ETV Bharat / state

ପିଆଜ ପରେ ଏବେ କନ୍ଦାଉଛି ପରିବା ଦର

author img

By

Published : Dec 2, 2019, 9:49 PM IST

Updated : Dec 3, 2019, 9:22 AM IST

ଖାଉଟିଙ୍କୁ କନ୍ଦାଉଛି ପରିବା ଦର । ପ୍ରଥମେ ପିଆଜ ଓ ଏବେ ଘର ରୋଷେଇ ଶାଳରୁ ଗାଏବ ହେବାରେ ଲାଗିଛି ସବୁଜ ପନିପରିବା। ଅଧିକ ଖବର ପଢନ୍ତୁ...

ପିଆଜ ପରେ ଏବେ କନ୍ଦାଉଛି ପରିବା ଦର
ପିଆଜ ପରେ ଏବେ କନ୍ଦାଉଛି ପରିବା ଦର

ଯାଜପୁର: ଖାଉଟିଙ୍କୁ କନ୍ଦାଉଛି ପରିବା ଦର। ପ୍ରଥମେ ପିଆଜ ଓ ଏବେ ରୋଷେଇଶାଳରୁ ଗାଏବ ହେବାରେ ଲାଗିଛି ସବୁଜ ପନିପରିବା । କାରଣ ଗତ କିଛି ଦିନଧରି ଯାଜପୁର ଜିଲ୍ଲାର ବିଭିନ୍ନ ବଜାର ଓ ହାଟରେ ପରିବା ଦର ଆକାଶ ଛୁଆଁ ହୋଇଛି । ଫଳରେ ଖାଉଟି ଏବେ ପରିବା କିଣିବାକୁ ମୁଁହ ଫେରାଉଛନ୍ତି ।

କିଛିଦିନ ତଳେ ସେଞ୍ଚୁରୀ ମାରିଥିଲା ପିଆଜ। ଏବେ କିନ୍ତୁ ଲୋକଙ୍କ ଚିନ୍ତା ବଢାଇ ଦେଇଛି ସବୁଜ ପନିପରିବା । ବିଶେଷ କରି ଜିଲ୍ଲାର ପ୍ରମୁଖ ସହର ବ୍ୟାସନଗର, କଳିଙ୍ଗନଗର, ଯାଜପୁର ଟାଉନ ଆଉ ବାରବାଟୀ ବଜାର ଆଦି ସ୍ଥାନରେ ଦେଖିବାକୁ ମିଳୁଛି ପରିବାରେ ଚଢା ଦର ।

ତେବେ ଜାଣନ୍ତୁ ପରିବା ଦର:

  • ବିନସ୍ ୫0
  • ଫୁଲକୋବି ଗୋଟା ୩୦
  • ବାଇଗଣ କିଲୋ ୪0
  • କଲରା ୭0
  • ପୋଟଳ ୮୦
  • ଟମାଟୋ 30
  • ଭେଣ୍ଡି ୫୦

ଯାହା ଫଳରେ ପରିବା କିଣିବା ଆଗରୁ 10 ଥର ଭାବୁଛନ୍ତି ଖାଉଟି। ସାଧାରଣତଃ ଶୀତ ଦିନରେ ପରିବା ଅଧିକ ଚାଷ ହେଉଥିବାରୁ ପରିବା ଦର କମ ହେବା କଥା । ମାତ୍ର ବାତ୍ୟା, ଅଦିନିଆ ବର୍ଷା ଆଉ ଜିଲ୍ଲାରେ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ପରିବା ଦର ଏବେ ଆକାଶ ଛୁଆଁ । ଯେଉଁଠି 100ଟଙ୍କାରେ ବ୍ୟାଗଭର୍ତ୍ତି ପରିବା ମିଳୁଥିଲା ଏବେ ୫୦୦ ଟଙ୍କାରେ ତା ହେଉନାହିଁ । ତେବେ ପରିବା ଚାଷୀଙ୍କ ପ୍ରତି ଥିବା ସରକାରଙ୍କ ଅବହେଳା ଯୋଗୁଁ ପରିବା ଦର ହୁ ହୁ ହୋଇ ବଢୁଥିବା ଅଭିଯୋଗ ହୋଇଛି।

ପିଆଜ ପରେ ଏବେ କନ୍ଦାଉଛି ପରିବା ଦର

ଦିନକୁ ଦିନ ବଢୁଥିବା ପରିବା ଦର ପ୍ରତି ସରକାର ଦୃଷ୍ଟିଦେଇ ଯଦି ଯଥାଶୀଘ୍ର ପରିବା ଦର ନିୟନ୍ତ୍ରଣ ନ କରନ୍ତି, ଆଗାମୀ ଦିନରେ ଲୋକଙ୍କ ଥାଳିରୁ ପରିବା ଉଭାନ ହୋଇଯିବ ଏଥିରେ ସନ୍ଦେହ ନାହିଁ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଖାଉଟିଙ୍କୁ କନ୍ଦାଉଛି ପରିବା ଦର। ପ୍ରଥମେ ପିଆଜ ଓ ଏବେ ଘର ରୋଷେଇ ଶାଳରୁ ଗାୟବ ହୋଇଛି ପରିବା। କାରଣ ଗତ କିଛି ଦିନଧରି ଯାଜପୁର ଜିଲ୍ଲାର ବିଭିନ୍ନ ବଜାର ଓ ହାଟରେ ପରିବା ଦର ଆକାଶ ଛୁଆଁ ହୋଇଛି। ଫଳରେ ଖାଉଟି ଏବେ ପରିବା କିଣିବାକୁ ମୁଁହ ଫେରାଉଛନ୍ତି। ବିଶେଷ କରି ଦୈନଦିନ ଖାଦ୍ୟରେ ସାମିଲ ଥିବା ସାଧାରଣତଃ ବାଇଗଣ,ବିଲାତି,କୋବି,ପୋଟଳ ଓ କଲରା ଆଦି ପରିବା ଦର କିଲୋ ପ୍ରତି ୫୦ଟଙ୍କା ଉପରେ ରହିଛି। ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି।

Body:vo-1-କିଛି ଦିନ ତଳେ ଶତକ ମାରି ଲୋକଙ୍କୁ କନ୍ଦାଇ ଥିଲା ପିଆଜ। ଏବେ କିନ୍ତୁ ଲୋକଙ୍କ ଚିନ୍ତା ବଢାଦେଇଛି ପରିବା ଦର। ବିଶେଷ କରି ଜିଲ୍ଲାର ପ୍ରମୁଖ ସହର ବ୍ୟାସନଗର, କଳିଙ୍ଗନଗର, ଯାଜପୁର ଟାଉନ ଆଉ ବାରବାଟୀ ବଜାର ଆଦି ସ୍ଥାନ ମାନଙ୍କରେ ଦେଖିବାକୁ ମିଳୁଛି ପରିବା ଦର। ଯେମିତିକି ପରିବା କିଲୋପ୍ରତି ବିମ ୫0,ଫୁଲକୋବି ଗୋଟା ୩୦,ବାଇଗଣ କିଲୋ ୪0,କଲରା ୭0,ପୋଟଳ ୮୦ ,ବିଲାତି 30,ଭେଣ୍ଡି ୫୦ ଦର ରହିଛି। ଯାହା ସାଧାରଣ ଖାଉଟିଙ୍କ ପାଇଁ କିଣିବା ସମ୍ଭବ ହେଉନାହିଁ । ଯାହା ଏବେ ଖାଉଟିଙ୍କ ଚିନ୍ତା ବଢ଼ାଇଛି। ସେପଟେ ପରିବା ଦର ଅଧିକ ଥିବାରୁ ବ୍ୟବସାୟ ବହୁମାତ୍ରାରେ କମିଥିବା ବେଳେ ନିୟମିତ ଗ୍ରାହକଙ୍କୁ ଚଢା ଦରରେ ପରିବା ବିକିରି କରି ଦୁଃଖ ପ୍ରକାଶ କରିଛନ୍ତି ବ୍ୟବସାୟୀ।
bite-4-ହେମନ୍ତ କୁମାର ସାହୁ, ପରିବା ବ୍ୟବସାୟୀ
bite-3-ଲଳିତମୋହନ ଚକ୍ର,ଖାଉଟି
vo-2-ସାଧାରଣତଃ ଶୀତ ଦିନରେ ପରିବା ଅଧିକ ଚାଷ ହେଉଥିବାରୁ ପରିବା ଦର କମ ହେବା କଥା ମାତ୍ର ବାତ୍ୟା, ଅଦିନିଆ ବର୍ଷା ଆଉ ଜିଲ୍ଲାରେ ଶୀତଳ ଭଣ୍ଡାର ଅଭାବ ଯୋଗୁ ପରିବା ଦର ହୁଉହୁଉ ବଢୁ ଥିବା ଅଭିଯୋଗ କରିଛନ୍ତି ଚାଷୀ। ତେବେ ଗତ କିଛି ଦିନ ସ୍ଥଳେ ହେଇଥିବା ବାତ୍ୟା ବୁଲବୁଲ ପ୍ରଭାବରେ ଜିଲ୍ଲାରେ ବିଭିନ୍ନ ଅଂଚଳରେ ପରିବା ଚାଷ ନଷ୍ଟ ହୋଇଥିଲା । ଯାହାର ସିଧାସଳଖ ପ୍ରଭାବ ଏବେ ଖାଉଟିଙ୍କ ଉପରେ ପଢ଼ିଛି। ପୂର୍ବରୁ ଯେଉଁ ୧୦୦ଟଙ୍କା ନେଇ ବଜାରକୁ ଆସିଲେ ଗୋଟେ ବ୍ୟାଗ ପରିବା ଭର୍ତି ହେଉଥିଲା ଏବେ ୫୦୦ଶହ ଟଙ୍କାରେ ତା ହେଉନାହିଁ। ସେହି ଭଳି ଯେଉଁ ଲୋକ ପୂର୍ବରୁ ଗୋଟେ କେଜି ବାଇଗଣ ଘରକୁ ନେଉଥିଲା ସିଏ ଏବେ ୨୫୦ଗ୍ରାମ ବାଇଗଣ ଘରକୁ ନେବାକୁ ବାଧ୍ୟ ହେଉଛି। ଅନ୍ୟ ପଟେ ବଢୁଥିବା ତୈଳ ଦର ଓ ପରିବା ଚାଷୀଙ୍କ ପ୍ରତି ଥିବା ସରକାରଙ୍କ ଅଭହେଳା ଯୋଗୁ ପରିବା ଦର ହୁଉହୁଉ ହୋଇ ବଢୁଥିବା ଲୋକେ ଅଭିଯୋଗ କରିଛନ୍ତି।
bite-1-ଅଭିମନ୍ୟୁ ସାମଲ, ଖାଉଟି
bite-2-ବିକାଶ ପରିଡା, ଚାଷୀ

Conclusion:ଦିନକୁ ଦିନ ବଢୁଥିବା ପରିବା ଦର ପ୍ରତି ସରକାର ଦୃଷ୍ଟିଦେଇ ଯଦି ଯଥାଶୀଘ୍ର ପରିବା ଦର ନିୟନ୍ତ୍ରଣ ନ କରନ୍ତି, ତେବେ ଆଗାମୀ ଦିନରେ ଲୋକଙ୍କ ଥାଳିରୁ ପରିବା ଉଭାନ ହେଇଯିବ ନିସ୍ଚୟ।
Last Updated : Dec 3, 2019, 9:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.