ଯାଜପୁର: ପାଣିକୋଇଲି ଥାନା ବନେଇପାଳ ଗାଁରେ ଅଭାବନୀୟ ଘଟଣା । ଗଛରେ ଦଉଡି ଦେଇ ଯୁବକଙ୍କ ମୃତ୍ୟୁ । ସୂଚନା ମୁତାବକ ଆଜି ପାଣିକୋଇଲି ଥାନା କର୍ଦା ପଞ୍ଚାୟତ ଅନ୍ତର୍ଗତ ବନେଇପାଳ ଗାଁ ର ପୂର୍ଣ୍ଣଚନ୍ଦ୍ର ପରିଡା ଗତ କିଛିଦିନ ହେବ ଧାର ଉଧାର କରି ଗୋଟିଏ ଇଟା ଭାଟି କରିଥିଲେ । ଗତ ଦୁଇଦିନ ତଳେ ହୋଇଥିବା କାଳବୈଶାଖି ବର୍ଷାରେ ଇଟା ଭାଟିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାକୁ ନେଇ ସେ ମାନସିକ ଚାପରେ ଥିଲେ ।
ହେଲେ ହଠାତ୍ ଆଜି ସକାଳୁ ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବାର ଗାଁ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ପାଣିକୋଇଲି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ମାଇନା କରି ବ୍ଯବେଚ୍ଛଦ ଲାଗି ପଠାଇ ଘଟଣାର ତଦନ୍ତ କରୁଛି । ତେବେ ଏହି ଅଭାବ ଅନାଟନ ଯୋଗୁଁ ମାନସିକ ଚାପରେ ଥିବା ହେତୁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ