ETV Bharat / state

ଯାଜପୁରରେ ବଧୂହତ୍ୟା ମାମଲାରେ ସ୍ବାମୀ ଓ ଶାଶୁକୁ ଆଜୀବନ ଜେଲ୍

ଯୌତୁକ ପାଇଁ ବୋହୂକୁ ପୋଡି ମାରିବା ଘଟଣାରେ ସ୍ବାମୀ ଓ ଶାଶୁକୁ ଆଜୀବନ ଜେଲ୍ । ୨୦୧୯ରେ ଯାଜପୁର ଜାଳଦା ଗ୍ରାମରେ ଘଟିଥିବା ଏହି ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ବଧୂହତ୍ୟା ମାମଲାରେ ସ୍ବାମୀ ଓ ଶାଶୁକୁ ଆଜୀବନ ଜେଲ୍

author img

By

Published : Mar 22, 2023, 11:18 AM IST

ବଧୂହତ୍ୟା ମାମଲାରେ ସ୍ବାମୀ ଓ ଶାଶୁକୁ ଆଜୀବନ ଜେଲ୍

ଯାଜପୁର: ଯୌତୁକ ଲୋଭରେ ଯାଜପୁରରେ ବୋହୂକୁ ପୋଡି ମାରିବା ଘଟଣା । ଜେଲ୍ ଗଲେ ସ୍ବାମୀ ଓ ଶାଶୁ । ୨୦୧୯ରେ ଯାଜପୁର ଜିଲ୍ଲା ଜଳଦା ଗ୍ରାମରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଥିଲା । ମୃତ ମହିଳା ଥିଲେ ଲିପ୍ସିତା ସାହୁ । ସ୍ବାମୀ ସୁରେଶ ସାହୁ ଓ ଶାଶୁ ଚଞ୍ଚଳା ସାହୁ ତାଙ୍କୁ ଯୌତୁକ ପାଇଁ ପୋଡି ହତ୍ୟା କରିଥିଲେ । ମଙ୍ଗଳବାର ଯାଜପୁର ରୋଡ କୋର୍ଟରେ ଏହି ମାମଲାର ଶୁଣାଣି ହୋଇ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ ଦଣ୍ଡ ମିଳିଛି । ଦୌରାଜଜ ହୃଷିକେଶ ଆଚାର୍ଯ୍ୟ ଲିପ୍ସିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ୧୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଉଭୟଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଥାଉ କି, ଭଣ୍ଡାରୀ ପୋଖରୀ ଥାନା ଦକ୍ଷିଣବାଡ ଗ୍ରାମର ବିଳାସ ଦାସଙ୍କ ଝିଅ ଲିପ୍ସିତା ଜଳଦା ଗ୍ରାମର ଶତୃଘନ ସାହୁଙ୍କ ପୁଅ ସୁରେଶଙ୍କୁ ବିବାହ କରିଥିଲେ । ୨୦୧୯ ମସିହା ଅକ୍ଟୋବର ୨୩ ତାରିଖରେ ଲିପ୍ସିତାଙ୍କ ମୃତ୍ୟୁ ଘଟିଥିଲା । ତେବେ ଶାଶୁଘର ଲୋକେ ଅଧୂକ ଯୌତୁକ ଦାବିରେ ଝିଅକୁ ନିଆଁ ଲଗାଇ ପୋଡି ମାରିଦେଇଥିବା କୋରେଇ ଥାନାରେ ତାଙ୍କର ବାପଘର ଲୋକେ ଅଭିଯୋଗ କରିଥିଲା । ଅଭିଯୋଗ ଆଧାରରେ କୋରେଇ ପୋଲିସ ମାମଲା ରୁଜୁ କରି କରି ସ୍ବାମୀ ସୁରେଶ ଓ ଶାଶୁ ଚଞ୍ଚଳା ସାହୁଙ୍କୁ ଗିରଫ କରି ୨୩୭/୧୯ ମାମଲାରେ କୋର୍ଟ ଚାଲାଣ କରିଥିଲା ।

ଏହାମଧ୍ୟ ପଢନ୍ତୁ: ରାଜ୍ୟରେ ଅଣ ସଂଗଠିତ କର୍ମଚାରୀଙ୍କୁ ଚିହ୍ନଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଗତକାଲି (ମଙ୍ଗଳବାର) ଯାଜପୁର ରୋଡ କୋର୍ଟରେ ଏହି ବଧୂହତ୍ୟା ମାମଲାର ଶୁଣାଣି ହୋଇଛି । ଦୌରାଜଜ ବିଚାରପତି ହୃଷିକେଶ ଆଚାର୍ଯ୍ୟ ଲିପ୍ସିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ୧୯ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ସ୍ବାମୀ ଓ ଶାଶୁଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଦୁଇ ଆସାମୀଙ୍କୁ ରଗଡି ଜେଲ୍‌ ପଠାଇ ଦିଆଯାଇଛି । ଅଭିଯୁକ୍ତଙ୍କ ପକ୍ଷରୁ ଦେବକାନ୍ତ ସାହୁ ଏବଂ କିଶୋର ଚନ୍ଦ୍ର କର ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ନିନେନ୍ଦୁ ରଞ୍ଜନ ଦାସ ଓ ରଜତ କୁମାର ରାଉତ ପରିଚାଳନା କରୁଥିଲେ ।

ଏହାମଧ୍ୟ ପଢନ୍ତୁ: World Water Day: ଜଳ ହିଁ ଜୀବନ, ବାଲୁକା ଚିତ୍ରକଳାରେ ଜଳ ସଂରକ୍ଷଣ ବାର୍ତ୍ତା

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.