ଯାଜପୁର: ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ କଲା ସ୍ପେଶାଲ ସ୍କ୍ବାର୍ଡ଼ । ଛତିଆରେ ନକଲି ଜର୍ଦ୍ଦା କାରଖାନା ଠାବ କରିବା ସହ ବିପୁଳ ପରିମାଣରେ ଜବତ କରିଛି ସ୍ପେଶାଲ ସ୍କ୍ବାର୍ଡ଼ ।
ଯାଜପୁର ପ୍ରତି ବର୍ଷ ଭଳି ଠିକ ଏହି ସମୟରେ ପର୍ବପର୍ବାଣୀ ଭଳି ଯାଜପୁର ଜିଲ୍ଲାର ଛତିଆ ନିକଟସ୍ଥ ବିଦ୍ୟାଧରପୁର ଗ୍ରାମରେ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି । ଏହାସହ ବିପୁଳ ପରିମାଣର ନକଲି ଜର୍ଦ୍ଦା ସମେତ ପ୍ରସ୍ତୁତିରେ ବ୍ୟବହୃତ ଯନ୍ତ୍ରାଂଶ, ଭିଜିଲାନ୍ସ ସ୍କ୍ବାର୍ଡ଼ ଦ୍ବାରା ଜବତ ହୋଇଛି । ଛତିଆ ଫାଣ୍ଡି ଠାରୁ ମାତ୍ର କିଛି ବାଟରେ ଏପରି ବେଆଇନ କାରବାର ଚାଲୁଥିଲେ ମଧ୍ୟ ପୋଲିସର ଅଜାଣତ ରେ କେମିତି ହେଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ନା ପୋଲିସ ଜାଣତରେ ହେଉଛି ନା ପୋଲିସ ଓ ବ୍ୟବସାୟୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି, ତାହା ଏକ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଆଜି ସ୍ପେଶାଲ ସ୍କ୍ବାର୍ଡ଼ ଦ୍ବାରା ବିଦ୍ୟାଧରପୁରରେ ଚଢ଼ାଉ କରାଯାଇଥିଲା । ଏସବୁକୁ ଜବତ କରାଯିବା ସହ ଦୁଇ ଜଣକୁ ଅଟକ ରଖାଯାଇ ପଚରା ଉଚରା ଜାରି ରହିଛି । ଏହି ଚଢ଼ାଉରେ ବରି ଥାନା ସମେତ ସ୍ପେଶାଲ ସ୍କ୍ବାର୍ଡ଼ ସାମିଲ ଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ