ଯାଜପୁର: ଆଜି ପବିତ୍ର ଶିବରାତ୍ରୀ । ଏଥିପାଇଁ ପ୍ରତ୍ୟେକ ଶୈବପୀଠ ହୋଇ ଉଠିଛି ଚଳଚଞ୍ଚଳ । ସକାଳୁ ସକାଳୁ ପ୍ରତ୍ୟେକ ମନ୍ଦିରରେ ବାବାଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହିତ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଯାଜପୁରର ପ୍ରସିଦ୍ଧ ମହାବିନାୟକ, ବାବା ବରୁଣେଶ୍ବର, ଲିଙ୍ଗେଶ୍ବର ପୀଠରେ ବାବାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଛି ।
ଏହାମଧ୍ୟ ପଢନ୍ତୁ: MahaShivaratri: ମୟୂରଭଞ୍ଜର କପିଳାସ ନସ୍କୋରିଆ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ
ଦୀର୍ଘ ଦୁଇ ବର୍ଷ ପରେ କୋଭିଡ କଟକଣା ହଟିଥିବାରୁ, ଚଳିତ ବର୍ଷ ଶିବରାତ୍ରୀରେ ବାବାଙ୍କ ଦର୍ଶନର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସନ୍ଧ୍ୟାରେ ମହାଦୀପ ଉଠିବାନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ