ETV Bharat / state

କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ AIUTUC ସଂଗଠନର ବିକ୍ଷୋଭ - ଏଆଇୟୁଟିୟୁସି ବ୍ୟାସନଗରସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ଯାଜପୁର ଜିଲ୍ଲା ଏଆଇୟୁଟିୟୁସି ସଂଗଠନ ପକ୍ଷରୁ ୧୨ ଦଫା ଦାବିରେ ବ୍ୟାସନଗରସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଧିକ ପଢନ୍ତୁ...

କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ AIUTUC ସଂଗଠନର ବିକ୍ଷୋଭ

author img

By

Published : Oct 28, 2021, 8:35 PM IST

ଯାଜପୁର: ଜିଲ୍ଲା ଏଆଇୟୁଟିୟୁସି ସଂଗଠନ ପକ୍ଷରୁ ୧୨ ଦଫା ଦାବିରେ ବ୍ୟାସନଗରସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରରେ ବିଜେପି ସରକାରରଙ୍କ ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଓ ପ୍ରତ୍ୟକ ସରକାରୀ ଅନୁଷ୍ଠାନକୁ ଘରୋଇକରଣ କରିବା ପ୍ରତିବାଦରେ ଏଆଇୟୁଟିୟୁସି ସର୍ବଭାରତୀୟ କମିଟି ପକ୍ଷରୁ ୨୫ ଅକ୍ଟୋବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ କରାଯାଉଛି।

କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ AIUTUC ସଂଗଠନର ବିକ୍ଷୋଭ

ଆଜି(ଗୁରୁବାର) ଏହି ପରିପ୍ରେକ୍ଷୀରେ ଜିଲ୍ଲା ଏଆଇୟୁଟିୟୁସି କମିଟିର ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନଙ୍କ ନେତୃତ୍ତ୍ବରେ ଶତାଧିକ ସଦସ୍ୟ ବ୍ୟାସନଗର ପୌରପରିଷଦ ଚୋରଦା ଛକ ଠାରୁ ଏକ ଶୋଭାଯାତ୍ରା ବାହାର କରି ଗୋପବନ୍ଧୁ ଛକ ନିକଟସ୍ଥ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ।

ଏଥିସହିତ ସେଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଏହି ସଭାରେ ରାଜ୍ୟ ସମ୍ପାଦକ ଜୟସେନ ମେହେର, ରାଜ୍ୟ କମିଟି ସଭ୍ୟ ସୁରେନ୍ଦ୍ର ମଲ୍ଲିକ ଓ ରାଜକିଶ୍ୱର ମହାନ୍ତି ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଭର୍ତ୍ସନା କରିଥିଲେ। ଏଥିସହିତ ୧୨ ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନ ପ୍ରତି ସରକାର ଦୃଷ୍ଟି ନଦେଲେ ଆହୁରି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଏଆଇୟୁଟିୟୁସିର ରାଜ୍ୟ ନେତାମାନେ ଚେତାବନୀ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ଶ୍ରମିକ, କୃଷ ଯୋଗଦେଇ ପ୍ରତିବାଦ କରିଥିଲେ। ଏଥିସହିତ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର କରାଯାଇଥିଲା।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.