ETV Bharat / state

ନଗଡାର ନକଲ, 3 ମାସର ଶିଶୁ ଅପପୃଷ୍ଟିର ଶିକାର - jajpur News

ଦୀପ ତଳ ଅନ୍ଧାର ଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ । ଶିଳ୍ପାଞ୍ଚଳ ଉପକଣ୍ଠରେ ଥିବା ଦାନଗଦୀ ବ୍ଲକ ମନୋହରପୁର ଗାଁରେ ଅପପୃଷ୍ଟିର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି 3 ମାସର ଶିଶୁ । ଅଧିକ ପଢନ୍ତୁ...

ନଗଡାର ନକଲ
ନଗଡାର ନକଲ
author img

By

Published : Dec 21, 2020, 11:33 AM IST

ଯାଜପୁର: ଅପପୃଷ୍ଟିରେ ଶିକାର ହୋଇଥିବା 3 ମାସର ଶିଶୁ ଓ ମାନସିକ ବିକାରଗ୍ରସ୍ତ ମା’କୁ ଉଦ୍ଧାର କଲା ଯାଜପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ । କଳିଙ୍ଗନଗର ଶିଳ୍ପାଞ୍ଚଳ ଉପକଣ୍ଠରେ ଥିବା ଦାନଗଦୀ ବ୍ଲକ ମନୋହରପୁର ଗାଁର ଏହି ମା’ ଓ 3 ମାସର ଶିଶୁ ସମେତ ଅନ୍ୟ ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇ ଯାଜପୁର ରୋଡ ଏନଆରସିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ନଗଡାର ନକଲ

ଏମାନେ ଗାଁର ବେଣୁଧର ଦଳେଇଙ୍କ ପତ୍ନୀ ଓ 3 ଶିଶୁ ହୋଇଥିବାବେଳେ ବେଣୁଧର ଜଣେ ଗାଡି ଚାଳକ । ତେବେ ତାଙ୍କୁ କାମଧନ୍ଦା ମିଳୁନାହିଁ । ଫଳରେ ସେ ପରିବାରକୁ ଠିକ୍‌ ଭାବେ ପ୍ରତିପୋଷଣ କରିପାରୁନଥିବାରୁ ପରିବାରର ସ୍ଥିତି ଏପରି ହୋଇଥିବା କୁହାଯାଉଛି ।

ସେପଟେ ଏପରି ଅଭାବ ଅନଟନ ପରିବାରକୁ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିନଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଆର୍ଥିକ ଅନଟନ ଓ ଖାଦ୍ୟାଭାବ ସଙ୍କଟ ଯୋଗୁଁ ସେମାନଙ୍କର 5ଟି ପିଲା ମଧ୍ୟରୁ ଦୁଇଟି ପିଲା ଅଜାଙ୍କ ପାଖରେ ରହୁଛନ୍ତି ।

ଅନ୍ୟପଟେ ଏହି ତିନୋଟି ପିଲା ଅପପୃଷ୍ଟିର ଶିକାର ହେବା ନଗଡାର ଚିତ୍ରକୁ ଦୋହରାଉଥିବା ଚର୍ଚ୍ଚା ହେଉଛି । ତେବେ ମା’ ଓ ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ଓ ଥଇଥାନ ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.