ଯାଜପୁର: ଉଦ୍ଧାର ହେଲା ଅପହୃତ ହୋଇଥିବା ନାବାଳକ । ଗତକାଲି(ରବିବାର) ସନ୍ଧ୍ୟା ସମୟରେ ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ରୁଡ଼ିଆ ବ୍ରିଜ ନିକଟରୁ କାନ୍ଦୁଥିବା ଅବସ୍ଥାରେ ଏକ ୮ ବର୍ଷର ନାବାଳକ ଶିଶୁକୁ ଉଦ୍ଧାର କରିଛି ପନିକୋଇଲିର ଏକ ସାମାଜିକ ଅନୁଷ୍ଠାନ ଆମେ ବିପଦର ସାଥି ଅନୁଷ୍ଠାନ ।
ସୂଚନାନୁସାରେ ଗତକାଲି ସନ୍ଧ୍ୟାରେ ୧୦୯୮ ଚାଇଲଡ଼ ହେଲ୍ପ ଲାଇନକୁ ପାଣିକୋଇଲି ଥାନାରୁ କଲ ଆସିବା ପରେ ଥାନାରେ ପହଞ୍ଚିଥିଲେ ଚାଇଲଡ଼ ହେଲ୍ପ ଲାଇନର ସଦସ୍ୟମାନେ । ଆଇଆଇସିଙ୍କ ସୂଚନାକ୍ରମେ ବିଞ୍ଝାରପୁର ଥାନା ମାଁ ସଡା ବାଳମକୁଳି ଅଞ୍ଚଳରୁ କେହିଜଣେ ଅଜଣାବ୍ୟକ୍ତି ନାବାଳକଟିକୁ ଅପହରଣ କରି ନେଇଯାଉଥିଲା । ଶିଶୁଟି କାନ୍ଦିବାରୁ ଅପହରଣକାରୀ ପିଲାଟିକୁ ରୁଡ଼ିଆ ବ୍ରିଜ ନିକଟରେ ଛାଡି ପଳେଇଥିଲା । ତେବେ ଠିକ ସମୟରେ ଆମେ ବିପଦର ସାଥି ଗ୍ରୁପ ପହଞ୍ଚି ଶିଶୁକୁ ଉଦ୍ଧାର କରିବା ସହ ପାଣିକୋଇଲି ଥାନାରେ ଜିମା ଦେଇଥିଲେ ।
ତେବେ ଆଜି ଶିଶୁଟିର ମେଡିକାଲ ଚେକଅପ୍ ପରେ cwc ଜିମା ଦିଆଯିବ ବୋଲି ସୂଚନା ଦେଇଛନ୍ତି ଚାଇଲଡ଼ ହେଲ୍ପ ଲାଇନର ସଦସ୍ୟ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ