ETV Bharat / state

ସସପେନ୍ସରେ ସ୍ମିତାରାଣୀ ମୃତ୍ୟୁ ମାମଲା: ସୁଚିନ୍ତିତ ହତ୍ୟାକାଣ୍ଡ କହିଲା ବିଜେପି

author img

By

Published : Oct 18, 2019, 10:56 PM IST

ହରିଦାସପୁର ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ୩ ଦିନ ବିତିଲାଣି । ହେଲେ ଏପର୍ଯ୍ୟନ୍ତ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡିନାହିଁ । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଛି !

ଯାଜପୁର: ହରିଦାସପୁର ଭିଏଲଡବ୍ଲ୍ୟୁ ସ୍ମିତାଙ୍କ ମୃତ୍ୟୁ ହେଲା କେମିତି ? ଏହା ଯୋଜନାବଦ୍ଧ ହତ୍ୟା ନା ଆତ୍ମହତ୍ୟା ? ସତରେ କଣ ସେ ଆତ୍ମହତ୍ୟା କରିଛନ୍ତି ? ସ୍ମିତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଲାଗି ରହିଛି ସସପେନ୍ସ । ମୃତ୍ୟୁର 3 ଦିନ ପରେ ବି ଘଟଣା ଉପରରୁ ପରଦା ଉଠାଇବାରେ ଫେଲ ମାରିଛି ପୋଲିସ । ଏପଟେ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ପରିବାର ଓ ସହଯୋଗୀ । ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିବା ବେଳେ ସ୍ମିତାଙ୍କ ବାପା ଆଣିଛନ୍ତି ହତ୍ୟା ଅଭିଯୋଗ ।

ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଛି !

ସ୍ମିତାଙ୍କ ମର୍ଡର ମିଷ୍ଟ୍ରି ନେଇ ରାଜ୍ୟ ରାଜନିତି ସରଗରମ୍ । ଶୁକ୍ରବାର ବିଜେପିର ଏକ ପ୍ରତିନିଧି ଦଳ ସ୍ମିତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ କହିବା ସହ ଘଟଣାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ ଦାବି କରିଛି ବିଜେପିର ପ୍ରତିନିଧି ଦଳ । ସ୍ମିତାଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରାଯାଉଛି ବୋଲି ଦଳ ଅଭିଯୋଗ କରିଛି । ସେପଟେ ଏହି ଘଟଣାରେ ପୋଲିସ ମୁହଁ ଖୋଲୁ ନଥିବାବେଳେ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଧର୍ମଶାଳା ବିଡିଓ ।

ସ୍ମିତାଙ୍କ ମୃତ୍ୟୁକୁ ନେଇ ବୟାନବାଜି ଆରମ୍ଭ ହୋଇଥିବା ବେଳେ କେବେ ଏହି ଘଟଣା ଉପରୁ ପରଦା ହଟିବ ଓ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ତାକୁ ସମସ୍ତଙ୍କ ଅପେକ୍ଷା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

murder

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.