ETV Bharat / state

ନବ ନିର୍ମାଣ କୃଷକ ସଂଗଠନର ସାମ୍ବାଦିକ ସମ୍ମିଳନୀ, ବିଭିନ୍ନ ସମସ୍ୟାକୁ ନେଇ ଦାବି

ଯାଜପୁରରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ରଖାଯାଇଛି ବିଭିନ୍ନ ଦାବି । ଅଧିକ ପଢନ୍ତୁ....

naba nirman krushak sangathan press meet in jajpur
ନବ ନିର୍ମାଣ କୃଷକ ସଂଗଠନର ସାମ୍ବାଦିକ ସମ୍ମିଳନୀ
author img

By

Published : Jul 26, 2020, 12:36 PM IST

ଯାଜପୁର: ଯାଜପୁର ସିଂହପୁରରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚାଷୀ ମାନଙ୍କ ଜମା ଖାତାକୁ ତୁରନ୍ତ ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷତିପୁରଣ ପ୍ରଦାନ କରିବା,ପିଏମ କିଷାନ ଯୋଜନାରେ ପ୍ରକୃତି ହିତାଧିକାରୀଙ୍କୁ କ୍ଷତିପୁରଣ ପ୍ରଦାନ କରିବା, ଖରିଫ ଏବଂ ରବି ଋତୁରେ ଚାଷୀ ଅମଳ କରିଥିବା ଧାନକୁ ବିକ୍ରି କରିବା ପାଇଁ ସରକାର ସୁଯୋଗ ସୃଷ୍ଟି କରିବା ଆଦି ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା ।

ନବ ନିର୍ମାଣ କୃଷକ ସଂଗଠନର ସାମ୍ବାଦିକ ସମ୍ମିଳନୀ

କୋରୋନା ପାଇଁ ରାଜ୍ୟ ତଥା ଦେଶ ବାହାରୁ ଆସିଥିବା ବ୍ୟକ୍ତିଙ୍କୁ କୃଷି ସହାୟତା ରାଶି ପ୍ରଦାନ କରିବା ସହିତ ସୁଯୋଗ ଦେବାକୁ ସଂଗଠନ ପକ୍ଷରୁ ମଧ୍ୟ ଦାବି କରାଯାଇଥିଲା । ବିଗତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀ ମାନଙ୍କର ହୋଇଥିବା କ୍ଷତିପୁରଣକୁ ତୁରନ୍ତ ଭରଣା କରିବାକୁ କୁହାଯାଇଥିଲା । ସଂଗଠନ ପକ୍ଷରୁ ସନାତନ ସାହୁ ଓ ଭୁବନାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ସମସ୍ତ ଦାବି ପୁରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.