ଯାଜପୁର: ଟିଉସନ୍ ସାରି ଫେରିବା ବାଟରେ ଟ୍ରକ ପଛରେ ପିଟି ହେଲା ସ୍କୁଟି। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ଏଭଳି ଘଟଣା ଘଟିଛି ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ।
ସୂଚନାମୁତାବକ, ଦୁଇ ଭଉଣୀ ସ୍କୁଟିରେ ଟିଉସନ ଯାଉ ଥିବା ସମୟରେ ରଥିଆ ଛକ ନିକଟରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ସହ ପଛପଟୁ ପିଟି ଦେଇଥିଲେ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଶିପ୍ରା ବେହେରା । ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡିକାଲକୁ ସ୍ଥାନାନ୍ତର କରାଯାଇ ଥିବା ସୂଚନା ମିଳିଛି ।
![road accident in jajpur 16 no NH, rathia chowk, one dead](https://etvbharatimages.akamaized.net/etvbharat/prod-images/9473744_od_jajpur.jpg)
ଦୁଇ ଭଉଣୀ ସ୍ଥାନୀୟ ନେଉଳପୁର ଅଞ୍ଚଳର ବୋଲି ଜଣାପଡିଛି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ