ETV Bharat / state

ଯାଜପୁର ଜଗିବ 7 ପିସିଆର ଭ୍ୟାନ

ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କୁ ସେବା ଯୋଗାଇବ ଜିଲ୍ଲା ପୋଲିସ । ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଲୋକାର୍ପିତ ହୋଇଛି ସାତଟି ପିସିଆର ଭ୍ୟାନ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଯାଜପୁର
author img

By

Published : Sep 18, 2019, 5:42 PM IST

ଯାଜପୁର: ଜିଲ୍ଲାରେ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ର ପ୍ରଭାବ । ମହିଳା, ବରିଷ୍ଠ ନାଗରିକ ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା ପୋଲିସ ଶୁଭାରମ୍ଭ କରିଛି ପିସିଆର ଭ୍ୟାନ ସେବା। ବୁଧବାର ଯାଜପୁର ଜିଲ୍ଲା ପୋଲିସ ମୁଖ୍ୟାଳୟରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଏବଂ ଜିଲ୍ଲା ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ଵାରା ୭ଟି ପିସିଆର ଭ୍ୟାନକୁ ଲୋକାର୍ପିତ କରାଯାଇଛି।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଯାଜପୁର

ପୋଲିସ ପକ୍ଷରୁ ଏହି ସେବା ମିଳିବା ପ୍ରଥମ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୭ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ବାକି ଥିବା ସ୍ଥାନ ଗୁଡିକରେ ପିସିଆର ଯୋଗାଇ ଦିଆଯିବ ବୋଲି କହିଛନ୍ତି ଏସ.ପି ଚରଣ ସିଂ ମୀନା । ଯାଜପୁର ରାଜ୍ୟର ଏକ ପ୍ରମୁଖ ଜିଲ୍ଲା । ଏହା ମଧ୍ୟଦେଇ ଯାଇଛି ୩ଟି ଜାତୀୟ ରାଜପଥ । ତେଣୁ ଅନ୍ତଃରାଜ୍ୟ ଡ଼କାୟତ ଗ୍ୟାଙ୍ଗ, ଲୁଟେରା , ଏବଂ ଅସାମାଜିକ ବ୍ୟକ୍ତିଙ୍କ ଦାଉରୁ ଜନସାଧାରଣଙ୍କୁ ଏହି ଭ୍ୟାନ ସୁରକ୍ଷା ଯୋଗାଇଦେବ ବୋଲି ଡିଆଇଜି ଆଶିଷ ସିଂ କହିଛନ୍ତି।

ଏଥିସହ ସିନିୟର ସିଟିଜେନ ଏବଂ ମହିଳା ମାନଙ୍କୁ ସମସ୍ତ ପ୍ରକାର ଆଇନ ଗତ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯିବ। ଏଥି ନିମନ୍ତେ ପୋଲିସ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ବର ୯୫୫୬୪୪୦୨୭୦ ଦିଆଯାଇଛି । ଯଦି କେହି ପୋଲିସର ସାହାଯ୍ୟ ପାଇବା ପାଇଁ ଏହି ନମ୍ବରରେ କଲ କରନ୍ତି, ତତ୍କ୍ଷଣାତ ପିସିଆର ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ଯୋଗାଇଦେବ ବୋଲି ଏସପି କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀଙ୍କ ୫ଟିର ପ୍ରଭାବ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ।ମହିଳା, ସିନିଅର ସିଟିଜେନ ଏବଂ ଜନସାଧାରଣ ସୁରକ୍ଷା ନିମନ୍ତେ ଶୁଭାରମ୍ଭ ହେଲା ଜିଲ୍ଲା ପୋଲିସ ପକ୍ଷରୁ ପି.ସି.ଆର ଭ୍ୟାନ ସେବା। ଆଜି ଯାଜପୁର ଜିଲ୍ଲା ପୋଲିସ ହେଡକ୍ୱାଟରରେ କେନ୍ଦ୍ରାଞ୍ଚଳ ଡି.ଆଇ.ଜି ଆଶିଷ ସିଂ ଏବଂ ଜିଲ୍ଲା ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ଵାରା ୭ଟି ପି.ସି.ଆର ଭ୍ୟାନକୁ ଲୋକାର୍ପିତ କରାଯାଇଛି। ଜିଲ୍ଲାରେ ଏହା ପ୍ରଥମ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୭ଟି ଦ୍ୱିତୀୟ ପର୍ଯ୍ୟାୟରେ ବାକି ଥିବା ସ୍ଥାନ ଗୁଡିକରେ ଏହି ସେବା ଦିଆଯିବ ବୋଲି ଏସ.ପି ଚରଣ ସିଂ ମୀନା ସୂଚନା ଦେଇଛନ୍ତି। ଏହି ଜିଲ୍ଲା ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ହୋଇଥିବା ତଥା ଏହା ମଧ୍ୟଦେଇ ୩ଟି ଜାତୀୟ ରାଜପଥ ଯାଇଥିବାରୁ ଆନ୍ତରାଜ୍ୟ ଡ଼କାୟତ ଗ୍ୟାଙ୍ଗ, ଲୁଟେରା , ଏବଂ ଅସାମାଜିକ ବ୍ୟକ୍ତିଙ୍କ ଦାଉରୁ ଜନସାଧାରଣଙ୍କୁ ଏହି ଭ୍ୟାନ ସୁରକ୍ଷା ଯୋଗାଇଦେବ ବୋଲି ଡି.ଆଇ.ଜି ଆଶିଷ ସିଂ କହିଛନ୍ତି। ଏଥିସହ ସିନିୟର ସିଟିଜେନ ଏବଂ ମହିଳା ମାନଙ୍କୁ ସମସ୍ତ ପ୍ରକାର ଆଇନ ଗତ ସୁରକ୍ଷା ଏହା ମଧ୍ୟରେ ଯୋଗାଇ ଦିଆଯିବ। ଏଥି ନିମନ୍ତେ ପୋଲିସ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ବର ୯୫୫୬୪୪୦୨୭୦ ଦିଆଯାଇଛି କଲ କଲେ ତତ କ୍ଷଣାତ ପି.ସି.ଆର ଘଟଣା ସ୍ଥଳରେ ପହଞ୍ଚି ଆଇନ ସୁରକ୍ଷା ଯୋଗାଇଦିଆଜିବ ବୋଲି ଏସ.ପି କହିଛନ୍ତି।

Body:bite-ଆଶିଷ ସିଂ, ଡି.ଆଇ.ଜି,କେନ୍ଦ୍ରାଞ୍ଚଳ
bite-୨-ଚରଣ ସିଂ ମୀନା ,ଏସ.ପି, ଯାଜପୁର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.