ଯାଜପୁର: ପ୍ରେମରେ ଧୋକା ଖାଇ ଭୁବନେଶ୍ବରରୁ ଆସି ଯାଜପୁରରେ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଲେ ପ୍ରେମିକା । କୋରାଇ ଥାନା ରଗଡି ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଭୁବନେଶ୍ୱର ଜାଗମରା ଅଞ୍ଚଳର ଜୈନିକା ଯୁବତୀ ରଗଡି ଅଞ୍ଚଳର ଜଣେ ଯୁବକଙ୍କୁ ଦୀର୍ଘ ୧ ବର୍ଷ ଧରି ଭଲ ପାଉଥିଲେ । ତେବେ ଯୁବକ ଜଣକ ପ୍ରେମିକାଙ୍କୁ ଧୋକା ଦେଇ ଯାଜପୁର ପଳାଇ ଆସିଥିବା ଅଭିଯୋଗ କରିଛନ୍ତି ଧାରଣାରତ ପ୍ରେମିକା ।
ତେବେ ଇତି ମଧ୍ଯରେ ଅନେକ ଦିନ ବିତିଯାଇଥିଲେ ସୁଦ୍ଧା ଯୁବକ ଜଣକ ନିଜ ପ୍ରେମିକାଙ୍କ ଫୋନ ଉଠାଇ ନଥିବା ଯୁବତୀ ଅଭିଯୋଗ କରିଛନ୍ତି । ଯୁବକ ଜଣକ ଅନେକ ଦିନ ଧରି ଫେରାର ରହିବା ସହିତ ଯୁବତୀଙ୍କ ଫୋନ ଉଠାଉ ନାହାନ୍ତି ।
ଶେଷରେ ବାଧ୍ୟ ହୋଇ ଯୁବତୀ ଜଣକ ରଗଡି ଛକରେ ଥିବା ଯୁବକଙ୍କ ଘର ସମ୍ମୁଖରେ ନ୍ୟାୟ ଦାବିରେ ଧାରଣା ଦେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ କୋରେଇ ପୋଲିସ ଯୁବତୀଙ୍କୁ ବୁଝାସୁଝା କରୁଥୁବା ଦେଖିବାକୁ ମିଳିଛି ।
ଯାଜପୁରରେ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ