ETV Bharat / state

‘ଆମ ଗାଁ ଆମ ବିକାଶ’ ଗୃହରେ ମଦ୍ୟପଙ୍କ ଉନ୍ମତ୍ତକାଣ୍ଡ, ଚୁପ ପୋଲିସ-ପ୍ରଶାସନ - କୋରେଇ ବ୍ଲକରେ ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ

ଯାଜପୁର ଜିଲ୍ଲା କୋରେଇ ବ୍ଲକ ଖମଣ ପଞ୍ଚାୟତର ଲକ୍ଷ୍ମୀନଗର ଗାଁରେ ମଦ୍ୟପଙ୍କ ଉନ୍ମତ୍ତକାଣ୍ଡ । ଗାଁ ମଝିରେ ଥିବା ‘ଆମ ଗାଁ ଆମ ବିକାଶ’ ଘରେ ଚାଲିଛି ମଦର ଆସର ।

miscreants-capture-villages-ama-gna-ama-bikash-house-at-jajpur
‘ଆମ ଗାଁ ଆମ ବିକାଶ’ ଘରେ ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ, ଚୁପ ପୋଲିସ-ପ୍ରଶାସନ
author img

By

Published : Jun 24, 2020, 9:13 PM IST

ଯାଜପୁର: ଜିଲ୍ଲା କୋରେଇ ବ୍ଲକ ଖମଣ ପଞ୍ଚାୟତର ଲକ୍ଷ୍ମୀନଗର ଗାଁରେ ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ । ଗାଁ ମଝିରେ ଥିବା ‘ଆମ ଗାଁ ଆମ ବିକାଶ’ ଘରେ ଚାଲିଛି ମଦର ଆସର । ଏହା ପାଲଟିଛି ମଦ୍ୟପଙ୍କ ଆଡା ସ୍ଥଳୀ । ଯେଉଁ ଘରେ ଗାଁ ପାଇଁ ବୈଠକ କାର୍ଯ୍ୟ ହୋଇଥାଏ, ସେଠାରେ ବେଧଡକ ଭାବେ ଚାଲିଛି ମଦ ଓ ଗଞ୍ଜେଇର ଆସର ସହିତ ଦୁର୍ବୃତ୍ତଙ୍କ ଆଡା ।

‘ଆମ ଗାଁ ଆମ ବିକାଶ’ ଘରେ ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ, ଚୁପ ପୋଲିସ-ପ୍ରଶାସନ

ବାରମ୍ବାର ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିବାଦ କରିଥିଲେ ମଧ୍ୟ ସେମାନେ ସରପଞ୍ଚଙ୍କ ଲୋକ କହି ଧମକ ଦେଉଛନ୍ତି । ନିକଟରେ କିଛି ଯୁବକ ମଦ୍ୟପାନ କରିଥିବା ଅବସ୍ଥାରେ ସିଦ୍ଧାର୍ଥ ଶଙ୍କର ସାହୁଙ୍କ ଘର ଉପରକୁ ବୋତଲ ମାଡ କରିଥିଲେ । ରାତି ଅଧିଆ ଅତର୍କିତ ଭାବେ ମଦ ବୋତଲ ଫୋପାଡିବା ସହ ଅସଭ୍ୟ ଭାଷାରେ ଗାଳି ଗୁଳଜ ମଧ୍ୟ କରିଥିଲେ । ଏମିତିକି ସେମାନେ ଶୋଇବା ଘର ଝରକା ବାଟେ ଘର ଭିତରକୁ ମଧ୍ୟ ବୋତଲ ଫୋପାଡିଥିଲେ । ଦୁର୍ବୃତ୍ତଙ୍କ ଏପରି କାର୍ଯ୍ୟରେ ଅତିଷ୍ଠ ହୋଇ ପଡିଲେଣି ଗ୍ରାମବାସୀ । ତେବେ ଏ ସମ୍ପର୍କରେ ଯାଜପୁର ରୋଡ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ରାଜି ହୋଇନାହିଁ । ସେପଟେ ସରପଞ୍ଚଙ୍କ ସ୍ବାମୀ ଅଭିଯୋଗକୁ ଖଣ୍ଡନ କରିବା ସହିତ ରାଜନୈତିକ ବିରୋଧା ଭାବକୁ ନେଇ ଏଭଳି ଅଭିଯୋଗ ହୋଇଥିବା ସେ କହିଛନ୍ତି । ମାତ୍ର ପୋଲିସ୍ ଏ ସଂକ୍ରାନ୍ତରେ ପରସ୍ପର ବିରୋଧି ଦୁଇଟି ମାମଲା ରୁଜୁ କରି ଉଭୟ ପକ୍ଷଙ୍କୁ ନୋଟିସ୍ ଜାରି କରିଥିବା ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.