ଯାଜପୁର: ଦୀର୍ଘ ଦିନର କୋଭିଡ କଟକଣା ପରେ ଚଳିତ ବର୍ଷ ୩୫ତମ ପୋଲିସ ମେଳଣ ଉତ୍ସବ ଉଦଯାପିତ। ଯାଜପୁର ଜିଲ୍ଲା କୋରେଇ ପୋଲିସ ଦ୍ୱାରା ସାଦକପୁର ମେଲଣ ପଡ଼ିଆରେ ଆୟୋଜିତ ୩୫ତମ ପୋଲିସ ମେଳଣ ଉତ୍ସବ ଉଦଯାପିତ ହେଇଯାଇଛି । ଆଜି କୋରେଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ମୁନୁସୀ ମେଲଣରେ ଜିଲ୍ଲାର ବିଭିନ୍ନ ଆଡୁ ପାଖାପାଖି ୧୦ରୁ ଉର୍ଦ୍ଧ୍ବ ଦୋଳ ବିମାନ ଆସି ଥାନା ପରିସରରେ ପହଞ୍ଚିଥିଲା। ତେବେ ଦେଖଣାହାରୀଙ୍କ ପ୍ରବଳ ଭିଡ ଥାନା ପରିସରରେ ଦେଖିବାକୁ ମିଳିଥିଲା।
ଥାନା ଅଧିକାରୀ ରଞ୍ଜିତ ମହାନ୍ତି ଠାକୁରଙ୍କ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଏହାପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଦୋଳ ବିମାନଗୁଡିକ ଘଣ୍ଟ ଓ ହରିବୋଲରରେ ଗାଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଇଥିଲା। ପୋଲିସ ଉଦ୍ୟମରେ ଚଳିତ ଥର ପୋଲିସ କାର୍ଯ୍ୟାଳୟରୁ ବିମାନ ବାହାରି ସାଦକପୁର ମେଳଣ ପଡ଼ିଆରେ ପହଞ୍ଚିଥିଲେ ହୋରିଆ ମାନେ। ଏହି ମେଳଣ ଉତ୍ସବ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ବିଶେଷ ଭାବରେ ଯୁବତୀଙ୍କ ଆଧୁନିକ ନାଚ ଲୋକଙ୍କୁ ଆକୃଷ୍ଟ କରିଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ