ଯାଜପୁର: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ପ୍ରତିବାଦ ଶୋଭାଯାତ୍ରା । ଯାଜପୁର ଆମେ ଭାରତବାସୀ ସଂଗଠନ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରି ସହର ପରିକ୍ରମା କରିଛନ୍ତି ।
ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ କରି ଧର୍ମ ଆଧାରରେ ଭାଗ ଭାଗ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ବୋଲି ପ୍ରତିବାଦକାରୀ ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ଏଭଳି ଆଇନ ଆଣି ସମ୍ବିଧାନ ବିରୋଧୀ କାର୍ଯ୍ୟ କରିଥିବା କହିଛନ୍ତି। ଏହି ଆନ୍ଦୋଳନରେ ମୁଖ୍ୟତଃ ସଂଖ୍ୟାଲଘୁ ଦଳିତ ଏବଂ ବୁଦ୍ଧିଜୀବି ମାନେ ସାମିଲ ହୋଇ ନିଜର ମତ ରଖିଥିଲେ । ଏଆଇସିସି ପୂର୍ବତନ ସଦସ୍ୟ ପୁଲିନ ପ୍ରକାଶ ପୁହାଣ ଶୋଭାଯାତ୍ରାରେ ସାମିଲ ହୋଇ ତୁରନ୍ତ କେନ୍ଦ୍ର ସରକାର ସିଏଏ ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ