ETV Bharat / state

୯ ମାସ ପରେ ଖୋଲିଲା ଯାଜପୁର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ମନ୍ଦିର

ଦୀର୍ଘ ୯ ମାସ ପରେ ଆଜି ଖୋଲିଲା ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରାଜଙ୍କ ମନ୍ଦିର । କୋରୋନା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ଥିବା ବେଳେ ଆଜିଠାରୁ ମା’ଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

author img

By

Published : Dec 29, 2020, 12:33 PM IST

ଦୀର୍ଘ ୯ ମାସ ପରେ ଖୋଲିଲା ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ଙ୍କ ମନ୍ଦିର

ଯାଜପୁର: ଦୀର୍ଘ ୯ ମାସ ପରେ ଆଜି ଖୋଲିଲା ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରାଜଙ୍କ ମନ୍ଦିର । କୋରୋନା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ଥିବା ବେଳେ ଆଜିଠାରୁ ମାଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଏଥିପାଇଁ କୋଭିଡ୍ କଟକଣା ସହ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭିନ୍ନଭିନ୍ନ ଧାଡିରେ ଆସି ମାଙ୍କ ଚଣ୍ଡି ମଣ୍ଡପରୁ ବିରଜାଙ୍କ ଦର୍ଶନ କରିବେ ଏବଂ ସିଧା ବାହାରକୁ ପ୍ରସ୍ଥାନ କରିବେ । ମନ୍ଦିର ପରିସରରେ କୌଣସି ଭକ୍ତଙ୍କୁ ରହିବାର ସୁଯୋଗ ଦିଆଯାଉ ନାହିଁ ।

ଭକ୍ତମାନଙ୍କ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ବ୍ୟାରିକେଟର ବ୍ୟବସ୍ଥା ମଧ୍ୟ କରାଯାଇଛି । ନୂଆବର୍ଷରେ ଅଧିକ ଭିଡ଼ ହେବାର ଆଶଙ୍କା ଥିବାରୁ ଜାନୁଆରୀ ୧,୨,ଓ ୩ ତାରିଖ ଭକ୍ତମାନଙ୍କ ପାଇଁ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ତେବେ ଦୀର୍ଘ ୯ ମାସ ପରେ ମନ୍ଦିର ଖୋଲିଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.