ଯାଜପୁର: ବନ୍ୟା ସମୟରେ ବିପନ୍ନଙ୍କୁ ଭେଟି ସହାୟତା ପ୍ରଦାନ କଲେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା। ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ କଣ୍ଟିପୁର ପଞ୍ଚାୟତର ଇଚ୍ଛାପୁର ଗାଁରେ ପହଞ୍ଚି ସେଠାରେ ବନ୍ୟା ବିପନ୍ନ ମାନଙ୍କୁ ଭେଟି ସୋମାନଙ୍କର ଭଲ ମନ୍ଦ ପଚାରି ବୁଝିଥିଲେ ରାନୀ।
ବନ୍ୟା ପରବର୍ତ୍ତି ଦୁର୍ଦ୍ଧଶାକୁ ନିଜ ଆଖିରେ ଦେଖି ନିଜକୁ ବିଶ୍ୱାସ କରି ପାରିନଥିଲେ । ଗାଁର ହନୁମାନ ମନ୍ଦିରରେ ଦର୍ଶନ ମଧ୍ୟ କରିଥିଲs ରାନୀ । ପରେ ଗାଁର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମାନଙ୍କୁ ରିଲିଫ ବଣ୍ଟନ କରିଥିଲେ । ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଭେଟି ବନ୍ୟା ସଂପର୍କରେ ଆଲୋଚନା କରି ବିଧାୟିକାଙ୍କ ପଦକ୍ଷେପକୁ ବେଶ ପ୍ରଶଂସା କରିଥିଲେ । ଅନ୍ୟପଟେ ରାନୀ ପଣ୍ଡାଙ୍କ ଭଳି କଳାକାର ବନ୍ୟା ସମୟରେ ଲୋକଙ୍କୁ ଭେଟି ସହାୟତା ପ୍ରଦାନ କରିଥିବାରୁ ବିଧାୟିକା ମଧ୍ୟ ଧନ୍ୟବାଦ ଦେଇଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ