ଯାଜପୁର: ଜିଲ୍ଳାର ଚଣ୍ଡିଖୋଲ ଠାରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ସିଏଏ ଆଇନକୁ ବିରୋଧ କରି ଦଳିତ ଓ ସଂଖ୍ୟାଲଘୁ ଆଦିବାସୀ ପଛୁଆବର୍ଗଙ୍କ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମାବେଶ କରାଯାଇଛି ।
ଏହି ସମାବେଶରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା, ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସମେତ ବହୁ ବରିଷ୍ଠ ଦଳିତ ଓ ସଂଖ୍ୟାଲଘୁନେତା ଯୋଗଦେଇ କେନ୍ଦ୍ର ସରକାରଙ୍କ ଏହି ଆଇନର କଡା ସମାଲୋଚନା କରିଥିଲେ ।
ତେବେ ଏହି ସମାବେଶରେ କେନ୍ଦ୍ର ସରକାର ତୁରନ୍ତ ଏହି ଆଇନକୁ ପ୍ରତ୍ୟହାର କରିବା ନେଇ ଦାବି କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ