ETV Bharat / state

ବ୍ୟାସନଗରରେ ଆବଦ୍ଧ ମଣ୍ଡପରେ ପୂଜା ପାଉଛନ୍ତି ମା' ଗଜଲକ୍ଷ୍ମୀ

author img

By

Published : Oct 31, 2020, 7:13 PM IST

ମା' ଗଜଲକ୍ଷ୍ମୀଙ୍କ ପୂଜାର ଦ୍ବିତୀୟ ଦିନରେ ବ୍ୟାସନଗର ବିଭିନ୍ନ ପୂଜା ମଣ୍ଡପରେ ମା'ଙ୍କ ପୂଜାର୍ଚ୍ଚନା କରାଯାଉଛି । ତେବେ କୋରୋନା କଟକଣାକୁ ପାଳନ କରି ଆବଦ୍ଧ ଗୃହ ମଧ୍ୟରେ ପୂଜାକାର୍ଯ୍ୟ ସମ୍ପନ୍ନ କରାଯାଉଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ..

Maa Gajalakshmi worshiped in enclosed mandapa at Bysanagar
ବ୍ୟାସନଗରରେ ଆବଦ୍ଧ ମଣ୍ଡପରେ ପୂଜା ପାଉଛନ୍ତି ମା' ଗଜଲକ୍ଷ୍ମୀ

ଯାଜପୁର: ପାର୍ବଣ ଋତୁରେ ପୂଜା ପାଉଛନ୍ତି ଧନଦାତ୍ରୀ ମା' ଗଜଲକ୍ଷ୍ମୀ । ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳସ୍ଥିତ ମୁଣ୍ଡମାଳ ଦୁର୍ଗାଙ୍କ ମଣ୍ଡପ ପରିସରରେ ମା'ଙ୍କ ପୂଜାର୍ଚ୍ଚନା କରାଯାଉଛି । ତେବେ କୋରୋନା କଟକଣାକୁ ପାଳନ କରି ଆବଦ୍ଧ ଗୃହରେ ମା'ଙ୍କ ପୂଜାକାର୍ଯ୍ୟ ସମ୍ପନ୍ନ କରାଯାଉଛି ।

ମା'ଙ୍କ ଆଗମନରେ ଜିଲ୍ଲାର ବ୍ୟାସନଗର ସହର ଓ ଆଖପାଖ ଅଞ୍ଚଳରେ ମା' ଲକ୍ଷ୍ମୀ ପୂଜା ଆରାଧନା ପାଇଁ ମଣ୍ଡପ ଗୁଡିକ ଚଳଚଞ୍ଚଳ ହୋଇ ଉଠିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ବାଦ୍ୟ ସଙ୍ଗୀତ ବିନା ପୂଜାକାର୍ଯ୍ୟ କରାଯାଉଛି । ଫଳରେ ସାଧାରଣ ଲୋକେ ମା'ଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ସାଜସଜ୍ଜା, ରଙ୍ଗ ବେରଙ୍ଗ ଆଲୋକମାଳା ବିନା ପୂଜା ମଣ୍ଡପ ଖାଁ ଖାଁ ଲାଗୁଛି ।

ଜିଲ୍ଲାର ବ୍ୟାସନଗର ସହର ବସଷ୍ଟାଣ୍ଡ, କଲଜେ ଛକ, ଲକ୍ଷ୍ମୀ ମାର୍କେଟ ଓ ଗ୍ୟାରେଜ ଛକ ଆଦି ଅଞ୍ଚଳରେ ଥିବା ମଣ୍ଡପରେ ମା' ଗଜଲକ୍ଷ୍ମୀଙ୍କ ପୂଜା କରାଯାଉଛି । ଭକ୍ତଙ୍କ ବିନା ପୂଜାକାର୍ଯ୍ୟ କରୁଥିବାରୁ ପୂଜା ମଣ୍ଡପର ପୂଜକଙ୍କ ସମେତ ସଦସ୍ୟମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଆଗାମୀ ବର୍ଷ କୋରୋନା କୋପରୁ ବିଶ୍ବ ଉଦ୍ଧାର ହୋଇଯାଇଥିଲେ ମା'ଙ୍କ ପୂଜାକୁ ଧୁମଧାମରେ ପାଳନ କରାଯିବ ବୋଲି ପୂଜା ମଣ୍ଡପର ସଦସ୍ୟ ଓ ସାଧାରଣ ଜନତା ଆଶା ବାନ୍ଧିଥିବା କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.