ETV Bharat / state

ବାଇକକୁ ଧକ୍କା ଦେଲା ପଥର ବୋଝେଇ ଟ୍ରକ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

author img

By

Published : Apr 23, 2021, 7:50 PM IST

ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ଜାତୀୟ ରାଜପଥ ନିକଟରେ ଟ୍ରକ ସହ ବାଇକର ଧକ୍କା ହେବା ଫଳରେ ବାଇକ ଆରୋହୀ ଆହତ ହୋଇଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ମହିଳାଙ୍କ ପାଣିକୋଇଲି ଥାନା ଘେରାଉ । ଅଧିକ ପଢନ୍ତୁ...

ଟ୍ରକ ସହ ବାଇକର ଧକ୍କା: ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଯାଜପୁର: ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ଜାତୀୟ ରାଜପଥ ନିକଟରେ ଟ୍ରକ ସହ ବାଇକର ଧକ୍କା । ଦୁର୍ଘଟଣାରେ ବାଇକ ଆରୋହୀ ଆହତ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ସେହି ଅଞ୍ଚଳର ଦୁଇ ପକ୍ଷଙ୍କ ଭିତରେ ଧସ୍ତାଧସ୍ତି ଓ ଉତ୍ତେଜନା ଏବଂ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ମହିଳାଙ୍କ ପାଣିକୋଇଲି ଥାନା ଘେରାଉ ।

ସୂଚନା ଅନୁଯାୟୀ, ପାଣିକୋଇଲି ଥାନା ଅନ୍ତର୍ଗତ ପ୍ରଦୀପ ମଳିକ ନାମକ ଗୋଳେଇପୁର ଗ୍ରାମର ଜନୈକ ବ୍ୟକ୍ତି ଡ୍ୟୁଟି କରିବା ପାଇଁ ଯାଜପୁର ରୋଡ ଯିବା ସମୟରେ ଏକ ଲୁହାପଥର ବୋଝେଇ ଗାଡି ଗୋଳେଇପୁର ଛକ ନିକଟରେ ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣାରେ ପଦୀପଙ୍କ ବାଇକ ଭାଙ୍ଗିଯିବା ସହ ପ୍ରଦୀପ ଆହତ ହୋଇଥିଲେ ।

ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ଥିବା ଲୋକଙ୍କ ମଧ୍ୟରେ ଦୁଇଭାଗ ହୋଇ ଉଭୟଙ୍କ ମଧ୍ୟରେ ଠେଲାପେଲା ଓ ବଚସା ଆରମ୍ଭ ହୋଇଯାଇଥିଲା । ଗୋଟିଏ ପକ୍ଷର ଲୋକେ ଅନ୍ୟ ପକ୍ଷର ମହିଳାଙ୍କୁ ଗାଁରେ ପଶି ଟଣାଓଟରା ସହ ମାଡପିଟ କରିଥିବା ଅଭିଯୋଗ କରି ଏବଂ ଅଭିଯୁକ୍ତ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବିରେ ଗୋଳେଇପୁର ମହିଳା ମାନେ ପାଣିକୋଇଲି ଥାନା ଘେରାଉ କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳକୁ ପୋଲିସ ଯାଇଥିଲେ ମଧ୍ୟ ନିୟନ୍ତ୍ରଣ ନକରି ଫେରିଆସିଥିବା ଅଭିଯୋଗ ହୋଇଛି। ତେବେ ଏ ସମ୍ପର୍କରେ ପୋଲିସ ର ପ୍ରତିକ୍ରିୟା ମିଳିପାରିନାହିଁ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.