞ୍ଚଳର ଶତାଧିକ ଲୋକ ବିହାର, ଝାଡଖଣ୍ଡ, ଛତିଶଗଡ଼, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ହେଲେ କୋରୋନା ଜନିତ ଲକଡାଉନ୍ ଏମାନଙ୍କ ଜୀବନ ଓ ଜୀବିକାରେ କଳା ପାହାଡ ହୋଇ ଉଭା ହୋଇଥିଲା। ମାତ୍ର ଘରକୁ ଫେରିବା ଏହି ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା ଦ୍ବିଗୁଣିତ ହୋଇପଡ଼ିଥିଲା । ଶେଷରେ ସ୍ଥାନୀୟ ସରପଞ୍ଚଙ୍କୁ ନିଜ ଗୁହାରୀ ଜଣାଇବା ପରେ ସରପଞ୍ଚ ସୁକିନ୍ଦା ବିଡିଓ ଏବଂ ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କରେ ଅବଗତ କଲେ । ଜିଲ୍ଲା ପ୍ରଶାସନ ସେମାନଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ମନରେଗା ଯୋଜନାରେ ରାସ୍ତା ନିର୍ମାଣ ଓ ପୋଖରୀ ପୁନରୁଦ୍ଧାର ଆଦି କାର୍ଯ୍ୟରେ ନିୟୋଜିତ ଥିବା କହିଛନ୍ତି ସୁକିନ୍ଦା ବିଡିଓ । ଜୀବନ ଜୀବିକାର ଏହି ସଂସାର ରଥ ଅଟକିବା ବେଳେ ପ୍ରଶାସନ ସାଜିଛି ସାରଥି । ସେପଟେ ଏହି ଦୁସ୍ଥିତି ସମୟରେ ପ୍ରଶାସନ ଶ୍ରମ ଯୋଗାଇ ଦେଇଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ସମସ୍ତ ପ୍ରବାସୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.