ETV Bharat / state

ବନ୍ୟା ବିପନ୍ନଙ୍କୁ ଯଥାଶୀଘ୍ର ଫସଲ ବୀମା ପ୍ରଦାନ ଦାବି

author img

By

Published : Sep 15, 2020, 6:24 PM IST

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଚନ୍ଦ୍ରମୁଁ ପଞ୍ଚାୟତରେ ଚାଷୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ବନ୍ୟା ବିପନ୍ନଙ୍କୁ ଯଥାଶୀଘ୍ର ଫସଲ ବୀମା ପ୍ରଦାନ କରିବାକୁ ଦାବି

ଯାଜପୁର: ଗତବର୍ଷ ଚାଷୀ କରିଥିବା ଫସଲର ବୀମା ରାଶି ମିଳିନଥିବାବେଳେ ଚଳିତ ବର୍ଷ ଚାଷୀ ବନ୍ୟା ଯୋଗୁଁ ସବୁ କିଛି ହରାଇଛି । ଏଭଳି ସ୍ଥିତିରେ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି । ଏ ନେଇ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଚନ୍ଦ୍ରମୁଁ ପଞ୍ଚାୟତରେ ଚାଷୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଯେଉଁଥିରେ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷକରି ସମବାୟ ସମିତି ମାଧ୍ୟମରେ ଗତବର୍ଷ ମିଳିବାକୁ ଥିବା ଫସଲବୀମା ରାଶି ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ । ବାରମ୍ବାର ଦାବି ସତ୍ତ୍ବେ ସରକାର କିମ୍ବା ପ୍ରଶାସନ କୌଣସି କର୍ଣ୍ଣପାତ କରୁନାହାଁନ୍ତି । ଆଗାମୀ ଦିନରେ ଦାବି ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମେତ ବିଭିନ୍ନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଚାଷୀମାନେ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.