ଯାଜପୁର: ଜିଲ୍ଲା ବ୍ୟାସନଗର ଠାରେ 'ଯାଜପୁର ହକି ଫେଷ୍ଟ' ଶୁକ୍ରବାର ଉଦଘାଟିତ ହୋଇଛି । ଓଡ଼ିଶାରେ ଚାଲିଥିବା ହକି ବିଶ୍ବକପର ପ୍ରଚାର ପ୍ରସାର କରିବା ପାଇଁ ଏହି ହକି ଫେଷ୍ଟର ଆୟୋଜନ କରାଯାଇଛି । ବ୍ୟାସନଗର ସ୍ଥିତ ଚାନ୍ଦମା ଖେଳ ପଡ଼ିଆରେ ଆୟୋଜିତ ହୋଇଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଅନେକ ଓଲିଉଡ଼ କଳାକାର ସାମିଲ ହୋଇ ନୃତ୍ୟ ଓ ଗୀତ ପରିବେଷଣ କରି ଦର୍ଶକଙ୍କୁ ଆକୃଷ୍ଟ କରିଛନ୍ତି । ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ୩ଦିନ ଧରି ଚାଲୁ ରହିବ ।
-
Get ready to unwind with entertainment at Jajpur Hockey Fest!
— Collector & DM, Jajpur (@dm_jajpur) January 16, 2023 " class="align-text-top noRightClick twitterSection" data="
Save the dates: 20th-22nd January, 2023
Venue: Chandama Ground, Vyasnagar
Time: 6:30pm-10:00pm@CMO_Odisha @MoSarkar5T @sports_odisha @HockeyIndiaLeag pic.twitter.com/wZH2qFcoXi
">Get ready to unwind with entertainment at Jajpur Hockey Fest!
— Collector & DM, Jajpur (@dm_jajpur) January 16, 2023
Save the dates: 20th-22nd January, 2023
Venue: Chandama Ground, Vyasnagar
Time: 6:30pm-10:00pm@CMO_Odisha @MoSarkar5T @sports_odisha @HockeyIndiaLeag pic.twitter.com/wZH2qFcoXiGet ready to unwind with entertainment at Jajpur Hockey Fest!
— Collector & DM, Jajpur (@dm_jajpur) January 16, 2023
Save the dates: 20th-22nd January, 2023
Venue: Chandama Ground, Vyasnagar
Time: 6:30pm-10:00pm@CMO_Odisha @MoSarkar5T @sports_odisha @HockeyIndiaLeag pic.twitter.com/wZH2qFcoXi
ରାଜ୍ୟସଭା ସାଂସଦ ସୁଲତା ଦେଓ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, କୋରାଇ ବିଧାୟକ ଅଶୋକ ବଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ଓ ଜିଲ୍ଲାପାଳ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଓଡ଼ିଶାରେ ଚାଲିଥିବା ହକି ବିଶ୍ବକପର ପ୍ରଚାର ପ୍ରସାର କରିବା ପାଇଁ ଏହି ହକି ଫେଷ୍ଟର ଆୟୋଜନ କରାଯାଇଛି। ଜାନୁଆରୀ ୨୦, ୨୧ ଓ ୨୨ ତାରିଖ ୩ ଦିନ ଧରି ଏହି ଉତ୍ସବ ପାଳନ କରାଯିବ। ଏହି ଉତ୍ସବ ଅବସରରେ ଗ୍ରାମୀଣ ଉତ୍ପାଦକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ORMAS ପକ୍ଷରୁ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଇଛି ।
ଏହା ବି ପଢନ୍ତୁ- ବ୍ୟାସନଗରରେ ଅନୁଷ୍ଠିତ ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଜିଲ୍ଲାର କୋଣ ଅନୁକୋଣରୁ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରୀ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ସଂଗଠନ ପାଇଁ ୫୦ଟି ଷ୍ଟଲ ଖୋଲାଯାଇଛି । ୩ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ଏହି ହକି ଫେଷ୍ଟ ଓ ପଲ୍ଲିଶ୍ରୀ ମେଳା ପ୍ରତ୍ୟେକ ଦିନ ସନ୍ଧ୍ୟା ୬.୩୦ରୁ ରାତି ୧୦.୩୦ ପର୍ଯ୍ୟନ୍ତ ଚାଲିବ। ଦର୍ଶକଙ୍କ ପାଇଁ ଭରପୁର ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆଜି ଉଦଘାଟନୀ ସମାରୋହରେ ଓଲିଉଡ଼ ସିଙ୍ଗର ଅନ୍ତରା ଚକ୍ରବର୍ତ୍ତୀ ଓ ବଲିଉଡ଼ ସିଙ୍ଗର ଆସେସ୍ କୌର ନିଜର ସଙ୍ଗୀତ ପରିବେଷଣ କରିଥିଲେ । ସ୍ଥାନୀୟ ଲୋକେ ଏହି ହକି ଫେଷ୍ଟର ଭରପୁର ମଜା ଉଠାଉଛନ୍ତି ।
ତେବେ ଏହି ହକି ଫେଷ୍ଟକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ଅନେକ ରାଜ୍ୟ ଯଥା ରାଜ୍ୟ ବାହାର କଳାକାର ଯୋଗ ଦେଇଛନ୍ତି l ତେବେ ଏହି କଳାକାରଙ୍କ ନୃତ୍ୟ ଓ ଗୀତକୁ ଉପଭୋଗ କରିବା ଲାଗି ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଦର୍ଶକ ସାମିଲ ହୋଇଛନ୍ତି l ତେବେ ଏତେ ସଂଖ୍ୟକ ଲୋକଙ୍କୁ ଦେଖି ଜିଲ୍ଲା ପୋଲିସ ପକ୍ଷରୁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, ଯାଜପୁର