ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧର ପୁର ପଞ୍ଚାୟତର ବିଧାରପୁର ଗ୍ରାମରେ ରୋଷେଇ କରୁଥିବା ବେଳେ ନିଆଁଲାଗି ଘରସହ ଜଳିଗଲେ ମହିଳା । ଗୁରୁତର ଅବସ୍ଥାରେ ଜଗତସିଂହପୁର ମେଡିକାଲ ଓ ପରେ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।
ମୃତ ମହିଳା ଜଣକ ହେଉଛନ୍ତି ବିଦ୍ୟାଧରପୁର ପଞ୍ଚାୟତ ଏକ ନମ୍ବର ୱାର୍ଡ ବିଧାରପୁର ଗାଁର ସୁରେନ୍ଦ୍ର ସେଠୀଙ୍କ ପତ୍ନୀ ସରସ୍ବତୀ ସେଠୀ । ସେ ୱାର୍ଡମେମ୍ବର ଥିବା ଥିବା ବେଳେ ମଧ୍ୟାହ୍ନରେ ରୋଷେଇ କରୁଥିବା ବେଳେ ଏହି ଅଘଟଣର ଶିକାର ହୋଇଥିଲେ । ରୋଷେଇ କରୁଥିବା ବେଳେ ଅସାବଧାନତା ଯୋଗୁଁ ପିନ୍ଧା ଲୁଗାରେ ତାଙ୍କର ନିଆଁଲାଗି ଯାଇଥିଲା । ପରେ ତାଙ୍କ ଘରେ ମଧ୍ୟ ନିଆଁଲାଗି ଯାଇଥିଲା । ସରସ୍ବତୀଙ୍କୁ ପଡୋଶୀ ମାନେ ଉଦ୍ଧାର କରି ଅଗ୍ନିଶମ ବାହିନୀ ସହାୟତାରେ ଜଗତସିଂହପୁର ମେଡିକାଲ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସରସ୍ବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସରସ୍ବତୀଙ୍କ ଦୁଇ ବଖରା ଘର ସହ ସମସ୍ତ ଆସବାବପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ