ETV Bharat / state

ଯାଜପୁର ଛାତ୍ରଙ୍କ କମାଲ, ଉଦ୍ଭାବନ କଲେ ଓ୍ବାଇଫାଇର ବିକଳ୍ପ ଲାଇଫାଇ - କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Wi-Fi alternative: ୱାଇ ଫାଇ ଯୁଗ ସହିତ ତାଳ ଦେବାକୁ ଆସୁଛି ଲାଇଫାଇ । ବିନା ୱାଇଫାଇରେ ଚାଲିବ ଇଣ୍ଟରନେଟ୍ । ଏପରି ପ୍ରୋଜେକ୍ଟକୁ ଜାତୀୟସ୍ତରୀୟ ବିଜ୍ଞାନ ମେଳାରେ ଉପସ୍ଥାପନା କରି 5ଟି ସ୍ବର୍ଣ୍ଣ ପଦକ ହାସଲ କଲେ ଯାଜପୁରର ଛାତ୍ର ।

Etv Bharat
Etv Bharat
author img

By ETV Bharat Odisha Team

Published : Nov 24, 2023, 6:25 PM IST

ଓ୍ବାଇଫାଇର ବିକଳ୍ପ ଲାଇଫାଇ

ଯାଜପୁର: ଜାତୀୟ ସ୍ତରୀୟ ବିଜ୍ଞାନ ମେଳାରେ ଯାଜପୁର ଛାତ୍ରଙ୍କ ସଫଳତା । ଓ୍ବାଇଫାଇର ବିକଳ୍ପ ଲାଇଫାଇ ଟେକ୍ନୋଲୋଜି ପ୍ରକଳ୍ପ ଉପସ୍ଥାପନା କରି ଗୋଆରେ ଆୟୋଜିତ ଜାତୀୟସ୍ତରୀୟ ବିଜ୍ଞାନ ମେଳାରେ 5ଟି ଗୋଲ୍ଡ ମେଡାଲ ହାସଲ କରିଛନ୍ତି ଦ୍ବାଦଶ ଶ୍ରେଣୀର ଛାତ୍ର ଜ୍ଞାନରଞ୍ଜନ ମିଶ୍ର । ପ୍ରକଳ୍ପ ପ୍ରତିଯୋଗିତା ଓ ଗବେଷଣା ପାଇଁ ତାଙ୍କୁ ଏହି ମେଡାଲ ମିଳିଛି । ଯାହାକୁ ନେଇ ପରିବାର ଓ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ସ୍କୁଲର କର୍ତ୍ତୃପକ୍ଷ ମଧ୍ୟ ଜ୍ଞାନରଞ୍ଜନଙ୍କୁ ପ୍ରଶଂସା କରିଛନ୍ତି । ଏମିତିକି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କର ଜ୍ଞାନ କୌଶଳକୁ ପ୍ରଶଂସା କରିଛନ୍ତି ।

ୱାଇଫାଇର ବିକଳ୍ପ: ଇଣ୍ଟରନେଟ ଯୁଗରେ ଓ୍ବାଇଫାଇର ବ୍ୟବହାର ବୃଦ୍ଧି ହୋଇଛି । ଗୋଟିଏ ମୋବାଇଲରେ ଡାଟା ପକାଇଲେ ଓ୍ବାଇଫାଇ ସାହାଯ୍ୟରେ ଅନେକ ଲୋକ ଇଣ୍ଟରନେଟର ବ୍ୟବହାର କରିପାରୁନ୍ତି । ଏହାର ବିକଳ୍ପ ଭାବେ ସେ ଆବିଷ୍କାର କରିଛନ୍ତି ଲାଇଫାଇ । ୱାଇ ଫାଇର ବହୁଳ ବ୍ୟବହାର ହେଉଥିବା ବେଳେ ଏହା ଶରୀର ଉପରେ ୱେବ୍ ରେଡିଏସନର କୁପ୍ରଭାବ ପଡୁଛି । ଏଥିରୁ ରକ୍ଷା କରିବା ସହ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଲାଇଫାଇ ଉଦ୍ଭାବନ କରିଛନ୍ତି । ଏହା ମଣିଷ ଉପରେକୌଣସି ପ୍ରଭାବ ପକାଇବ ନାହିଁ ।

କୋଭିଡ ସମୟରୁ କରୁଛନ୍ତି ଗବେଷଣା: ଯେତେବେଳେ ସେ ନବୋଦୟ କେନ୍ଦ୍ରୀୟ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପଢ଼ୁଥିଲେ ସେତେବେଳେ କୋଭିଡ ସମୟ ଥିଲା । ସ୍କୁଲ ଯାଇ ନପାରି ଘରେ ବସି କିଛି ପୁରୁଣା ଭଙ୍ଗାରୁଜା ସାମଗ୍ରୀ ବ୍ୟବହାର କରି ଲାଇ ଫାଇ ଉପରେ ଆରମ୍ଭ କରିଥିଲେ ଗବେଷଣା । ନିରନ୍ତର ଭାବେ ଦୀର୍ଘ ଦୁଇବର୍ଷ ଘରେ ରହି ନିଜର ଅତ୍ୟାଧୁନିକ ଜ୍ଞାନ କୌଶଳରେ ସେ ଲାଇ ଫାଇ ଉପରେ ଗବେଷଣା ଏବଂ ନୂଆ ପ୍ରକଳ୍ପର ଆବିଷ୍କାର କରିବାକୁ ସକ୍ଷମ ହୋଇଛନ୍ତି ଜ୍ଞାନରଞ୍ଜନ । ଆଗାମୀ ଦିନରେ ସୂର୍ଯ୍ୟାଲୋକ ଦ୍ବାରା ଲାଇଫାଇକୁ କାର୍ଯ୍ୟକ୍ଷମ କରିବା ସମ୍ଭବ କରିବାକୁ ସେ ନିଜର ଗବେଷଣା ଜାରି ରଖିଛନ୍ତି । ୧୫୦ ଦେଶର ଛାତ୍ରଛାତ୍ରୀଙ୍କ ନେଇ ଗଠିତ ହୋଇଥିବା ଅନ୍ତର୍ଜାତୀୟ ସଂଗଠନର ମଧ୍ୟ ନେତୃତ୍ବ ନେଉଛନ୍ତି ସେ ।

ଏହା ମଧ୍ୟ ପଢନ୍ତୁ-Free Wifi: ରାଜ୍ୟର ସବୁ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ହେବ ୱାଇଫାଇ

ଉଦ୍ଭାବନକୁ ଅନ୍ତର୍ଜାତୀୟ ସ୍ବୀକୃତି: ଯାଜପୁର କୋରେଇ ବ୍ଲକ ପାଣିକୋଇଲିରେ ଥିବା ନବୋଦୟ ସ୍କୁଲର ଛାତ୍ର ଜ୍ଞାନରଞ୍ଜନ । ସେ ନବୋଦୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଛାତ୍ର । ବାପା ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ମାଆ ଗୃହିଣୀ । ତାଙ୍କର ଏହି ଉଦ୍ଭାବନକୁ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି । ଗୋଆରେ ଚଳିତ ମାସ ଆୟୋଜିତ ହୋଇଥିବା ଆଇନେକ୍ସରେ ସେ ଭାରତକୁ ପ୍ରତିନିଧିତ୍ବ କରି 5 ପଦକ ହାସଲ କରିଛନ୍ତି । ଆଇନେକ୍ସରେ ବିଶ୍ବର ବିଭିନ୍ନ ଦେଶର ଛାତ୍ରଛାତ୍ରୀ ଆଂଶ ଗ୍ରହଣ କରିଥିଲେ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଲେ ଜ୍ଞାନଙ୍କ ଦେଶ ଗର୍ବିତ: ନିଜର ଏଭଳି ଗବେଷଣାତ୍ମକ ଚିନ୍ତାଧାରା ପାଇଁ ବିଶ୍ବର ବିଭିନ୍ନ ଦେଶରୁ ମଧ୍ୟ ତାଙ୍କ ନିକଟକୁ ଆସୁଛି ନିମନ୍ତ୍ରଣ । ସରକାରୀ ସହାୟତା ଏବଂ ସହଯୋଗ ମିଳିଲେ ଏହାକୁ ବ୍ୟାପକ ଭାବରେ ବ୍ୟବହାର କରାଯାଇ ଏହାର ସଦୁପଯୋଗ କରାଯାଇପାରିବ ବୋଲି କହିଛନ୍ତି ଜ୍ଞାନରଞ୍ଜନ ବାପା । ଜ୍ଞାନରଞ୍ଜନଙ୍କ ଏହି ସଫଳତା ପାଇଁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସେପଟେ ଜ୍ଞାନରଞ୍ଜନଙ୍କ ଏଭଳି ସଫଳତା ପାଇଁ ସାରା ଭାରତ ବର୍ଷ ଗର୍ବିତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.