ETV Bharat / state

ରେଳ ବଜେଟକୁ ନେଇ ଖୁସି ନାହାନ୍ତି ଯାଜପୁରବାସୀ ! ରେଳରୋକ ଆନ୍ଦୋଳନ କଲା ସଂଗ୍ରାମ ସମିତି - 500ରୁ ଉର୍ଦ୍ଧ୍ବ ଲୋକ ଏଥିରେ ସାମିଲ ହୋଇଥିଲେ

ଯାଜପୁର ରୋଡ ରେଳଷ୍ଟେସନରେ ରେଳରୋକ ଆନ୍ଦୋଳନ । ଯାଜପୁର ରୋଡ ରେଳଷ୍ଟେସନକୁ ଡିଭିଜନ ଭାବେ ଘୋଷଣା ଦାବିରେ ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଆନ୍ଦୋଳନ। ଅଧିକ ପଢ଼ନ୍ତୁ

ଯାଜପୁର ରୋଡ ରେଳଷ୍ଟେସନରେ ରେଳରୋକ ଆନ୍ଦୋଳନ
ଯାଜପୁର ରୋଡ ରେଳଷ୍ଟେସନରେ ରେଳରୋକ ଆନ୍ଦୋଳନ
author img

By

Published : Feb 8, 2023, 10:30 AM IST

ଯାଜପୁର ରୋଡ ରେଳଷ୍ଟେସନରେ ରେଳରୋକ ଆନ୍ଦୋଳନ

ଯାଜପୁର: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ ଉପସ୍ଥାପନା ପରେ ରାଜ୍ୟରେ ବଜେଟକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଖାସ କରି ରେଳ ବଜେଟକୁ ନେଇ ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ମୁଣ୍ଡ ଟେକିବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ, ମିଳିତ ଟ୍ରେଡ ୟୁନିୟନ ଏବଂ ରେଳ ସଂଗ୍ରାମ ସମିତି ପକ୍ଷରୁ ଯାଜପୁର ରୋଡ ରେଳଷ୍ଟେସନରେ ରେଳରୋକ ଆନ୍ଦୋଳନ ।

ଯାଜପୁର ରୋଡ-ଧାମରା ରେଳପଥ ନିର୍ମାଣ, ଯାଜପୁର ରୋଡ ଚୂନଭାଟି ନିକଟରେ ଓଭରବ୍ରିଜ ନିର୍ମାଣ, ଯାଜପୁର ରୋଡ ରେଳଷ୍ଟେସନକୁ ଡିଭିଜନ ଭାବେ ଘୋଷଣା କରି ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ସମସ୍ତ ଦୃତଗାମୀ ଟ୍ରେନର ରହଣି ଆଦି ବିଭିନ୍ନ ଦାବିରେ ଯାଜପୁର ରୋଡ-ଧାମରା ରେଳପଥରେ ସଂଗ୍ରାମ ସମିତି ପକ୍ଷରୁ ଯାଜପୁର ରୋଡ ରେଳଷ୍ଟେସନରେ ରେଳରୋକ କରାଯାଇଥିଲା ।

ସଂଗ୍ରାମ ସମିତିର ଆବାହକ ସନ୍ତୋଷ ଦାସଙ୍କ ନେତୃତ୍ବରେ ବିଭିନ୍ନ ରାଜନୈତିକ ଦଳ ଓ ଟ୍ରେଡ ୟୁନିୟନର ନେତୃତ୍ବ ମାନେ ସାମିଲ ହୋଇଥିଲେ। ପୂର୍ବତନ ସାଂସଦ ତଥା ସଂଗ୍ରାମ ସମିତି ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ଶ୍ରମିକ ନେତା ମାୟାଧର ନାୟକ, ପ୍ରଫୁଲ୍ଲ ନାୟକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ତଥା ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡା ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ । ବିଭିନ୍ନ ଦଳ ଏବଂ ଟ୍ରେଡ ୟୁନିୟନରୁ 500ରୁ ଊର୍ଦ୍ଧ୍ବ ଲୋକ ଏଥିରେ ସାମିଲ ହୋଇଥିଲେ ।

ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାକୁ କଳିଙ୍ଗ ନଗରରେ କାର୍ଯ୍ୟ କରିବାକୁ ପ୍ରତ୍ୟକ ଦିନ ହଜାର ହଜାର ଯାତ୍ରୀ ଯିବା ଆସିବା କରୁଛନ୍ତି । ଫଳରେ ଏହି ରେଳ ଷ୍ଟେସନର ବିକାଶ ଉଦ୍ଦେଶ୍ୟରେ ଅନେକ ସଂଗଠନ ଠାରୁ ଆରମ୍ଭ କରି ରାଜନେତା ରେଳ ମନ୍ତ୍ରାଳୟ ନିକଟରେ ଦାବି କରିଛନ୍ତି । ତେବେ ବିଶେଷ ଭାବରେ ଏହି ରେଳ ଷ୍ଟେସନକୁ ଡିଭିଜନ କରିବାକୁ ଅନେକ ବାର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ରେଳମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ ।

ମାତ୍ର ଏହି ବଜେଟରେ ଗୃହୀତ ନ ହେବାରୁ କ୍ଷୋଭ ପ୍ରକାଶ କରିବା ସହିତ ପୁନଶ୍ଚ ଦୃଷ୍ଟି ଦେବାକୁ ଦାବି ସେ କରିଛନ୍ତି । ତେବେ ଓଡ଼ିଶା ସରକାରଙ୍କୁ ଦାବି ଠାରୁ ଅଧିକା ଅନୁଦାନ ଦିଆଯାଇଥିବା ସୂଚନା ଦେଇଥିଲେ ରେଳମନ୍ତ୍ରୀ । ରାଜ୍ୟ ସରକାର ଏଥର ରେଳ ବଜେଟରେ ୮ ହଜାର ୪୦୦ କୋଟି ଟଙ୍କା ମାଗିଥିବା ବେଳେ କେନ୍ଦ୍ର ସରକାର ୧୦ ହଜାର ୧୨ କୋଟି ଟଙ୍କା ଅନୁଦାନ ମିଳିଥିବା ରେଳମନ୍ତ୍ରୀ କହିଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.