ଯାଜପୁର: ଯୋଡ଼ାବର ଶିବମନ୍ଦିର ନିକଟରେ ମାଲଗାଡିରେ ଚଢୁଥିବାବେଳେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଆଜି(ଶନିବାର) ସକାଳ ୯ଟା ସମୟରେ ରେଲୱେ ବିଭାଗରେ କି-ମ୍ୟାନ ଭାବେ କାର୍ଯ୍ୟରତ ଚରନଞ୍ଜିତ କୁମାର ପ୍ରତ୍ୟେକ ଦିନ ପରି ନିଜର କାର୍ଯ୍ୟ କରିବାକୁ ବାହାରି ଯାଉଥିଲେ । ହଠାତ ଯୋଡ଼ାବାର ନିକଟରେ ଥିବା ଶିବ ମନ୍ଦିର ନିକଟରେ ଚରନଞ୍ଜିତ ନିଜ କାର୍ଯ୍ୟ କରୁଥିବାବେଳେ ଏକ ମାଲଗାଡି ତାଙ୍କ ଉପରେ ଚଢିଯାଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେଇଥିଲା।
ତେବେ ଖବର ପାଇ ଜିଆରପି ଓ ଆରପିଏଫ ପୋଲିସର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତହେହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଚରନଞ୍ଜିତ କୁମାରଙ୍କ ଘର ବିହାର ଜିଲ୍ଲାର ବଚାଇ ଅଞ୍ଚଳର ବୋଲି ଜଣାପଡିଛି। ଜିଆରପି କେସ ନମ୍ବର ୩୩/୨୧ରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ