ETV Bharat / state

ଦିବ୍ୟାଙ୍ଗ ଜଗାର ନିଆରା ପ୍ରେମ କାହାଣୀ

author img

By

Published : Feb 14, 2020, 5:13 AM IST

ଆଜିର ଦୁନିଆରେ ଜଣେ ଦିବ୍ୟାଙ୍ଗଙ୍କୁ ନିଜର 7 ଜନ୍ମର ସାଥୀ ଭାବରେ ବାଛିବା କିଛି ଛୋଟ କଥା ନୁହେଁ । ଆଜିର ଯୁବପିଢ଼ୀ ପ୍ରେମର ପରିଭାଷାକୁ ଭିନ୍ନ ନଜରରେ ଦେଖୁଥିବା ବେଳେ ଯାଜପୁର ଜିଲ୍ଲାର ଜଗନ୍ନାଥ ସେଠୀ ଓ ପ୍ରତିକ୍ଷା ସାହୁ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ । ପ୍ରେମ ଦିବସରେ ପଢନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ....

happy valentines day
ଦିବ୍ୟାଙ୍ଗ ଜଗାର ନିଆରା ପ୍ରେମ କାହାଣୀ

ଯାଜପୁର: ପ୍ରେମ ଅନ୍ଧ, ପ୍ରେମ ପବିତ୍ର, ପ୍ରେମ ଶାଶ୍ବତ । ଆଜିର ଯୁବପିଢ଼ୀ ପ୍ରେମର ପରିଭାଷାକୁ ଭିନ୍ନ ନଜରରେ ଦେଖୁଥିବା ବେଳେ ଜଣେ ଯୁବତୀ ଏକ ଦିବ୍ୟାଙ୍ଗ ଯୁବକଙ୍କୁ ଭଲ ପାଇ ନିଜର ପ୍ରେମକୁ ସାର୍ଥକତା ଦେଇଛନ୍ତି । ଖାଲି ଭଲ ପାଇ ନାହାନ୍ତି ବର୍ଷେ ତଳେ ବିବାହ କରି ନିଜର ପ୍ରେମକୁ ଏକ ନୂଆ ରୂପରେ ଛିଡା କରିଛନ୍ତି । ଆଜିର ସମାଜ ଦିବ୍ୟାଙ୍ଗଙ୍କୁ ଉପଯୁକ୍ତ ସମ୍ମାନ ଦେଉନଥିବା ବେଳେ ଦିବ୍ୟାଙ୍ଗ ପ୍ରେମିକକୁ ଭଲ ପାଇ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ପ୍ରତିକ୍ଷା। ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

ଦିବ୍ୟାଙ୍ଗ ଜଗାର ନିଆରା ପ୍ରେମ କାହାଣୀ

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଚିତାଳୋ ପଞ୍ଚାୟତ ଝାଡଙ୍ଗା ଗ୍ରାମର ଜଗନ୍ନାଥ ସେଠୀ । ଜନ୍ମରୁ ଦୁଇ ହାତ ନଥିବାରୁ ମା' ସ୍ନେହରେ ଜଗା ନାଁ ରେ ଡାକନ୍ତି । ଗୋଡ ସାହାଯ୍ୟରେ ନିତ୍ୟକର୍ମ କରିଥାନ୍ତି ଜଗା। ଅଧିକ ପାଠପଢିନଥିବା ହେତୁ ଛେଳି ଚରାଇ ଗୁଜୁରାଣ ମେଣ୍ଟାଇଥାନ୍ତି। 4 ବର୍ଷ ତଳେ ଛେଳି ଚରାଉଥିବା ବେଳେ ପାଖ ଗାଁର ଝିଅ ପ୍ରତିକ୍ଷା ସାହୁଙ୍କ ସହ ଭେଟ ହୋଇଥିଲା । ସେ ବି ଛେଳି ଚରାଇବାକୁ ଆସୁଥିଲେ । ଆଉ ସେଇଠୁ ଆରମ୍ଭ ହୋଇଥିଲା ତାଙ୍କ ପ୍ରେମ କାହାଣୀ । ଧିରେ ଧିରେ ସେହି ଖୋଲା ପଡିଆରେ ଦେଖା ସାକ୍ଷାତ ଓ କଥାବାର୍ତ୍ତା ଭିତରେ ସମ୍ପର୍କ ନିବୀଡ ହୋଇଥିଲା । ଜଗା ବିବାହ ପାଇଁ ପ୍ରେମ ନିବେଦନ କରିଥିଲେ । ପ୍ରତିକ୍ଷାଙ୍କ ବୟସ ହୋଇ ନଥିବାରୁ ଦୁହେଁ ନିଜ ପ୍ରେମ ପାଇଁ ୩ ବର୍ଷ ଅପେକ୍ଷା କରିଥିଲେ ।

ଜଗାର ଭଲ ପାଇବା କଥା ଶୁଣି ସାହି ପଡିଶା ଏହାକୁ ବିଶ୍ବାସ କରିନଥିଲେ । କାରଣ ଜଣେ ଝିଅ ହାତ ନଥିବା ଜଣେ ଦିବ୍ୟାଙ୍ଗଙ୍କୁ ନିଜର ଜୀବନ ସାଥୀ କରିବ ବୋଲି କେହି ଆଶା ରଖି ନଥିଲେ । କିନ୍ତୁ ଜଗାର ଭଲ ପାଇବା ପାଖରେ ହାର ମାନିଥିଲା ସବୁକିଛି । ଘର ଲୋକଙ୍କ ବିରୋଧ ସତ୍ତ୍ବେ ନିଜକୁ ୧୮ ବର୍ଷ ହେବା ପରେ ଜଗାକୁ କୋର୍ଟ ବିବାହ କରି 7 ଜନ୍ମର ସାଥୀ କରିଛନ୍ତି ପ୍ରତୀକ୍ଷା । ବିବାହ ପରେ ଯେମିତି ଜଗା ଆଉ ଦିବ୍ୟାଙ୍ଗ ନୁହଁନ୍ତି । ହାତର ଆବଶ୍ୟକତା ଥିବା ପ୍ରତ୍ୟେକ କାର୍ଯ୍ୟରେ ପତ୍ନୀ ତାଙ୍କର ଦୁଇ ହାତକୁ ସମର୍ପି ଦେଇଛନ୍ତି । ଆଉ ହସ ଖୁସିରେ କଟୁଛି ତାଙ୍କ ଦିନ । ହେଲେ ବିଡମ୍ବନାର ବିଷୟ ଏଯାଏଁ ଜଗାକୁ କୌଣସି ସରକାରୀ ସୁବିଧା ମିଳିପାରିନାହିଁ । ସରକାରୀ ସହଯୋଗ ମିଳିଲେ ଜଗା ନିଜର ଛେଳି ଚାଷକୁ ବ୍ୟାପକ କରି ଭଲ ଦି ପଇସା ରୋଜଗାର କରିପାରନ୍ତେ ବୋଲି ଗ୍ରାମବାସୀ ଦାବି କରୁଛନ୍ତି।

ଜଗା ଏବଂ ପ୍ରତିକ୍ଷା ନିଜର ପ୍ରେମରେ ସଫଳତା ପାଇଁ ପ୍ରେମର ଅମୂଲ୍ୟ ମୂଲ୍ୟକୁ ଭିନ୍ନ ରୂପ ଦେଇଛନ୍ତି । ସେମାନେ ପ୍ରମାଣିତ କରିଛନ୍ତି ପ୍ରେମ ପାଖରେ ଧୀନ ଗରିବ, ଅସହାୟତାର କିଛି ମାନେ ନଥାଏ । ପ୍ରେମର ଗଭୀରତା କେତେ ? ଏହି ପ୍ରେମୀ ଯୁଗଳଙ୍କୁ ଦେଖିଲେ ବାରି ହୋଇପଡୁଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.