ETV Bharat / state

5ଟି ହରିଣ ଶିଙ୍ଗ ଓ ଗୋଟିଏ ହାତୀ କଳଦାନ୍ତ ଜବତ, 2 ଗିରଫ - ଯାଜପୁରରୁ 5 ଟି ହରିଣ ସିଙ୍ଗ ଜବତ

ଯାଜପୁର ରୋଡ୍ ବନବିଭାଗ ଦ୍ବାରା ଭିକିପୁର ସଂରକ୍ଷିତ ଜଙ୍ଗଲରୁ 5ଟି ହରିଣ ଶିଙ୍ଗ ଓ ଗୋଟିଏ ହାତୀ କଳଦାନ୍ତ ଜବତ । ଏହାସହ 2 ଅଭିଯୁକ୍ତ ଅଟକ ରହିଥିବାବେଳେ ଅନ୍ୟ 2 ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ । ଅଧିକ ପଢନ୍ତୁ...

5 ଟି ହରିଣ ସିଙ୍ଗ ଓ ଗୋଟିଏ ହାତୀ କଳଦାନ୍ତ ଜବତ, 2 ଗିରଫ

author img

By

Published : Dec 15, 2020, 10:42 PM IST

ଯାଜପୁର: ଭିକିପୁର ସଂରକ୍ଷିତ ଜଙ୍ଗଲରୁ 5ଟି ହରିଣ ଶିଙ୍ଗ ଓ ଗୋଟିଏ ହାତୀ କଳଦାନ୍ତ ଜବତ କଲା ଯାଜପୁର ରୋଡ୍ ବନବିଭାଗ । କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବନବିଭାଗ ପକ୍ଷରୁ ଏହି ବନଖଣ୍ଡ ଅଧିନସ୍ଥ ଭିକିପୁର ସଂରକ୍ଷିତ ଜଙ୍ଗଲରେ ଚଢାଉ କରାଯାଇଥିଲା । ଫଳରେ 5 ଗୋଟି ହରିଣ ଶିଙ୍ଗ, ଗୋଟିଏ ହାତୀ କଳଦାନ୍ତ ଓ ଗୋଟିଏ ଜୀବନ୍ତ ବହୁରୂପୀ ଏଣ୍ଡୁଅ ଜବତ୍ କରାଯାଇଛି ।

5 ଟି ହରିଣ ସିଙ୍ଗ ଓ ଗୋଟିଏ ହାତୀ କଳଦାନ୍ତ ଜବତ, 2 ଗିରଫ

ଚଢାଉବେଳେ ଘଟଣାସ୍ଥଳରୁ ଦୁଇ ଜଣ ଅଭିଯୁକ୍ତ କର୍ମଚାରୀଙ୍କ ହାତରେ ଧରାପଡିଥିବାବେଳେ ଅନ୍ୟ ଦୁଇ ମୁଖ୍ୟ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଖୁବ୍ ଶୀଘ୍ର ସେମାନେ ବନବିଭାଗ ହାତରେ ଧରାପଡିବେ ବୋଲି ଯାଜପୁର ରୋଡ୍ ଫରେଷ୍ଟ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଯାଜପୁର ରୋଡ୍ ଏବଂ ଅନ୍ୟ ଜଣେ ବାଲେଶ୍ବର ଅଞ୍ଚଳର ବୋଲି ଜଣାପଡିଛି । ଏହି କାରବାରରେ କୌଣସି ଏକ ରାକେଟ୍ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଇଛି । ଏହାକୁ ଠାବ କରିବା ପାଇଁ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.