ETV Bharat / state

ଭାରିଯାନରେ ବାଲିଚାଲାଣକୁ ସରସଦା ଅଞ୍ଚଳବାସୀଙ୍କ ବିରୋଧ - ସରସଦା ଅଞ୍ଚଳବାସୀଙ୍କ ବିରୋଧ

ଯାଜପୁର କୋରେଇ ଥାନା ସରସଦା ଅଞ୍ଚଳର ବୈତରଣୀ ନଦୀରୁ ବାଲି ଚାଲାଣକୁ ବିରୋଧ । ଭାରିଯାନରେ ବାଲି ଚାଲାଣକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

ଭାରିଯାନରେ ବାଲିଚାଲାଣକୁ ସରସଦା ଅଞ୍ଚଳବାସୀଙ୍କ ବିରୋଧ

author img

By

Published : May 21, 2021, 9:57 AM IST

Updated : May 21, 2021, 10:11 AM IST

ଯାଜପୁର: ଜିଲ୍ଲା କୋରେଇ ଥାନା ସରସଦା ଅଞ୍ଚଳର ବୈତରଣୀ ନଦୀରୁ ବାଲି ଚାଲାଣକୁ ନେଇ ଦେଖାଦେଇଛି ବିବାଦ । ଭାରିଯାନରେ ବାଲି ଚାଲାଣକୁ ସ୍ଥାନୀୟ ଲୋକଙ୍କ ବିରୋଧ । ବାଲି ବୋଝେଇ ଟ୍ରକକୁ ଅଟକ ରଖି ଗ୍ରାମବାସୀଙ୍କ ଆନ୍ଦୋଳନ ।

ଭାରିଯାନରେ ବାଲି ଚାଲାଣ ହେଉଥିବାରୁ ନଦୀବନ୍ଧ ଓ ଗ୍ରାମ୍ୟ ରାସ୍ତା କ୍ଷତିଗ୍ରସ୍ତ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସୂଚନା ମୁତାବକ ସରସଦା ଓ ଶାଳବା ଅଞ୍ଚଳରେ ରାଜସ୍ବ ବିଭାଗ ପକ୍ଷରୁ ଏକ ବାଲି ଘାଟ ନିଲାମ ଦିଆଯାଇଛି । ଏହି ବାଲି ଘାଟରୁ ବଡ଼ ବଡ଼ ଟ୍ରକରେ ଦୈନିକ ଶହ ଶହ ଟ୍ରିପ୍ ବାଲି ଗାଁ ରାସ୍ତା ଓ ନଦୀ ବନ୍ଧ ଦେଇ ଯାଉଛି ।

ଭାରିଯାନରେ ବାଲିଚାଲାଣକୁ ସରସଦା ଅଞ୍ଚଳବାସୀଙ୍କ ବିରୋଧ

ଫଳରେ ରାସ୍ତା ଓ ନଦୀବନ୍ଧ କ୍ଷତିଗ୍ରସ୍ତ ହେବା ସହ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ପୂର୍ବରୁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ତେଣୁ ଶେଷରେ ବାଧ୍ୟହୋଇ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଥିବା କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : May 21, 2021, 10:11 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.