ଯାଜପୁର: ଗତ ସପ୍ତାହେ ବ୍ୟାପି ଯାଜପୁରରେ ଲାଗିରହିଛି ବନ୍ୟା ସ୍ଥିତି । ବ୍ରାହ୍ମଣୀ, ବୈତରଣୀ ଏବଂ ଖରସ୍ରୋତା ନଦୀରେ ହ୍ରାସ ପାଇବା ପରେ ଜିଲ୍ଲାରେ ଧିରେ ଧିରେ ସୁଧୁରୁଛି ବନ୍ୟା ପରିସ୍ଥିତି । ହେଲେ ଏବେ ବି ବରୀ ଓ ବଡଚଣା ବ୍ଲକର ତଳିଆ ଅଞ୍ଚଳରେ ଅନେକ ଗୁଡିଏ ଗାଁ ପାଣିଘେରରେ ରହିଛି । ଦଶରଥପୁର, ବିଞ୍ଛାରପୁର, ରସୁଲପୁର ଓ କୋରାଇ ଅଞ୍ଚଳରେ ବନ୍ୟା ଛାଡିଥିଲେ ମଧ୍ୟ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ଏସବୁ ଅଞ୍ଚଳରେ ବିପନ୍ନ ମାନେ ଆଶ୍ରୟ ସ୍ଥଳୀରୁ ଫେରିବା ପରେ ଘର ସଜାଡିବାରେ ଲାଗି ପଡିଛନ୍ତି । ସେପଟେ ପ୍ରଶାସନ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାଣି ଛାଡିଥିବା ଅଞ୍ଚଳକୁ ଗାଡି ଯୋଗେ ବୁହାଚାଲିଛି ରିଲିଫ୍ । ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରୁଛନ୍ତି । ଜିଲ୍ଲାପାଳ ନିଜେ ବୋଟ୍ ଯୋଗେ ବନ୍ୟାଞ୍ଚଳକୁ ଯାଇ ଲୋକଙ୍କ ଭଲମନ୍ଦ ବୁଝୁଛନ୍ତି ।
ଯାଜପୁରର ବରୀ ଓ ବଡଚଣା ବ୍ଲକରେ ଏବେ ବି ଅନେକ ତଳିଆ ଅଞ୍ଚଳର ଗାଁ ପାଣିଘେରରେ ରହିଛନ୍ତି । ବ୍ରାହ୍ମଣୀ, ବୈତରଣୀ ଏବଂ ଖରସ୍ରୋତା ନଦୀରେ ହ୍ରାସ ପାଇବା ପରେ ଦଶରଥପୁର, ବିଞ୍ଛାରପୁର, ରସୁଲପୁର ଓ କୋରାଇ ଅଞ୍ଚଳରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ତେବେ ବନ୍ୟାଞ୍ଚଳର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଅନେକ ଲୋକ ଏବେ ବି ପାଣିଘେରରେ ରହିଛନ୍ତି ।ବନ୍ୟାରେ ଜିଲ୍ଲାର 10ଟି ବ୍ଲକର ପ୍ରାୟ 10ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । କିଛି ଲୋକ ପାଣି ଛାଡିବା ପରେ ଘରକୁ ଫେରି ନିଜ ଘର ସଜାଡିବାରେ ଲାଗିପଡିଛନ୍ତି । ଚଳିତ ବନ୍ୟାରେ ଅନେକ ଫସଲ ଓ ପନିପରିବା ନଷ୍ଟ ହୋଇଯାଇଛି । ଅନେକ ବିପନ୍ନ ପରିବାର ବାସହରା ହୋଇଛନ୍ତି । ପାଣିଘେରରେ ଥିବା ବିପନ୍ନ ଲୋକଙ୍କୁ ତୁରନ୍ତ ରିଲିଫ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ଅଞ୍ଚଳର ଲୋକେ ଦାବି ଜଣାଇଛନ୍ତି ।
ବନ୍ୟା ପ୍ରଭାବରେ ପ୍ରାୟ ସପ୍ତାହେ ହେଲାଣି ବନ୍ୟାଞ୍ଚଳ ଲୋକେ ନାକେଦମ ହୋଇଗଲେଣି । ସେପଟେ ପ୍ରଶାସନ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରିରହିଛି । ପ୍ରଶାସନ ଦ୍ବାରା ପାଣି ଛାଡିଥିବା ଅଞ୍ଚଳକୁ ଗାଡି ଯୋଗେ ବୁହାଚାଲିଛି ରିଲିଫ । କେତେକ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ରିଲିଫ ସାମଗ୍ରୀ ବାଣ୍ଟୁଛନ୍ତି । ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରୁଛନ୍ତି । ଜିଲ୍ଲାପାଳ ନିଜେ ବୋଟ୍ ଯୋଗେ ବନ୍ୟାଞ୍ଚଳକୁ ଯାଇ ଲୋକଙ୍କ ଭଲମନ୍ଦ ବୁଝୁଛନ୍ତି । 224ଟି କ୍ୟାମ୍ପରେ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ପ୍ରଶାସନ ପକ୍ଷରୁ ଦୁର୍ଗମ ଅଞ୍ଚଳକୁ ଆସ୍କା ଲାଇଟ ଯୋଗାଇ ଦେବା ସହ ପାନୀୟଜଳ, ସ୍ବାସ୍ଥ୍ୟ ଓ ଗମନାଗମନର ସୁବିଧା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗିପଡିଛନ୍ତି ଯନ୍ତ୍ରୀ-ଅଧିକାରୀ ।
ବନ୍ୟା ପରିସ୍ଥିତିରେ କିଛିଟା ସୁଧାର ଆସିଥିଲେ ହେଁ ବିପନ୍ନ ପରିବାରଙ୍କ ଦୁଃଖଦୁର୍ଦ୍ଦଶା ବଢିବାରେ ଲାଗିଛି । ସେଥିପାଇଁ ଚାରିଆଡେ ଖେଳିଯାଇଛି ହାହାକାର । ତେବେ ତୁରନ୍ତ କିପରି ବିପନ୍ନ ଲୋକଙ୍କ ଘରେ ରିଲିଫ ଓ ଅନ୍ୟାନ୍ୟ ସରକାରୀ ସହାୟତା ପହଞ୍ଚିପାରିବ ତାହା ହିଁ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ