ETV Bharat / state

ଯାଜପୁର ଟାଉନରେ ଯୁବକଙ୍କୁ ଗଳା କାଟି ହତ୍ୟା - ଯାଜପୁର ଟାଉନରେ ଯୁବକଙ୍କୁ ଗଳା କାଟି ହତ୍ୟା

ଯାଜପୁର ଟାଉନରେ ଯୁବକଙ୍କୁ ଗଳା କାଟି ହତ୍ୟା
ଯାଜପୁର ଟାଉନରେ ଯୁବକଙ୍କୁ ଗଳା କାଟି ହତ୍ୟା
author img

By

Published : Jul 17, 2020, 5:14 AM IST

03:51 July 17

ଯାଜପୁର ଟାଉନରେ ଯୁବକଙ୍କୁ ଗଳା କାଟି ହତ୍ୟା

ଯାଜପୁର ଟାଉନରେ ଯୁବକଙ୍କୁ ଗଳା କାଟି ହତ୍ୟା

ଯାଜପୁର: ଟାଉନ ଥାନା ଭେଲଙ୍ଗ ଗାଁରେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ । ମୃତକ ଜଣଙ୍କ ଭେଲଙ୍ଗ ଗାଁର 22 ବର୍ଷୀୟ ଟୁଟୁନ ମଲିକ ବୋଲି ଜଣାପଡିଛି । ସୂଚନା ଅନୁସାରେଗୁରୁବାର ରାତି ପ୍ରାୟ ୮ଟାରେ ମଧୁସୂଦନ ମଲିକଙ୍କ ପୁଅ ଟୁଟନ ମଲିକ ଏକ ସାଇକଲେ ଯୋଗେଁ ପେଟ୍ରୋଲ ଆଣିବା ପାଇଁ ନିକଟସ୍ଥ ପେଟ୍ରୋଲ ପମ୍ପକୁ ଯାଇଥିଲେ । ହେଲେ ସେଠାରେ କିଛି ସ୍ଥାନୀୟ ଲୋକେ ଟୁଟନଙ୍କୁ  ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ପରେ ଟୁଟନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ କିଏ ଓ କାହିଁକି ଏପରି ଘଟଣା ଘଟାଇଛି ତାହା ସ୍ପଷ୍ଟ ହୋଇନାହିଁ । ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ମୃତ ଦେହକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖାଯାଇଥିବା ବେଳେ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.