ଯାଜପୁର: ବିଦ୍ୟାଳୟରୁ ଚୋରି ଉଦ୍ୟମ ଘଟଣାରେ ସୂଚନାଦାତାଙ୍କୁ ହତ୍ୟା ଧମକ । ଯାଜପୁର ମଙ୍ଗଳପୁର ଥାନା ଅଧିନ କୟାଁପଞ୍ଚାୟତ ଦୁବକଣସ୍ଥିତ ଜୟଚଣ୍ଡି ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି ଘଟଣାରେ ସୂଚନାଦାତା ସୁଶାନ୍ତ କୁମାର ଜେନାଙ୍କୁ ହତ୍ୟା ଧମକ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ସୂଚନା ମୁତାବକ ଗତ 11 ତାରଖରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଚୋରି ହେବା ସମୟରେ ସୁଶାନ୍ତ ଦେଖି ପୋଲିସ ଖବର ଦେଖଥିଲେ । ଏନେଇ ମଙ୍ଗଳପୁର ପୋଲିସ ଜଣେ ଚୋରକୁ ଧରିବା ସହ ବ୍ୟବହୃତ ହୋଇଥିବା ଗାଡ଼ି ଜବତ କରିଥିଲା । ଚୋରି ଘଟଣାର ଫେରାର ହୋଇଥିବା ଅନ୍ୟ ସହଯୋଗୀଙ୍କୁ ପୋଲିସ ଅନୁସନ୍ଧାନ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ଏହି ଘଟଣାକୁ ନେଇ ଗିରଫ ହୋଇଥିବା ପ୍ରତାପ ରାୟଙ୍କ ପରିବାର ଲୋକେ ସୂଚନାଦାତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ସୁଶାନ୍ତ ଏ ନେଇ ମଙ୍ଗଳପୁଚର ଥାନାରେ ଲିଖିତ ଅିଯୋଗ କରିଛନ୍ତି । ତାଙ୍କୁ ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ