ଯାଜପୁର: ରାଜ୍ୟ ଆଦିବାସୀ ସଙ୍ଘ ପକ୍ଷରୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଦିବାସୀ ଦଳିତଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବିକ୍ଷୋଭ ପ୍ରଦର୍ଶନ ପୂର୍ବରୁ ବ୍ୟାସନଗର ଚୂନଭାଟି ଆଦିବାସୀ ସାହିରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା ।
ବ୍ୟାସନଗର ପୌରପରିଷଦର ବିଭିନ୍ନ ୱାର୍ଡରେ ଅନେକ ଦଳିତ ଆଦିବାସୀ ବସବାସ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏମାନଙ୍କ ନିକଟରେ ମୌଳିକ ସୁବିଧା ପହଞ୍ଚି ପାରିନାହିଁ ଅଭିଯୋଗ ହୋଇଛି । ଆଦିବାସୀମାନେ ବିଭିନ୍ନ ସମୟରେ ଜମି ପଟ୍ଟା ପାଇଁ ତହସିଲ ପ୍ରଶାସନ ନିକଟକୁ ଧାଇଁଧାଇଁ ନୟାନ୍ତ ହେଇ ପଡ଼ିଛନ୍ତି ।
ଆଦିବାସୀ ଦଳିତମାନେ କିଭଳି ଜମିପଟ୍ଟା ସାଙ୍ଗକୁ ଅନ୍ୟାନ୍ୟ ମୌଳିକ ସୁବିଧା ପାଇବେ ସେନେଇ ରାଜ୍ୟ ଦଳିତ ଆଦିବାସୀ ସଙ୍ଘ ପକ୍ଷରୁ ଶତାଧିକ ଆଦିବାସୀ ଓ ଦଳିତ ମୋର୍ଚ୍ଚା ଏକ ଶୋଭାଯାତ୍ରାରେ ବାହାରି ଥିଲେ । ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲା ଉଭୟ ସଂଘ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ