ଯାଜପୁର: ବ୍ୟାସନଗର ପୌରପରିଷଦର ୧୧ଟି ପୂଜା ମଣ୍ଡପରେ କୋଭିଡ କଟକଣା ଭିତରେ ପୂଜା ପାଇଲେ ମା’ ଶ୍ୟାମାକାଳୀ । ପ୍ରକାଶଯୋଗ୍ୟ ଗତକାଲି (ଗୁରୁବାର) ବିଳମ୍ବିତ ରାତିରୁ ଆରମ୍ଭ ହେଇଛି ମା’ ଶ୍ୟାମା କାଳୀଙ୍କ ପୂଜା । ଯାଜପୁର ଜିଲ୍ଲାର ୧୦ଟି ବ୍ଳକ ଓ ଦୁଇଟି ପୌର ପରିଷଦରେ ପାଖାପାଖି ଶହେରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ପୂଜା ପାଇଛନ୍ତି ମା’ ଶ୍ୟାମାକାଳୀ । ତେବେ ଭକ୍ତଙ୍କ ମନରେ ଦୁଃଖ ଥିଲେ ବି ସରକାରୀ ନିୟମ ଅନୁଯାୟୀ ପ୍ରତ୍ୟକ ପୂଜା ମଣ୍ଡପରେ ୪ ଫୁଟର ମୂର୍ତ୍ତି ନିର୍ମାଣ ହେଇଥିବା ଦେଖିବା ମିଳିଛି ।
କୌଣସି ସ୍ଥାନରେ ସେପରି ସୁନ୍ଦର ତୋରଣ ଦେଖିବାକୁ ମିଳିନାହିଁ। ସେପଟେ ମନରେ ଦୁଃଖ ଥିଲେ ବି କିଛି ଭକ୍ତ ପୂଜା ମଣ୍ଡପକୁ ଆସି ମା’ଙ୍କୁ ଦର୍ଶନ କରିବା ସହିତ ଆଶିଷ ଲାଭ କରିଛନ୍ତି ।
ତେବେ ଜିଲ୍ଲାର କୋରେଇ, ବିଞ୍ଝାରପୁର, ସୁକିନ୍ଦା, ବରୀ, ଧର୍ମଶାଳା, ଦଶରଥପୁର, ଯାଜପୁର, ଦାନଗଦି, ରସୁଲପୁର ଓ ବଡଚଣା ବ୍ଳକ ବ୍ୟତିତ ବ୍ୟାସନଗର ଓ ଯାଜପୁର ପୌରପାଳିକରେ ପୂଜା ପାଇଛନ୍ତି ମା’ ଶ୍ୟାମା କାଳୀ । ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତ୍ୟକ ସ୍ଥାନରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ