ଯାଜପୁର: ଶ୍ରମିକ କର୍ମଚାରୀଙ୍କ ବିକ୍ଷୋଭ । ଦରମା ଦାବିରେ ଶନିବାର ଶ୍ରମିକ କର୍ମଚାରୀମାନେ ଯାଜପୁର ଜିଲ୍ଲା ସ୍ଥାନୀୟ ପଙ୍କପାଳ ଛକ ନିକଟରେ ଥିବା ଠିକାସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସୂଚନା ଅନୁଯାୟୀ, ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ଟାଟାଷ୍ଟିଲ ଅଧିନ ଠିକାସଂସ୍ଥା ଜୁସକୋ କମ୍ପାନୀରେ ଗତ 4 ମାସ ହେବ କାର୍ଯ୍ୟରତ 100ରୁ ଊର୍ଦ୍ଧ୍ବ ଶ୍ରମିକଙ୍କୁ ଦରମା ମିଳିନାହିଁ । ସେପଟେ ବକେୟା ଦରମା ପଇଠ ନକରି ଚାକିରୀରୁ ମଧ୍ୟ ଅଧିକାଂଶ ଶ୍ରମିକଙ୍କୁ ରାତିଅଧିଆ ଛଟେଇ ମଧ୍ୟ କରାଯାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ।
ସେହିପରି ଅନ୍ୟାନ୍ୟ ସହାୟତା ରାଶି ମଧ୍ୟ କମ୍ପାନୀ ପକ୍ଷରୁ ପଇଠ କରାଯାଇନଥିବା ଦର୍ଶାଯାଇଛି । ଯାହାର ପ୍ରତିବାଦରେ ଶନିବାର ସ୍ଥାନୀୟ ପଙ୍କପାଳ ଛକ ନିକଟରେ ଥିବା ଠିକାସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବକେୟା ପାଉଣା ଓ ଛଟେଇ ପ୍ରତ୍ୟାହାର ଦାବିରେ ଶ୍ରମିକମାନେ ଏଠାରେ ଏକ ପ୍ରତିବାଦ ସଭା ମଧ୍ୟ କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ପୁନର୍ବାର କରାଯିବ ବୋଲି ଆନ୍ଦୋଳନକାରୀ ଶ୍ରମିକମାନେ ଚେତାବନୀ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ