ETV Bharat / state

ନାକେଦମ କଲାଣି ଦନ୍ତା, ଆତଙ୍କିତ 3 ବ୍ଲକ - ଯାଜପୁରରେ ହାତୀ ଉପଦ୍ରବ

ଯାଜପୁର ଜିଲ୍ଲାର ଦାନଗଦୀ, କୋରାଇ ଓ ରସୁଲପୁର ବ୍ଲକର ପୃଥକ ପୃଥକ ସ୍ଥାନରେ ଦେଖିବାକୁ ମିଳିଛି ଜଙ୍ଗଲୀ ଦନ୍ତା ହାତୀର ଉପଦ୍ରବ । ହାତୀ ଆତଙ୍କରେ 5 ଜଣ ଆହତ ହେଲେଣି । ଫଳରେ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଚହଳ ପକେଇଛି ହାତୀ ଉପଦ୍ରବ, କ୍ଷତି ସହୁଛନ୍ତି ଚାଷୀ
ଚହଳ ପକେଇଛି ହାତୀ ଉପଦ୍ରବ, କ୍ଷତି ସହୁଛନ୍ତି ଚାଷୀ
author img

By

Published : Jan 23, 2020, 6:43 PM IST

ଯାଜପୁର: ହାତୀ ଉପଦ୍ରବରେ ଲୋକେ ଆତଙ୍କିତ । ହାତୀ ପାଇଁ ଗାଁରେ ଚାଲିଛି ହୋ-ହଲ୍ଲା । ପିଲାଠୁ ବୁଢା ସମସ୍ତେ ଭୟଭୀତ । ଯାଜପୁର ଜିଲ୍ଲାର ଦାନଗଦୀ, କୋରାଇ ଓ ରସୁଲପୁର ବ୍ଲକର ପୃଥକ ପୃଥକ ସ୍ଥାନରେ ଦେଖିବାକୁ ମିଳିଛି ଦନ୍ତା ହାତୀର ଉପଦ୍ରବ । ପ୍ରାୟ ସପ୍ତାହେ ଧରି ବିଭିନ୍ନ ସ୍ଥାନରେ ଉପଦ୍ରବ ଜାରି ରଖିଛି ଦନ୍ତା । ଯାଜପୁର ଓ କେନ୍ଦୁଝର ସୀମାନ୍ତରେ ଥିବା ଜଙ୍ଗଲରୁ ଖସିଆସି ଜନବସତି ଆଡକୁ ପଶି ଆସିଥିଲା ଏହି ଦନ୍ତା । ତିନି ଦିନ ତଳେ ଦାନଗଦୀ ବ୍ଲକ୍ ବେଣାପାଟିଆ ଗାଁରେ ହାତୀ ଆକ୍ରମଣରେ ଜଣେ ଆଦିବାସୀ ପ୍ରାଣ ହରାଇଥିଲେ । କେବଳ ସେ ଜଣେ ନୁହଁନ୍ତି ହାତୀ ଆକ୍ରମଣରେ ପୃଥକ ପୃଥକ ସ୍ଥାନରେ 5 ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି ।

ଚହଳ ପକେଇଛି ହାତୀ ଉପଦ୍ରବ, କ୍ଷତି ସହୁଛନ୍ତି ଚାଷୀ

ସେହିପରି ବୁଧବାର ରାତିରେ ହାତୀଟି କୋରାଇ ବ୍ଲକ ରଗଡି କୋରବନ୍ଦୀ ଅଞ୍ଚଳରେ ପଶି ଉପଦ୍ରବ ଚଳାଇଥିଲା । ସେ ପ୍ରାୟ 25 କିଲୋମିଟର ଦୀର୍ଘ ରାସ୍ତା ଅତିକ୍ରମ କରି ଖରସ୍ରୋତା ନଦୀ ପାରହୋଇ ଆଜି ରସୁଲପୁର ବ୍ଲକର ନଦୀକୂଳ ଅଞ୍ଚଳରେ ପଶିଯଇଛି । ହାତୀଟି ଫସଲ କିଆରିରେ ପଶି ବ୍ୟାପକ ପନିପରିବା ଫସଲ ନଷ୍ଟ କରିଛି । ଲୋକଙ୍କୁ ସୁରକ୍ଷା ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ସେପଟେ ହାତୀ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଗୁରୁବାର ସକାଳେ ଏହି ଦନ୍ତାଟି ରସୁଲପୁର ବ୍ଲକର ଖରସ୍ରୋତା ନଦୀ ତଟରେ ଥିବା ଗାଁ ମାନଙ୍କରେ ପଶି ଉପଦ୍ରବ ଚଳାଇଥିଲା । ଦନ୍ତାଟି ଚାଷଜମିରେ ପଶି ବ୍ୟାପକ ଧାନ, ବିରି, ମୁଗ ଓ ପନିପରିବା ଫସଲ ନଷ୍ଟ କରିଛି । ଏଥିସହ ଗାଁରେ ପଶି ଭଙ୍ଗାରୁଜା ମଧ୍ୟ କରିଛି । ହାତୀ ଉପଦ୍ରବରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଯାହାକୁ ନେଇ ଚାଷୀ ହତୋତ୍ସାହିତ ହୋଇ ଦୁଃଖରେ ଭାଙ୍ଗିପଡିଛନ୍ତି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ବନବିଭାଗ ନିକଟରେ ଦାବି ଜଣାଇଛନ୍ତି ।

ସେପଟେ ବନବିଭାଗ ଦ୍ବାରା ହାତୀକୁ ବାଇନାକୁଲାର ସହାୟତାରେ ଠାବ କରାଯାଇ ଜଙ୍ଗଲକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି । ପ୍ରଚାର ମଧ୍ୟମରେ ଲୋକମାନଙ୍କୁ ମଧ୍ୟ ସତର୍କ ଓ ସଚେତନ କରାଯାଉଛି । ଏଥିସହ ବିଭିନ୍ନ ସ୍ଥାନରେ ରାତି ପ୍ୟାଟ୍ରୋଲିଂ ମଧ୍ୟ କରାଯାଉଛି । ତେବେ ହାତୀଟି ଏ ଯାଏଁ ଜଙ୍ଗଲକୁ ଫେରିବା ନାଁ ଧରୁନାହିଁ । ଅନ୍ୟପଟେ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।

ରସୁଲପୁର ବ୍ଲକର ଏହି ନଦୀକୂଳ ଅଞ୍ଚଳରେ ବଣୁଆ ହାତୀ ଦେଖାଯିବା ଘଟଣା ବିରଳ ଅଟେ । ମାତ୍ର ପ୍ରଥମଥର ପାଇଁ ଏ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଯାଇଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ତୁରନ୍ତ ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ହାତୀକୁ ଜଙ୍ଗଲକୁ ଫେରାଇ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-elephant_fear
format-pkg
reporter-Gyanaranjan ojha
place-jajpur
date-23.01.20
Anchor---ହାତୀ ଉପଦ୍ରବରେ ଲୋକେ ଆତଙ୍କିତ । ଗତ ପ୍ରାୟ ସପ୍ତାହେ ଧରି ହାତୀଟି ବିଭିନ୍ନ ସ୍ଥାନରେ ଉପଦ୍ରବ ଜାରି ରଖିଛି । ହାତୀଟି ଯାଜପୁର ଏବଂ କେଉଁଝର ସୀମାନ୍ତରେ ଥିବା ଜଙ୍ଗଲରୁ ଖସିଆସି ଜନବସତି ଆଡକୁ ପଶି ଆସିଥିଲା । ତିନି ଦିନ ତଳେ ଦାନଗଦୀ ବ୍ଲକ୍ ବେଣାପାଟିଆ ଗାଁରେ ହାତୀ ଆକ୍ରମଣରେ ଜଣେ ଆଦିବାସୀ ବ୍ୟକ୍ତି ପ୍ରାଣ ହରାଇଥିଲେ । ହାତୀ ଆକ୍ରମଣରେ ପୃଥକ ପୃଥକ ସ୍ଥାନରେ 5ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଛନ୍ତି । ଗତକାଲି ରାତିରେ ହାତୀଟି କୋରାଇ ବ୍ଲକ ରଗଡି କୋରବନ୍ଦୀ ଅଞ୍ଚଳରେ ପଶି ଉପଦ୍ରବ ଚଳାଇଥିଲା । ଏହା ପ୍ରାୟ 25 କିଲୋମିଟର ଦୀର୍ଘ ରାସ୍ତା ଅତିକ୍ରମ କରି ଖରସ୍ରୋତା ନଦୀ ପାରହୋଇ ଆଜି ରସୁଲପୁର ବ୍ଲକର ନଦୀକୂଳ ଅଞ୍ଚଳରେ ପଶିଯଇଛି । ହାତୀଟି ଫସଲ କିଆରିରେ ପଶି ବ୍ୟାପକ ପନିପରିବା ଫସଲ ନଷ୍ଟ କରିଛି । ଲୋକଙ୍କୁ ସୁରକ୍ଷା ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବୀ ହୋଇଛି । ସେପଟେ ହାତୀ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।
Body:vo-01--ଚାରିଆଡେ ହାତୀ ଆତଙ୍କ । ହାତୀ ଦେଖି ଚାଲିଛି ହୋ ହଲ୍ଲା । ପିଲା ଠୁଁ ବୁଢା ସମସ୍ତେ ଭୟଭିତ । ଯାଜପୁର ଜିଲ୍ଲାର ଦାନଗଦୀ, କୋରାଇ ଓ ରସୁଲପୁର ବ୍ଲକର ପୃଥକ ପୃଥକ ସ୍ଥାନରେ ଦେଖିବାକୁ ମିଳିଛି ଜଙ୍ଗଲୀ ଦନ୍ତା ହାତୀର ଉପଦ୍ରବ । ଗତ ପ୍ରାୟ ସପ୍ତାହେ ହେବ ଜଙ୍ଗଲରୁ ଏକ ଦନ୍ତା ହାତୀ ଖାଦ୍ୟ ଅନ୍ବେଷଣରେ ଖସି ପଳାଇ ଆସିଥିବା ଜଣାପଡିଛି । ଆଜି ସକାଳେ ହାତୀଟି ରସୁଲପୁର ବ୍ଲକର ଖରସ୍ରୋତା ନଦୀ ତଟରେ ଥିବା ଗାଁ ମାନଙ୍କରେ ପଶି ଉପଦ୍ରବ ଚଳାଇଛି । ଏହା ଚାଷଜମିରେ ପଶି ବ୍ୟାପକ ଧାନ, ବିରି, ମୁଗ ଓ ପନିପରିବା ଫସଲ ନଷ୍ଟ କରିଛି । ଏଥିସହ ଗାଁରେ ପଶି ଭଙ୍ଗାରୁଜା ମଧ୍ୟ କରିଛି । ହାତୀ ଉପଦ୍ରବରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଯାହାକୁ ନେଇ ଚାଷୀ ହତୋତ୍ସାହିତ ହୋଇ ଦୁଃଖରେ ଭାଙ୍ଗିପଡିଛନ୍ତି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ବନବିଭାଗ ନିକଟରେ ଦାବୀ ଜଣାଇଛନ୍ତି ।
bite-01--ବାବୁଲା ବେହେରା, ପ୍ରତ୍ୟେକ୍ଷ ଦର୍ଶୀ(ଏହି ବ୍ୟକ୍ତି ଜଣକ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଥିଲେ)
bite-02--ରମେଶ ଚନ୍ଦ୍ର ବେହେରା, ସ୍ଥାନୀୟ ବାସିନ୍ଦା
v0-02--ସୂଚନା ଯୋଗ୍ୟ ଯେ ତିନି ଦିନ ତଳେ ଦାନଗଦୀ ବ୍ଲକ୍ ବେଣାପାଟିଆ ଗାଁରେ ଏହି ହାତୀଟି ଆକ୍ରମଣ କରି ଜଣେ ଆଦିବାସୀ ବ୍ୟକ୍ତି ପ୍ରାଣ ହରାଇଥିଲେ । ପୃଥକ ପୃଥକ ସ୍ଥାନରେ ହାତୀ ଆକ୍ରମଣରେ 5ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିଲେ । ତେଣୁ ହାତୀ ଭୟରେ ଦାନଗଦୀ, କୋରାଇ ଓ ରସୁଲପୁର ବ୍ଲକର ଏହି ସମ୍ପୃକ୍ତ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଗତକାଲି ରାତିରେ ହାତୀଟି କୋରାଇ ବ୍ଲକ ରଗଡି କୋରବନ୍ଦୀ ଅଞ୍ଚଳରେ ପଶି ଉପଦ୍ରବ ଚଳାଇଥିଲା । ସେପଟେ ବନବିଭାଗ ଦ୍ବାରା ହାତୀକୁ ବାଇନାକୁଲାର ସହାୟତାରେ ଠାବ କରାଯାଇ ଜଙ୍ଗଲକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି । ମାଇକ୍ ପ୍ରଚାର ମଧ୍ୟମରେ ଲୋକମାନଙ୍କୁ ମଧ୍ୟ ସତର୍କ ଓ ସଚେତନ କରାଯାଉଛି । ଏଥିସହ ବିଭିନ୍ନ ସ୍ଥାନରେ ରାତ୍ରୀ ପ୍ୟାଟ୍ରୋଲିଂ ମଧ୍ୟ କରାଯାଉଛି । ତେବେ ହାତୀଟି ଏ ଯାଏ ଜଙ୍ଗଲକୁ ଫେରିବା ନାଁ ଧରୁନାହାନ୍ତି । ଅନ୍ୟପଟେ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।
bite-03--ରାଜେନ୍ଦ୍ର ରାଉତ, କ୍ଷତିଗ୍ରସ୍ତ ଚାଷୀ
bite-04--ଦତ୍ତହରି ନାୟକ, ଫରେଷ୍ଟର, ଯାଜପୁର
Conclusion:fvo--ରସୁଲପୁର ବ୍ଲକର ଏହି ନଦୀକୂଳ ଅଞ୍ଚଳରେ ବଣୁଆ ହାତୀ ଦେଖାଯିବା ଘଟଣା ବିରଳ ଅଟେ । ମାତ୍ର ପ୍ରଥମଥର ପାଇଁ ଏ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଯାଇଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ତୁରନ୍ତ ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ହାତୀକୁ ଜଙ୍ଗଲକୁ ଫେରାଇ ନେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.