ETV Bharat / state

କୋରୋନା ଯନ୍ତ୍ରଣା, ଫିକା ପଡିଲା ଆଦିବାସୀଙ୍କ ବାହାବଙ୍ଗା ପର୍ବ - lockdown

ମାଦଳ, ଧମସା, ଓ ଘଣ୍ଟାର ତାଳେ ତାଳେ ସଭିଏଁ ମସଗୁଲ । ଚାଲିଛି ବାହାବଙ୍ଗାଙ୍କ ପୂଜାର୍ଚ୍ଚନା । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ପୂର୍ବରୁ କରାଯାଉଛି ଏହି ପୂଜାର୍ଚ୍ଚନା । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଗୋହିରାଗଡ଼ିଆ ଗାଁରେ ରହୁଥିବା ସାନ୍ତାଳ ସମ୍ପ୍ରଦାୟଙ୍କ ପ୍ରମୁଖ ପର୍ବ ହେଉଛି ବାହାବଙ୍ଗା ପର୍ବ । କିନ୍ତୁ ଚଳିତ ବର୍ଷ କୋରୋନା ଯୋଗୁଁ ଏହା ଟିକିଏ ଫିକା ପଡିଯାଇଛି । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

କୋରୋନା ଯନ୍ତ୍ରଣା, ଫିକା ପଡିଲା ଆଦିବାସୀଙ୍କ ବାହାବଙ୍ଗା ପର୍ବ

author img

By

Published : Apr 23, 2020, 5:09 PM IST

Updated : Apr 25, 2020, 10:14 AM IST

ଯାଜପୁର: ପାହାଡି ଇଲାକାର ନିଆରା ପରମ୍ପରା । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ପୂର୍ବରୁ କରାଯାଏ ଏହାର ପୂଜାର୍ଚ୍ଚନା । ଜିଲ୍ଲାରେ ବସବାସ କରନ୍ତି ସାନ୍ତାଳ ସମ୍ପ୍ରଦାୟର ପ୍ରାୟ ୫0 ହଜାରରୁ ଉର୍ଦ୍ଧ୍ବ ଆଦିବାସୀ । ବିଶେଷ କରି ଜିଲ୍ଲାର କୋରାଇ, ବଡ଼ଚଣା, ଦାନଗଦି ଓ ସୁକିନ୍ଦା ବ୍ଳକର ବନାଞ୍ଚଳ ନିକଟବର୍ତ୍ତୀ ସ୍ଥାନ ମାନଙ୍କରେ ରହିଛି ଏମାନଙ୍କର ଗାଁ । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଓ ଚାଷବାସ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଏହି ଜନଜାତିର ଲୋକେ ପ୍ରକୃତି ଉପାସକ ଭାବେ ବେଶ ଜଣାଶୁଣା । ହେଲେ ଚଳିତ ବର୍ଷା କୋରୋନା କୋପରୁ ଏହି ପର୍ବ ଟିକିଏ ଫିକା ପଡିଯାଇଛି ।

କୋରୋନା ଯନ୍ତ୍ରଣା, ଫିକା ପଡିଲା ଆଦିବାସୀଙ୍କ ବାହାବଙ୍ଗା ପର୍ବ

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରଣୀତ ସାରନା ଧର୍ମରେ ଦୀକ୍ଷିତ ଏହି ସନ୍ତାଳ ଜନଜାତିର ଲୋକେ ପ୍ରତିବର୍ଷ ଫଗୁଣ ମାସ ଶୁକ୍ଲ ପଞ୍ଚମୀ ତିଥିରେ ପାଳନ କରିଥାନ୍ତି ବାହାବଙ୍ଗା ପର୍ବ । ସେମାନଙ୍କ ଭାଷାରେ ବାହା ଅର୍ଥ ଫୁଲ ଓ ବାଙ୍ଗା ମାନେ ପୂଜା ,ଅର୍ଥାତ ଫୁଲର ପୂଜା । ଏହି ପୂଜା ସରିବା ପରେ ହିଁ ସାନ୍ତାଳ ଲୋକେ ପତ୍ରଝଡା ପରେ କଅଁଳି ଆସୁଥିବା ଶାଳ ଗଛର ପତ୍ର ,କଷି, ଆମ୍ବ,ମହୁଲ ନିମ୍ବ ଫୁଲ ଆଦି ଅନେକ ଜଙ୍ଗଲ ଜାତ ଦ୍ରବ୍ୟ ବ୍ୟବହାର କରିଥାନ୍ତି । ଏଥର କିନ୍ତୁ ଏହି ପର୍ବ ନିଆରା ଭାବରେ ପାଳନ କରାଯାଇଛି । ଆଦିବାସୀମାନେ ଏତେ ଯାକ ଜକମରେ ପୂଜାର୍ଚ୍ଚନା କରି ନାହାନ୍ତି । ବରଂ ଭାରତ କିପରି କୋରୋନା ଦାଇରୁ ମୁକ୍ତ ହେବ ଏନେଇ ଇଷ୍ଟ ଦେବତାଙ୍କୁ ପ୍ରାର୍ଥନା କରିଛନ୍ତି ।

ପିଲାଠୁ ବୁଢା ସମସ୍ତେ ସକାଳୁ ନୂଆ ଲୁଗା ପରିଧାନ କରି ଗାଁର ନାଇକେ ବା ପୂଜକଙ୍କ ଘରେ ଏକତ୍ରିତ ହୋଇଥିଲେ । ମାଦଳ, ଧମସା, ଓ ଘଣ୍ଟାର ତାଳେ ତାଳେ ସଭିଏଁ ନାଚି ଉଠିଥିଲେ । ହଠାତ ତିନି ଜଣ ପୁରୁଷ ବ୍ରତଧାରୀଙ୍କ ଦେହରେ ଆସିଲେ ସେମାନଙ୍କର ତିନି ଠାକୁର । କାଳେସୀଙ୍କ ଭଳି ତୁହାକୁ ତୁହା କୁହାଟ ମାରି ନାଚି ନାଚି ଜଙ୍ଗଲ ମଧ୍ୟରେ ଥିବା ଜାହେର ଶାଳକୁ ଯାଇଥିଲେ । ଏକ ବିରାଟ ଶାଳ ଗଛ ମୂଳରେ ସ୍ଥାପିତ ଦେବତାଙ୍କୁ ଭୋଗରାଗ ଓ କୁକୁଡ଼ା ବଳି ମଧ୍ୟରେ ନାଇକେ ପୂଜାର୍ଚ୍ଚନା କରି କାଳେସୀଙ୍କ ଠାରୁ ଗାଁର ଭବିଷ୍ୟତ ଜାଣିଥିଲେ । ପୂଜକଙ୍କ ଠାରୁ ନିର୍ଦ୍ଦେଶ ପାଇ ତିନି କାଳେସୀ ଜଙ୍ଗଲ ମଧ୍ୟରୁ ଫୁଲ ଫୁଟୁଥିବା ଶାଳଗଛର ଡାଳ,ମହୁଲ ଫୁଲ, ଓ କଷି ଆମ୍ବ ସଂଗ୍ରହ କରି ଦେବତାଙ୍କୁ ସମର୍ପଣ କରିଥିଲେ ।

କୋରୋନା ଭୟରେ ଆଦିବାସୀ ମାନଙ୍କର ଏହି ମୁଖ୍ୟ ପର୍ବରେ ଜିଲ୍ଲାର କୋରେଇ, ବଡ଼ଚଣା, ଦାନଗଦି ଓ ସୁକିନ୍ଦାର ଆଦି ଅଞ୍ଚଳର ହଜାର ହଜାର ସାନ୍ତାଳ ଏଠାକୁ ଆସିପାରିନଥିଲେ । ବାସ ଅଳ୍ପ କିଛି ଆଦିବାସୀଙ୍କ ଅନୁପସ୍ଥିତିରେ ଏହା ପାଳିତ ହୋଇଯାଇଛି । ଯଦି ପୂଜା ନକରାଯାଏ ତେବେ ଜଙ୍ଗଲରେ ରହୁଥିବା ବାଘ, ଭାଲୁ ଆଉ ସାପ ସେମାନଙ୍କର କ୍ଷତି ପହଞ୍ଚାଇଥାନ୍ତି ବୋଲି ସେମାନଙ୍କର ବିଶ୍ବାସ ରହିଛି । ଏପରିକି ବାହାବାଙ୍ଗା ଦେବତାଙ୍କୁ ପୂଜା କଲେ ହଇଜା ଆଉ କୋରୋନା ପରି ମହାମାରୀ କେବେବି ସେମାନଙ୍କୁ ହେବ ନାହିଁ ବୋଲି ମଧ୍ୟ ସେମନାଙ୍କର ବିଶ୍ବାସ ରହିଛି । ଏକଥାକୁ ଅମାନ୍ୟ କରୁଥିବା ଲୋକଙ୍କୁ ସମାଜ ଓ ଗାଁରୁ ବାସନ୍ଦ କରାଯାଇଥାଏ। ଜାହେରାଶାଳାରେ ସମସ୍ତେ ପୂଜାର୍ଚ୍ଚନା ସରିବାପରେ ପୂଜା ହୋଇଥିବା ଶାଳ ଫୁଲକୁ ପ୍ରତେକ ଗ୍ରାମବାସୀ ଆଦରର ସହ ସଂଗ୍ରହ କରି ନିଜ ଘରେ ସାଇତି ରଖିଥାନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Apr 25, 2020, 10:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.