ETV Bharat / state

ସୀମା ଡେଇଁଲା ଲଜ୍ଜା, ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଉଦ୍ୟମ

ସ୍ତ୍ରୀର ଅନୁପସ୍ଥିତିରେ ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଉଦ୍ୟମ । ଗିରଫ ହେଲେ ଅଭିଯୁକ୍ତ ରବିନ୍ଦ୍ର ସେଠୀ ।

Rape attempt by father in Jajpur
ସୀମା ପାର କଲା ଲଜ୍ଜା, ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଉଦ୍ୟମ
author img

By

Published : Dec 14, 2019, 8:05 PM IST

ଯାଜପୁର: କଳୁଷିତ ହେଲା ବାପା-ଝିଅ ସମ୍ପର୍କ । ସ୍ତ୍ରୀର ଅନୁପସ୍ଥିତିରେ ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଉଦ୍ୟମ । ଏଭଳି ଲଜ୍ଜାକର ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ । ସେପଟେ ଅଭିଯୁକ୍ତ ବାପା ରବିନ୍ଦ୍ର ସେଠୀକୁ ଗିରଫ କରିଛି ସୁକିନ୍ଦା ପୋଲିସ ।

ସୀମା ପାର କଲା ଲଜ୍ଜା, ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଉଦ୍ୟମ

ସୂଚନାଯୋଗ୍ୟ, ଘରେ କେହି ନଥିବା ସମୟରେ ମଦ୍ୟପାନ କରି ରବିନ୍ଦ୍ର ନିଜ ପ୍ରଥମ ପତ୍ନୀର ନାବାଳିକା ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଅଭିଯୁକ୍ତର ଦ୍ବିତୀୟ ସ୍ତ୍ରୀ ପହଞ୍ଚି ଝିଅଟିକୁ ଉଦ୍ଧାର କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ସୁକିନ୍ଦା ଡିସିପିଓ ଖବର ଦେଇଥିଲେ । ଏନେଇ ସିଡିପିଓ ଜିଲ୍ଲା ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଜଣାଇଥିଲେ । ଏଥିସହ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ।

ଏହା ପରେ ପୋଲିସ ଘଟଣାର ତଦନ୍ତ କରି ଦଫା 376 ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ରବିନ୍ଦ୍ରକୁ ଗିରଫ କରିଛି । ଏଥିସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଉକ୍ତ ଗାଁକୁ ଯାଇ ଘଟଣାର ତଦନ୍ତ କରି ପୀଡିତା ନାବାଳିକାକୁ ଉଦ୍ଧାର କରିଛନ୍ତି । ବର୍ତ୍ତମାନ ପୀଡିତାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବା ସହ ପରେ ତାଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Slug – SUKINDA RAPE ATTEMPT CASE
Format – AVB
Reporter – Gyanaranjan ojha
Date - 14.12.2019
Anchor – ସଂପର୍କ ହେଲା କଳୁଷିତ । ବାପ ଝିଅ ସଂପର୍କରେ ଲାଗିଲା ଦାଗ । ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରି ଗିରଫ ହୋଇଛି ବାପ । ଏଭଳି ନିନ୍ଦନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଂଚଳରେ । ଗିରଫ ଅଭିଯୁକ୍ତ ହେଲେ ବର୍ତଣ୍ଡା ଗ୍ରାମର ରବିନ୍ଦ୍ର ସେଠୀ । ସୂଚନା ମୁତାବକ ଘରେ କେହି ନଥିବା ସମୟରେ ମଦ୍ୟପାନ କରି ରବିନ୍ଦ୍ର ନିଜ ପ୍ରଥମ ପତ୍ନୀର ନାବାଳିକା ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ଏହି ସମୟରେ ରବିନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ପହଂଚି ଝିଅକୁ ଉଦ୍ଧାର କରିଥିଲା । ପରେ ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ପହଂଚି ସୁକିନ୍ଦା ସିଡିପିଓ ଙ୍କୁ ଖବର କରିଥିଲେ । ଏ ନେଇ ସିଡିପିଓ ଜିଲ୍ଲା ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କୁ ଖବର ଦେବା ସହ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାର ତଦନ୍ତ କରି ଦଫା ୩୭୬ ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ରବିନ୍ଦ୍ରକୁ ଗିରଫ କରିଛି । ସେପଟେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଉକ୍ତ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରାଯିବା ସହ ନାବାଳିକା କୁ ଉଦ୍ଧାର କରାଯାଇଛି । ଉଦ୍ଧାର ନାବାଳିକା କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି କୁ ହସ୍ତାନ୍ତର କରାଯିବା ପରେ ତାକୁ ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ।
bite.୧ – ନରେନ୍ଦ୍ର କୁମାର ସାହୁ, ସ୍ଥାନୀୟ ସରପଂଚ
bite.୨ – ରାଜକିଶୋର ଦୋରା, ଅତିରିକ୍ତ ଏସପି, କଳିଙ୍ଗନଗର
bite.୩ – ନିରଞ୍ଜନ କର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ଯାଜପୁର
Body:newsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.